ଲାଇଫ୍ ଷ୍ଟାଇଲ୍

ଋତୁସ୍ରାବ ବନ୍ଦ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେବା ଉଚିତ୍‌, ନଚେତ୍‌ ହୋଇପାରେ ଏଭଳି ଗମ୍ଭୀର ରୋଗ

ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ ଯୋଗୁଁ ମହିଳାମାନଙ୍କ ଶରୀରରେ ଅନେକ ପ୍ରକାରର ରୋଗ ଦେଖିବା ପାଇଁ ମିଳୁଛି । ତେଣୁ ଏହା ଏକ ଚିନ୍ତାର ବିଷୟ ହୋଇଛି, ସେହିପରି ବୟସ ବଢିବା ସହ ଏଭଳି ବିପଦ ଆହୁରି ଅଧିକ ବଢ଼ୁଛି । ୪୫ ରୁ ୫୦ ବର୍ଷ ମହିଳାମାନଙ୍କର ଋତୁସ୍ରାବ ବନ୍ଦ ହେବାର ସମୟ ହୋଇଥାଏ । ସେହି ସମୟରେ ମହିଳାମାନଙ୍କୁ ହାର୍ଟ ଡିଜିଜ୍‌ ଓ ଅନେକ ଗମ୍ଭୀର ରୋଗ ହେବାର ସମ୍ଭାବନା ରହିଥାଏ । ଅନ୍ୟପଟେ ଶାରୀରିକ ଓ ମାନସିକ ରୋଗ ମଧ୍ୟ ହୋଇପାରେ । ସେଥିପାଇଁ ପିରିୟଡ୍ସ ବନ୍ଦ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ୍‌ । ଡାକ୍ତରଙ୍କ କହିବା ମୁତାବକ, ୪୫ ରୁ ୫୦ ବର୍ଷରେ ଏଭଳି ଗମ୍ଭୀର ରୋଗ ହୋଇପାରେ । ଯାହା ଠିକ୍‌ ସମୟରେ ଜଣା ନ ପଡିବା ଦ୍ୱାରା ଜୀବନ ମଧ୍ୟ ଯାଇପାରେ ।

ଆଶା ଆୟୁର୍ବେଦ ଡାକ୍ତର ଚଞ୍ଚଲ ଶର୍ମା ଏହି ବିଷୟରେ କହିଛନ୍ତି ଯେ, ଋତୁସ୍ରାବ ବନ୍ଦ ହେବା ପରେ ହୃଦୟ ସମ୍ବନ୍ଧୀୟ ରୋଗ ସମେତ ସୁଗାର, ଆସ୍ଥମା, ଅଷ୍ଟିଓପୋରୋସିସ୍‌ (ହାଡ ସମ୍ବନ୍ଧୀୟ ସମସ୍ୟା), ବ୍ରେଷ୍ଟ କ୍ୟାନ୍ସର ଭଳି ଗମ୍ଭୀର ରୋଗ ହୋଇପାରେ ।

ଡାକ୍ତର ଶର୍ମାଙ୍କ କହିବା ମୁତାବକ, ମାନସିକ ଅସ୍ଥିରତା ଏବଂ ସାମାଜିକ ଚାପ କାରଣରୁ ମହିଳାଙ୍କ ଭିତରେ ହରମୋନ ବଦଳି ଥାଏ । ଏହି କାରଣରୁ ରୋଗ ହେବାର ବିପଦ ବଢିଯାଏ । ମହିଳାମାନଙ୍କର ଶାରୀରକ ସ୍ୱାସ୍ଥ୍ୟ ବ୍ୟତୀତ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଠିକ୍‌ ରହିବା ଜରୁରୀ ହୋଇଥାଏ । ଏହା ବ୍ୟତୀତ ଡିପ୍ରେସନ୍‌ ଭଳି ମେଣ୍ଟାଲ ଡିଜିଜ୍‌ ମଧ୍ୟ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ପାରେ ।

ଏହି ସବୁ ରୋଗରୁ ବଞ୍ଚିବା ପାଇଁ ମହିଳାମାନଙ୍କୁ ହେଲ୍ଦି ଫୁଡ୍‌ ଖାଇବା ଜରୁରୀ । ଯେପରି ଫଳ, ପରିବା, ଡ୍ରାଏ ଫ୍ରୁଟ୍ସ ଭଳି ଖାଦ୍ୟ ଖାଇବା ଉଚିତ୍‌ । ଏହା ଦ୍ୱାରା ଶରୀରରେ କ୍ୟାଲସିୟମର ଅଭାବ ପୁରା ହେବ । ଏଥିପାଇଁ ମହିଳାମାନେ ନିୟମିତ ଭାବେ ଚେକ୍‌ଅପ୍‌ କରିବା ସହିତ ହେଲ୍ଦି ଲାଇଫ୍‌ ଷ୍ଟାଇଲ ସାମିଲ କରିବା ଉଚିତ୍‌ । ଏଥିସହ ପ୍ରତିଦିନ ନିୟମିତ ଭାବେ ବ୍ୟାୟାମ ଓ ଯୋଗ କରିବା ଆବଶ୍ୟକ । ଏହା ଦ୍ୱାରା କେବଳ ଆପଣ ଶାରୀରିକ ନୁହେଁ ବରଂ ମାନସିକ ରୋଗ ଭଳି ବିପଦରୁ ବଞ୍ଚିପାରିବେ ।

KNews Bureau

Recent Posts

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

4 mins ago

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

15 mins ago

ବାଇକରେ ଟଙ୍କା ଭତ୍ତି ବ୍ୟାଗ୍‌ ରଖି ଆଖୁ ରସ ପିଉଥିଲେ, କିନ୍ତୁ ପିଇସାରି ମୁହଁ ବୁଲାଇବାବେଳକୁ ଟଙ୍କା ଗାୟବ

ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…

32 mins ago

CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

42 mins ago

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

49 mins ago

ଦିଲ୍ଲୀ: ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଜଳିଗଲା ବିଲ୍ଡିଂ

ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ…

1 hour ago