Below header

ମହେଶ ଭଟ୍ଟ ଓ ମୈାନୀ ରାୟଙ୍କ ସମେତ ଏହି ୬ ତାରକାଙ୍କ ବିରୋଧରେ ଜାତୀୟ ମହିଳା କମିସନ ପଠାଇଲେ ନୋଟିସ୍‌, ଯୈାନ ଉତ୍ପୀଡ଼ନ ମାମଲାରେ ରେକର୍ଡ ହେବ ବୟାନ୍‌ 

ମୁମ୍ବାଇ : ବଲିଉଡ୍‌ରେ ଝିଅମାନଙ୍କୁ ଫିଲ୍ମ, ମଡେଲିଙ୍ଗ୍‌ ଓ ପ୍ରୋଜେକ୍ଟ ଦେବା ବାହାନାରେ ଯୈାନ ଉତ୍ପୀଡନ୍‌ ନେଇ ସବୁବେଳେ ଅଭିଯୋଗ ହୁଏ । ହେଲେ କେହି ଏହା ବିରୋଧରେ ଆଗେଇ ଆସବାକୁ ସାହସ କରୁନଥିବାରୁ ତାହା ଦବିଯାଏ । ଏବେ ଜଣେ ସାମାଜିକ କର୍ତ୍ତା ବଲିଉଡ୍‌ର କେତେକ ହସ୍ତୀଙ୍କ ବିରୋଧରେ ବ୍ୟକ୍ତିଗତ ଭାବେ ଅଭିଯୋଗ ଆଣିବା ପରେ ଜାତୀୟ ମହିଳା କମିସନ ନୋଟିସ୍‌ ଜାରି କରିଛନ୍ତି ।

mahesh-2

ଫଳରେ ଫିଲ୍ମ ମେକର ମହେଶ ଭଟ୍ଟ, ଅଭିନେତ୍ରୀ ଉର୍ବଶୀ ରୈାତେଲା, ଇଶା ଗୁପ୍ତା, ରଣବୀଜୟ ସିଂହ ଓ ପ୍ରିନ୍ସ ନରୁଲାଙ୍କ ବିରୋଧରେ ଜାତୀୟ ମହିଳା କମିସନ (NCW) ମାନସିକ ଓ ଯୈାନ ଶୋଷଣ ମାମଲାରେ ନୋଟିସ୍‌ ଜାରି କରିଛି । ବଲିଉଡ୍‌ର ଏହି ହସ୍ତିମାନଙ୍କୁ ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ପରି ଫର୍‌ ଇଣ୍ଡିଆର ସଂସ୍ଥାପକ ଯୋଗିତା ଭାୟାନାଙ୍କ ପରେ ସାକ୍ଷୀ ଭାବରେ ବୟାନ୍‌ ଦେବାକୁ କୁହାଯାଇଛି ।

mahesh

ଆଇଏମ୍‌ଜି ବେଞ୍ଚର୍ସର ପ୍ରମୋଟର ସନି ବର୍ମାଙ୍କ ଖିଲାପରେ ଯୋଗୀତା ଭାୟାନ ଅଭିଯୋଗ ଦାଖଲ କରିଛନ୍ତି । ଝିଅମାନଙ୍କୁ ମଡେଲିଙ୍ଗ୍‌ ଓ ପ୍ରୋଜେକ୍ଟ ଦେବା ବାହାନାରେ ଯୈାନ ଉତ୍ପୀଡନ ଓ ବ୍ଲାକ୍‌ ମେଲ୍‌ କରାଯାଉଥିବା ନେଇ ସନି ବର୍ମାଙ୍କ ଖିଲାପରେ ଅଭିଯୋଗ ଦାଖଲ କରାଯାଇଥିଲା । କିଛି ଝିଅ ସନି ବର୍ମା ଓ ତାଙ୍କର ସହଯୋଗୀଙ୍କ ଦ୍ୱାରା ଯୈାନ ଓ ମାନସିକ ଉତ୍ପୀଡନର ଶିକାର ନେଇ ଅଭିଯୋଗ କରିବା ପରେ ଏହି ଘଟଣା ପଦାକୁ ଆସିଥିଲା ।

mahesh-3

ତେବେ ଏନ୍‌ସିଡବ୍ଲ୍ୟୁର ନୋଟିସ୍‌ ଉପରେ କେହି ଅଭିଯୁକ୍ତ ପ୍ରତିକ୍ରିୟା ପ୍ରକାଶ କରି ନଥିଲେ କିମ୍ବା ବୈଠକରେ ଯୋଗ ଦେଇନଥିଲେ ବୋଲି ଏନ୍‌ସିଡବ୍ଲୁ୍ୟୃ ପ୍ରକାଶ କରିଛି । ଏମାନଙ୍କ ଅନୁପସ୍ଥିତି ନେଇ ଏନ୍‌ସିଡବ୍ଲ୍ୟୁ ଏହାକୁ ଗମ୍ଭୀରତାର ସହ ନେଇଛି ।  ଏନ୍‌ସିଡବ୍ଲ୍ୟୁର ଆଗାମୀ ବୈଠକକୁ ୧୮ ଅଗଷ୍ଟ ଦିନ ସାଢ଼େ ୧୧ଟା ଯାଏ ସ୍ଥଗିତ କରିଦିଆଯାଇଛି । ଯଦି ଏଥର ବୈଠକରେ କେହି ଯୋଗ ନଦିଅନ୍ତି ତେବେ ସେମାନଙ୍କ ପ୍ରତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍‌ସିଡବ୍ଲ୍ୟୁ ପ୍ରକାଶ କରିଛି ।

mahesh-4

ପ୍ରକାଶଯୋଗ୍ୟ ଯେ ମହେଶ ଭଟ୍ଟଙ୍କୁ ଆଇଏମ୍‌ଜି ଅପକର୍ମରେ ତାଙ୍କର କ’ଣ ଭାଗିଦାରୀ ରହିଛି ସେ ସମ୍ପର୍କରେ ପ୍ରଥମେ ନୋଟିସ୍‌ ଜାରି କରାଯାଇଥିଲା । ତେବେ ମହେଶ ଭଟ୍ଟଙ୍କ ଓକିଲ ଏହାକୁ ମିଥ୍ୟା ଓ ଅପପ୍ରଚାର କହିବା ସହ ଏଭଳି ଖବର ପ୍ରସାର କରିଥିବା ଏଜେନ୍ସି ବିରୋଧରେ ମାନହାନୀ ମକଦ୍ଧମା ଦାୟର କରାଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.