ତ୍ୱଚାର ଲୋମ ଛିଦ୍ର ସମସ୍ୟା ନେଇ ଚିନ୍ତାରେ ଅଛନ୍ତି କି ? ତେବେ ଆପଣାନ୍ତୁ ଷ୍ଟାର ରବିନା ଟଣ୍ଡନଙ୍କ ଏହି ତରିକା

ସୁସ୍ଥ ତ୍ୱଚା ଚାହୁଁଥିଲେ ତ୍ବଚା ପାଇଁ ରୁମ ଛିଦ୍ର ଗୁଡିକୁ ସଫା ରଖିବା ନିହାତି ଜରୁରୀ । ଏନେଇ ଆମେ ଅନେକ ତରିକା ଆପଣେଇଥିଲେ ମଧ୍ୟ ଏତେଟା ସୁଫଳ ପାଇପାରିନଥାଉ । ନିକଟରେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ରବିନା ପୋର୍ସକୁ  କିପରି ସହଜରେ ଖୋଲାଯାଇ ସଫା କରାଯିବ ସେନେଇ ଏକ ସହଜ ଟିପ୍ସ ଦେଉଥିବାର ନଜର ଆସିଛନ୍ତି । ତେବେ ପ୍ରଥମେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

ଗ୍ରୀନ ଟି- ଗୋଟେ ପାଉଚ

ଚାଉଳ ଅଟା – ୨ ଚାମଚ

ମହୁ – ଅଧା ଚାମଚ

କିପରି ପ୍ରସ୍ତୁତ କରିବେ ପ୍ୟାକ:

ପ୍ରଥମେ ଗ୍ରୀନ ଟି ସିଝାଇ ଦିଅନ୍ତୁ । ଏବେ ଏହାକୁ ଥଣ୍ଡା କରି ଏକ ସାଇଡରେ ରଖି ଦିଅନ୍ତୁ । ଏବେ ଏଥିରେ ଚାଉଳ ଅଟା ଓ ମହୁ ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏବେ ନିଜ ଚେହେରାକୁ ଭଲ ଭାବେ ସଫା କରି ଦିଅନ୍ତୁ । ଏହାପରେ ପ୍ରସ୍ତୁତ କରିଥିବା ପେଷ୍ଟକୁ ନିଜ ମୁହଁରେ ଲଗେଇ ଦିଅନ୍ତୁ । ୧୫ ରୁ ୨୦ ମିନିଟ ପାଇଁ ଛାଡି ଦିଅନ୍ତୁ । ଏବେ ନିଜ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଭଲ ଫଳ ପାଇବା ପାଇଁ ସପ୍ତାହକୁ ଅତି କମରେ ତିନି ଥର ଏହି ପ୍ୟାକ ବ୍ୟବହାର କରିବା ଉଚିତ ।

କାହିଁକି ଲାଭକାରୀ ଏହି ଫେସପ୍ୟାକ:

ଗ୍ରୀନ ଟିରେ ଭରପୁର ମାତ୍ରାରେ ଆଣ୍ଟି ଆକ୍ସିଡେଣ୍ଟ ଓ ଫ୍ଲାବନଏଡ଼ ଥାଏ । ଯାହା ତ୍ୱଚାରେ ଜମି ରହିଥିବା ସମସ୍ତ ଧୂଳି ମଳିକୁ ବାହାର କରି ଦେଇଥାଏ । ଏହା ସହ ପୋର୍ସକୁ କ୍ଲିନ କରିଥାଏ । ଏହା ବାଦ ଚାଉଳ ଅଟା ଓ ମହୁ ତ୍ୱଚାକୁ ପୋଷଣ ଦେଇଥାଏ । ଯାହା ସ୍କିନକୁ କ୍ଲିନ କରିବା ସହ ଏକ ପ୍ରକାର ଉଜ୍ଜ୍ୱଳତା ଆଣିଥାଏ । ଏହା ବାଦ ଯାବତୀୟ ତ୍ୱଚା ସଂକ୍ରମଣ ମଧ୍ୟ ଦୂର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.