ଲାଇଫ୍ ଷ୍ଟାଇଲ୍

କରୋନା କାଳରେ କରନ୍ତୁ ବ୍ୟାୟାମ, ଏହା ଆପଣଙ୍କ ଶରୀର ସହ ମନକୁ ରଖିବ ସୁସ୍ଥ

ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ଗୋଟିଏ ଦିନରେ ପରଫେକ୍ଟ ହୋଇନଥାଏ । ଅର୍ଥାତ ହେଲ୍‌ଥ ଏକ ପ୍ରୋସେସ ହୋଇଥାଏ । ଏଥିପାଇଁ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଯାହାକି ଆମର ଅଭ୍ୟାସରେ ପରିଣତ ହୋଇଯାଏ । ତେବେ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଏକ୍ସରସାଇଜ ବା ବ୍ୟାୟାମ ହୋଇଥାଏ ସବୁଠୁ ବେଷ୍ଟ । ଏହାଦ୍ୱାରା ଆପଣଙ୍କ ଶରୀର ଦିନକୁ ଦିନ ଭଲ ଦେଖାଯିବା ସହ ଆପଣ ସୁସ୍ଥ ରହିଥାନ୍ତି ।

ଆପଣ ଜାଣିଛନ୍ତି କି ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ଶରୀରକୁ କେଉଁ ଲାଭ ମିଳିଥାଏ? ଆଜି ଆମେ ଏହାକୁ ନେଇ ଆପଣଙ୍କୁ ଅବଗତ କରାଇବୁ । ଯାହାକୁ ଜାଣି ଆପଣ ବ୍ୟାୟାମ କରିବାକୁ ଇଚ୍ଛା କରିବେ । ଚାଲନ୍ତୁ ଜାଣିବା ଏହାର ଫାଇଦା:-

– ମାନସିକ ସ୍ୱାସ୍ଥ୍ୟ ସୁସ୍ଥ ରୁହେ । ମେଣ୍ଟାଲ ହେଲ୍‌ଥ ସମସ୍ୟା ଥିଲେ ବ୍ୟାୟାମ ସବୁଠୁ ବେଷ୍ଟ ହୋଇଥାଏ । ଏହାଦ୍ୱାରା ଶରୀର କେବଳ ଆକ୍ଟିଭ ରହିଥାଏ ତାହା ନୁହେଁ ବରଂ ସେରୋଟୋନିନ ସହ ଅନ୍ୟ ହର୍ମୋନ ଶରୀରରୁ ନିର୍ଗତ ହୋଇଥାଏ । ଯାହା ଚିନ୍ତା ବା ଅଶାନ୍ତିରୁ ମୁକ୍ତି ଦିଏ । ଏହାଦ୍ୱାରା ମାନସିକ ଅଶାନ୍ତି ଦୂର ହୋଇଥାଏ ।

pc: best health magazine

– ଓଜନ ହ୍ରାସ କରିବାରେ ଏହା ସାହାଯ୍ୟ କରିଥାଏ । ତେଣୁ ଏଥିପାଇଁ ପ୍ରତିଦିନ ଆପଣଙ୍କୁ ବ୍ୟାୟାମ କରିବାକୁ ପଡିବ । ଏହାସହ ଡାଏଟରେ ଧ୍ୟାନ ରଖିବାକୁ ପଡିବ ।

– ସୁସ୍ଥ ହାର୍ଟ ପାଇଁ ବ୍ୟାୟାମ ସବୁଠୁ ଲାଭଦାୟକ ହୋଇଥାଏ ।

– ଆତ୍ମବିଶ୍ୱାସ ବଢ଼ାଇବାରେ ଏହା ଖୁବ ଜରୁରୀ ହୋଇଥାଏ । କରୋନା କାଳେରେ ସମସ୍ତଙ୍କ ପାଖରେ ପ୍ରାୟ ଏହି ସମସ୍ୟା ଦେଖାଯାଉଛି । ତେଣୁ ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ଲୋକଙ୍କ ଭିତରେ ଆତ୍ମବିଶ୍ୱାସ ବଢ଼ିଥାଏ ।

– ଏହାଦ୍ୱାରା ଏକାଗ୍ରତା କ୍ଷମତା ବଢ଼ିଥାଏ । ୨୦୦୧ ରିପୋର୍ଟ ଅନୁଯାୟୀ, ସପ୍ତାହକୁ ୨ ରୁ ୩ ଥର ଏରୋବିକ୍ ବ୍ୟାୟାମ ସହ ମାଂସପେଶୀକୁ ସୁସ୍ଥ ରଖିବା ପାଇଁ ଶରୀରିକ ଗତିବିଧି କରିବା ଆବଶ୍ୟକ । ଏହାଦ୍ୱାରା ଆପଣ ସୁସ୍ଥ ଓ ନିରାମୟ ଜୀବନ ଜିଇଁପାରିବେ ।

KNews Bureau

Recent Posts

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ଲିଷ୍ଟ ଆଧାରରେ ନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ (କେନ୍ୟୁଜ): କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ମେରିଟ ଲିଷ୍ଟ ଆଧାରରେ ନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । …

2 mins ago

ଜୁନରେ ରେକର୍ଡ ଭାଙ୍ଗିଲା ତାତି, ଆହୁରି ତିନି ଦିନ ହେବ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର (କେନ୍ୟୁଜ): ଆହୁରି ତିନି ଦିନ ତାତି ସହ ଗୁଳୁଗୁଳି । ରାଜ୍ୟରେ ଆହୁରି ୩ ଦିନ ଯାଏଁ ଜାରି…

16 mins ago

ରିମାରିୟୋ ଶେଫର୍ଡଙ୍କ ଘରେ କୁନି ଅତିଥିଙ୍କୁ ସ୍ୱାଗତ, ବାପା ହେବା ଖୁସିରେ ମିସ୍‌ କଲେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ

ଟି ୨୦ ବିଶ୍ୱକପ ୨୦୨୪ର ଗ୍ରୁପ ପର୍ଯ୍ୟାୟରେ ଶେଷ ମ୍ୟାଚ େଓ୍ଵଷ୍ଟଇଣ୍ଡିଜ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି । ଗ୍ରୁପ…

31 mins ago

ଇଟାଲୀ ନିକଟ ସମୁଦ୍ର ଉପକୂଳରେ ବଡ଼ ଦୁର୍ଘଟଣା, ଦୁଇଟି ବୋଟ୍‌ ବୁଡ଼ି ୧୧ ପ୍ରବାସୀଙ୍କ ମୃତ୍ୟୁ, ୬୦ ନିଖୋଜ

ଇଟାଲୀର ଦକ୍ଷିଣ ସମୁଦ୍ର ଉପକୂଳରେ ଦୁଇଟି ବୋଟ୍‌ ବୁଡ଼ିଯାଇଛି । ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ…

35 mins ago

ବଦଳିଛି ନବୀନ ପଟ୍ଟନାୟକଙ୍କ ଆସନ, ହିଞ୍ଜିଳି ବିଧାୟକ ଭାବେ ନେଲେ ଶପଥ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।  କାମଚଳା ବାଚସ୍ପତି…

47 mins ago

ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶପଥପାଠ କରାଇଲେ କାମଚଳା ବାଚସ୍ପତି

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି । ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ…

51 mins ago