ସୁସ୍ଥ ତ୍ୱଚା ଚାହୁଁଥିଲେ ତ୍ବଚା ପାଇଁ ରୁମ ଛିଦ୍ର ଗୁଡିକୁ ସଫା ରଖିବା ନିହାତି ଜରୁରୀ । ଏନେଇ ଆମେ ଅନେକ ତରିକା ଆପଣେଇଥିଲେ ମଧ୍ୟ ଏତେଟା ସୁଫଳ ପାଇପାରିନଥାଉ । ନିକଟରେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ରବିନା ପୋର୍ସକୁ କିପରି ସହଜରେ ଖୋଲାଯାଇ ସଫା କରାଯିବ ସେନେଇ ଏକ ସହଜ ଟିପ୍ସ ଦେଉଥିବାର ନଜର ଆସିଛନ୍ତି । ତେବେ ପ୍ରଥମେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:
ଗ୍ରୀନ ଟି- ଗୋଟେ ପାଉଚ
ଚାଉଳ ଅଟା – ୨ ଚାମଚ
ମହୁ – ଅଧା ଚାମଚ
କିପରି ପ୍ରସ୍ତୁତ କରିବେ ପ୍ୟାକ:
ପ୍ରଥମେ ଗ୍ରୀନ ଟି ସିଝାଇ ଦିଅନ୍ତୁ । ଏବେ ଏହାକୁ ଥଣ୍ଡା କରି ଏକ ସାଇଡରେ ରଖି ଦିଅନ୍ତୁ । ଏବେ ଏଥିରେ ଚାଉଳ ଅଟା ଓ ମହୁ ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏବେ ନିଜ ଚେହେରାକୁ ଭଲ ଭାବେ ସଫା କରି ଦିଅନ୍ତୁ । ଏହାପରେ ପ୍ରସ୍ତୁତ କରିଥିବା ପେଷ୍ଟକୁ ନିଜ ମୁହଁରେ ଲଗେଇ ଦିଅନ୍ତୁ । ୧୫ ରୁ ୨୦ ମିନିଟ ପାଇଁ ଛାଡି ଦିଅନ୍ତୁ । ଏବେ ନିଜ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଭଲ ଫଳ ପାଇବା ପାଇଁ ସପ୍ତାହକୁ ଅତି କମରେ ତିନି ଥର ଏହି ପ୍ୟାକ ବ୍ୟବହାର କରିବା ଉଚିତ ।
କାହିଁକି ଲାଭକାରୀ ଏହି ଫେସପ୍ୟାକ:
ଗ୍ରୀନ ଟିରେ ଭରପୁର ମାତ୍ରାରେ ଆଣ୍ଟି ଆକ୍ସିଡେଣ୍ଟ ଓ ଫ୍ଲାବନଏଡ଼ ଥାଏ । ଯାହା ତ୍ୱଚାରେ ଜମି ରହିଥିବା ସମସ୍ତ ଧୂଳି ମଳିକୁ ବାହାର କରି ଦେଇଥାଏ । ଏହା ସହ ପୋର୍ସକୁ କ୍ଲିନ କରିଥାଏ । ଏହା ବାଦ ଚାଉଳ ଅଟା ଓ ମହୁ ତ୍ୱଚାକୁ ପୋଷଣ ଦେଇଥାଏ । ଯାହା ସ୍କିନକୁ କ୍ଲିନ କରିବା ସହ ଏକ ପ୍ରକାର ଉଜ୍ଜ୍ୱଳତା ଆଣିଥାଏ । ଏହା ବାଦ ଯାବତୀୟ ତ୍ୱଚା ସଂକ୍ରମଣ ମଧ୍ୟ ଦୂର ହୋଇଥାଏ ।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…