ଲାଇଫ୍ ଷ୍ଟାଇଲ୍

ବର୍ଷାରେ ଦୁର୍ବଳ ହୋଇଯାଏ ପାଚନ ଶକ୍ତି, ନିହାତି ଏହି ୫ଟି ଖାଦ୍ୟକୁ ଡାଏଟ୍ ରେ କରନ୍ତୁ ସାମିଲ୍

ସୁସ୍ଥ ରହିବା ପାଇଁ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ତେବେ ଅଧିକାଂଶ ଲୋକ ବିଭିନ୍ନ ପ୍ରକାର ପୋଷକଯୁକ୍ତ ଖାଦ୍ୟ ସେବନ କରୁଥିଲେ ବିଭିନ୍ନ କାରଣରୁ ଶରୀରକୁ ଆବଶ୍ୟକ ମାତ୍ରାରେ ଶକ୍ତି ମିଳିପାରି ନଥାଏ । ଉଦାହରଣ ସ୍ୱରୂପ କିଛି ଲୋକ ସେଓକୁ କଞ୍ଚା ଚୋବାଇ ଖାଇଥାନ୍ତି ତ ଆଉ କିଛି ଜୁସ୍ ଓ ସାଲାଡ୍ କରି ଖାଇଥାନ୍ତି । ତେବେ ସମସ୍ତେ ଜାଣିବା ଦରକାର ଯେ, କିପରି ଖାଇଲେ ଖାଦ୍ୟରୁ ଶରୀରକୁ ଅଧିକ ମାତ୍ରାରେ ଶକ୍ତି ମିଳିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ ।

ଗରମରେ ବେହାଲ୍ ଲୋକମାନେ ବର୍ଷାକୁ ଚାତକ ଭଳି ଅପେକ୍ଷା କରି ରହିଥାନ୍ତି । କିନ୍ତୁ ସ୍ବାସ୍ଥ୍ୟକୁ ଦେଖିଲେ ଏହା ନିଜ ସହିତ ବହୁ ସମସ୍ୟା ନେଇକି ଆସିଥାଏ । ଏହି ଋତୁରେ ଏମିତି ବହୁତ କିଛି ଜିନିଷ ଅଛି ଯାହାକୁ ସେବନ କରିବା ଆମ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଯେପରିକି ବର୍ଷା ଋତୁ ଆସିବା ମାତ୍ରେ ପ୍ରାୟତଃ ଲୋକଙ୍କ ଘରେ ଚା,ପକୁଡି,କଚୁଡି ଆଦି ଛଣାଛଣି ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ଏସବୁ ଖାଦ୍ୟ ଆମ ଶରୀର ପାଇଁ ହାନୀକାରକ ସାବ୍ୟସ୍ତ ହୋଇଥାଏ ।

ଏହି ବର୍ଷା ଋତୁରେ ଆମର ପାଚନ ଶକ୍ତି ବହୁତ ଦୁର୍ବଳ ରହିଥାଏ ଏବଂ ଏହାସହିତ ହିଁ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ କମି ଯାଇଥାଏ। ଏଥିପାଇଁ ଜରୁରୀ ହୋଇଥାଏ କି, ଆମେ ଏମିତି କିଛି ଖାଦ୍ୟକୁ ସେବନ କରିବା ଯାହା ଆମ ଶରୀର ପାଇଁ ସ୍ବାସ୍ଥ୍ୟକର ବ୍ୟାକ୍ଟେରିଆର ମାତ୍ରାକୁ ବଢାଇବା ସହିତ ଖରାପ ବ୍ୟାକ୍ଟେରିଆ ମାନଙ୍କ ସହିତ ଲଢିବାରେ ସାହାଯ୍ୟ କରିବ ।

ଆସନ୍ତୁ ଜାଣିବା ବର୍ଷା ଋତୁରେ କେଉଁ ଖାଦ୍ୟକୁ ଡାଏଟ୍ ରେ କରିବେ ସାମିଲ୍:
କଦଳୀ: କଦଳୀ ଆମ ପାଚନ ତନ୍ତ୍ର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ କାର୍ବୋହାଇଡ୍ରେଡ୍,କମ୍ପଲେକ୍ସ ଏବଂ ଫାଇବର ଭରପୂର ମାତ୍ରାରେ ରହିଥାଏ । ବର୍ଷା ଦିନେ ନିଜ ଡାଏଟ୍ ରେ ଏହାକୁ ନିଶ୍ଚିତ ସାମିଲ୍ କରନ୍ତୁ ।

ଗହମ ତିଆରି ଖାଦ୍ୟ: ଗହମରେ ଭଲ ମାତ୍ରାରେ ପୋଷକ ତତ୍ତ୍ବ,ଫାଇବର,ପ୍ରୋଟିନ୍,ଭିଟାମିନ୍ ବି, ଆଣ୍ଟିଅକ୍ସିଡେଣ୍ଟସ୍,ସମେତ ବହୁ ମିନେରାଲ୍ସ ରହିଥାଏ । ତେଣୁ ଏହି ଋତୁରେ ଗହମ ତିଆରି ଖାଦ୍ୟ ବିଶେଷ ଭାବେ ସେବନ କରନ୍ତୁ ।

ଦହି: ଦହି ପ୍ରାକୃତିକ ପ୍ରୋବାୟୋଟିକ୍ ଫୁଡ୍ ଅଟେ । ପ୍ରତିଦିନ ଏକ କପ୍ ଦହିର ସେବନ ନିଶ୍ଚିତ କରନ୍ତୁ । ଏହା ଆପଣଙ୍କ ପାଚନ ଶକ୍ତିକୁ ମଜବୁତ୍ କରିବାରେ ସହାୟକ ସାବ୍ୟସ୍ତ ହେବ ।

ଇଟଲି: ଇଟଲି ପ୍ରାକୃତିକ ପ୍ରୋବାୟୋଟିକ୍ ର ଭଲ ସ୍ରୋତ ଅଟେ। ଏହି ଋତୁରେ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଏହା ଏକ ଭଲ ଅପସନ୍ ଅଟେ। ଆପଣ ଏହି ଖାଦ୍ୟ ଜଳଖିଆରେ ସାମିଲ୍ କରିପାରିବେ ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago