କଣ ଆପଣ ବି ସବୁବେଳେ ହାଇ ମାରୁଛନ୍ତି ? ସାବଧାନ, ଜାଣନ୍ତୁ ଏହି ରୋଗରେ ପୀଡିତ ଆପଣ

ହାଇ ମାରିବା ଏକ ପ୍ରାକୃତିକ ପ୍ରକ୍ରିୟା ବୋଲି ଆମେ ସମସ୍ତେ ଜାଣନ୍ତି । ଆମ ଦୈନକ ଜୀବନର ଏକ ଅଭିନ୍ନ ଅଂଶ ହେଉଛି ହାଇ ମାରିବା । ଦିନକୁ ଅତି କମରେ ୨/୩ ଥର ହାଇ ତ ସମସ୍ତେ ମାରିଥାନ୍ତି । ତେବେ ଲୋକଙ୍କ ବିଶ୍ବାସ ରହିଛି ଯେ ଥକା ଲାଗିଲେ ହାଇ ଆସିଥାଏ । ତେଣୁ ଅଳ୍ପ ସମୟ ଆରାମ କଲେ ଠିକ୍ ହୋଇଯିବ । ତେବେ ଜାଣି ଆଶ୍ଚର‌୍ୟ୍ୟ ହେବେ ହାଇ ମାରିବା ଯଦିଓ ସାମାନ୍ୟ କିନ୍ତୁ ଅଧିକ ହାଇ ମାରିବା ବିପଦର ଘଂଟି । ଏବେ ନଜର ପକାନ୍ତୁ ଅଧିକ ହାଇ ମାରିବା କେଉଁ ରୋଗର ଲକ୍ଷଣ ।

ଲିଭର୍ ସମସ୍ୟା :

ଲିଭର ଜନିତ ସମସ୍ୟାର ଶେଷ ଷ୍ଟେଜ ଅତ୍ୟଧିକ ହାଇ ରୂପରେ ହୋଇଥାଏ । ଏହି ସମୟରେ ଅନୁଭବ ହେଉଥିବା ଥକାପଣ ଏହି ଲିଭର ସମସ୍ୟା ପାଇଁ ଦାୟୀ ହୋଇଥାଏ ।

ମଲ୍ଟିପଲ୍ ସ୍କେଲେରୋସିସ୍ :

ଏକ ପରୀକ୍ଷଣ ମୂତାବକ, ଯେଉଁ ଲୋକ ଏଥିରେ ପୀଡିତ ଥାନ୍ତି ସେମାନଙ୍କୁ ଅତ୍ୟଧିକ ହାଇ ଆସିଥାଏ । ଏଥିରେ ପୀଡିତ ଲୋକମାନଙ୍କର ଥର୍ମୋରେଗୁଲେଟରୀ ଡିସଫଙ୍କସନ୍ ହୋଇଥାଏ, ଯେଉଁଠି ସେମାନେ ନିଜ ଶରୀରର ତାପମାତ୍ରାକୁ ପୂର୍ଣ୍ଣ ନିୟନ୍ତ୍ରଣ କରିବାରେ ଅସମର୍ଥ ଥାନ୍ତି । ହାଇ କାରଣରୁ ସେମାନଙ୍କ ଶରୀରର ତାପମାତ୍ରା ଥଣ୍ଡା ହୋଇଯାଇଥାଏ ।

ବାସୋବଗଲ୍ ରିଆକ୍ସନ୍ :

ଏହା ସେତେବେଳେ ହୋଇଥାଏ ଯେତେବେଳେ ଯାହା ରକ୍ତଚାପ ଏବଂ ହାର୍ଟ ରେଟ୍ ପାଇଁ ସମ୍ପୂର୍ଣ୍ଣ ରୂପେ ଦାୟୀ ଥିବା ନର୍ବ୍ସ ସିଷ୍ଟମର ଅଂଶ ଖରାପ ହୋଇଥାଏ । ଅତ୍ୟଧିକ ଚିନ୍ତିତ ବା ଚାପଗ୍ରସ୍ତ ହୋଇଥିଲେ ଏହି ଏହା ହୋଇଥାଏ । ରକ୍ତଚାପ ଏବଂ ହାର୍ଟରେଟ୍ କମିଲେ ମସ୍ତିସ୍କ ଯାଏଁ ରକ୍ତକୁ ପହଂଚିବାକୁ ଦେଇନଥାଏ । ଏଭଳି ପରିସ୍ଥିତିରେ ଶରୀର ହାଇ ମାଧ୍ୟମରେ ଅକ୍ସିଜେନ୍ ନେବାକୁ ଚେଷ୍ଟା କରେ ।

ସ୍ଲିପିଂ ଡିଜଅର୍ଡର୍ :

ଅନିଦ୍ରା ବା ସ୍ଲିପ୍ ଡିଜଅର୍ଡର୍ ଯୋଗୁଁ ଅଧିକ ଥକା ଲଗିଥାଏ । ଯାହା ଫଳରେ ଅଧିକ ହାଇ ଆସିଥାଏ ।

ବ୍ରେନ୍ ଡିସଫଙ୍କ୍ସନ :

ପରୀକ୍ଷଣ ମୂତାବକ, ବ୍ରେନ୍ ଟ୍ୟୁମର୍ ହୋଇଥିଲେ ଅଧିକ ହାଇ ହୋଇଥାଏ । ପିଟ୍ୟୁଟାରୀ ଗ୍ଲାଣ୍ଡ୍ ସଙ୍କୁଚିତ ହେଲେ ଅତ୍ୟଧିକ ହାଇ ହୋଇଥାଏ

KNews Bureau

Recent Posts

୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…

36 mins ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…

48 mins ago

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

2 hours ago

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

3 hours ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

3 hours ago

କଳିଙ୍ଗ ଟିଭିକୁ ଧନ୍ୟବାଦ ଜଣାଇଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ମୋହନ ଚରଣ  ମାଝୀ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ତାଙ୍କ ନେତୃତ୍ୱରେ ବିଜେପି ସରକାର…

4 hours ago