ଲାଇଫ୍ ଷ୍ଟାଇଲ୍

‘ଚିଆ ସିଡ୍‌ସ’ ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଅନେକ ଫାଇଦା; ଓଜନ ହ୍ରାସରେ ବି କରିଥାଏ ସାହାଯ୍ୟ…

ଖରାଦିନେ ଚିଆ ସିଡ୍‌ସ ପେଟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ପେଟ ଥଣ୍ଡା ରହିବାରେ ସାହାଯ୍ୟ ମିଳିଥାଏ। ସ୍ୱାସ୍ଥ୍ୟ ପାଇଁ ଏହାର ଅନେକ ଫାଇଦା ଥିବାରୁ ଏହାକୁ ସୁପରଫୁଡ୍‌ ବି କୁହାଯାଇଥାଏ। ସ୍ୱାସ୍ଥ୍ୟ ଲାଭ ସାଙ୍ଗକୁ ଓଜନ ହ୍ରାସ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଚିଆ ସିଡ୍‌ସର ଫାଇଦା ବିଷୟରେ…। ଚିଆ ସିଡ୍‌ସ ହେଉଛି ମିଣ୍ଟ ପ୍ରଜାତିର, ଯାହା ମେସ୍କିକୋରେ ଖୁବ୍‌ ହୋଇଥାଏ। ଏହାକୁ ସମ୍ପୂର୍ଣ୍ଣ ଶସ୍ୟ ଭାବରେ ଖିଆଯାଇଥାଏ। ଏଥିରେ କାର୍ବୋହାଇଡ୍ରେଟ୍‌ ଭରପୂର ମାତ୍ରାରେ ରହିଛି। ଯେତେବେଳେ ଏହାକୁ ପାଣିରେ ବତୁରାଯାଏ, ତ ଏହା ଗାଢ଼ ଜେଲ୍‌ରେ ପରବର୍ତ୍ତନ ହୋଇଥାଏ।

କ’ଣ ରହିଛି ଫାଇଦା

-ଚିଆ ସିଡ୍‌ସ ପାଣିରେ ଦ୍ରବୀଭୂତ ଫାଇବର ସାମଗ୍ରୀ ରହିଛି, ଯାହା ଅନ୍ତଃନଳୀର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା ଅନ୍ତଃନଳୀରେ ଭଲ ବ୍ୟାକ୍ଟେରିଆ ପହଞ୍ଚାଇଥାଏ ଏବଂ ମଳତ୍ୟାଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

-ଯଦି ଆପଣ କ୍ଷୀରଜାତ ଦ୍ରବ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ, ତ ଚିଆ ସିଡ୍‌ସ ଖାଇପାରିବେ। କାରଣ, ଏଥିରେ କ୍ୟାଲସିୟମ୍‌ର ଭଲ ସ୍ରୋତ ରହିଛି, ଯାହା ଆପଣଙ୍କ ଶରୀରରେ ହାଡ଼ ସୁସ୍ଥ ରଖିବାରେ ଏକ ଭଲ ଅପସନ ହୋଇପାରେ।

-ଚିଆ ସିଡ୍‌ସ ଟ୍ରିପ୍ଟୋଫ୍ୟାନ ଏବଂ ମ୍ୟାଗ୍ନେସିୟମ୍‌ ଭଳି କମ୍ପାଉଣ୍ଡରେ ଭରପୂର ହୋଇଥାଏ। ଏହା ମାନସିକ ଅବସାଦର ସ୍ତରକୁ କମ୍‌ କରିବା ଏବଂ ଆପଣଙ୍କ ନିଦକୁ ବଢ଼ିଆ କରିବାରେ ସାହାଯ୍ୟ କରିଥାଏ।

-ଏଥିରେ ଥିବା ଜରୁରୀ ଫ୍ୟାଟି ଏସିଡ୍‌ ଶରୀରରେ ଭଲ କୋଲେଷ୍ଟ୍ରୋଲକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆପଣଙ୍କ ଦୃଦୟ ସ୍ୱାସ୍ଥ୍ୟ ଭଲ ରହିଥାଏ।

-ଚିଆ ସିଡ୍‌ସ ଜଳ ଧାରଣରେ ସାହାଯ୍ୟ କରିଥାଏ। ଏହି କାରଣରୁ ଏହାକୁ ଏକ ହେଲ୍‌ଦି ପ୍ରୋଟିନଯୁକ୍ତ ଜଳଖିଆ ରୂପରେ ଗଣାଯାଏ। ଚିଆ ସିଡ୍‌ସ ଖାଇଲେ ପେଟ ଭରିଥିବା ଭଳି ଅନୁଭବ ହୋଇଥାଏ।

କହି ରଖୁଛୁ, ଚିଆ ସିଡ୍‌ସ ବହୁତ ଲାଭଦାୟକ, କିନ୍ତୁ ଅନେକ ଲୋକଙ୍କୁ ଏହା ଖାଇବା ଦ୍ୱାରା ସମସ୍ୟା ହୋଇପାରେ। ତେଣୁ ସେବନ କରିବା ପୂର୍ବରୁ ନିଶ୍ଚୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Roshni

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

27 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

3 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

4 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

6 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago