ଲାଇଫ୍ ଷ୍ଟାଇଲ୍

କମ୍ ଲୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ, ହୋଇପାରନ୍ତି ଏହି ରୋଗର ଶିକାର

କେବଳ ଅଧିକ ଲୁଣ ଖାଇଲେ ନୁହେଁ ବରଂ କମ ଲୁଣ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ କ୍ଷତିକାରକ ହୋଇଥାଏ । ଅନେକ ଥର ଆପଣ ଅଧିକ ଲୁଣ ଖାଇବା ଠାରୁ ଦୂରେଇ ରହିବା ଆବଶ୍ୟକଠାରୁ କମ୍ ଲୁଣ ଖାଇବା ଆରମ୍ଭ କରନ୍ତି । ଲୁଣ ହେଉଛି ଆୟୋଡିନର ମୁଖ୍ୟ ଉତ୍ସ ଓ ଯେତେବେଳେ ଆପଣଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଆୟୋଡିନ୍ ନଥାଏ, ସେତବେଳେ ଆପଣଙ୍କ ସ୍ୱାସ୍ଥ୍ୟରେ ଅବନତି ହୋଇଥାଏ । ଲୁଣ ମଧ୍ୟ ସୋଡିୟମ୍ କ୍ଲୋରାଇଡର ଉତ୍ସ ଓ ଏହା ଇଲେକ୍ଟ୍ରୋଲାଇଟକୁ ସନ୍ତୁଳିତ କରେ ।

ଖରାପ କୋଲେଷ୍ଟ୍ରଲ

ଆମେରିକୀୟ ଜର୍ନାଲ୍ ଅଫ୍ ହୈପରଟସନରେ ପ୍ରକାଶିତ ଏକ ଗବେଷଣା ପତ୍ରିକା ଅନୁଯାୟୀ, କମ୍ ଲୁଣ ଖାଉଥିବା ଲୋକଙ୍କ ମଧ୍ୟରେ ରେନିନ, କୋଲେଷ୍ଟ୍ରଲ ଓ ଟ୍ରାଇଗ୍ଲାଇସରାଇଡ୍ ସ୍ତର ଅଧିକ ଥାଏ । କମ୍ ସୋଡିୟମ୍ ଡାଏଟ୍ ଯୋଗୁଁ ଖରାପ କୋଲେଷ୍ଟ୍ରଲ୍ ସ୍ତର ୪.୬% ଓ ଟ୍ରାଇଗ୍ଲାଇସେରାଇଡ୍ ସ୍ତର ୫.୯% ବୃଦ୍ଧି ପାଇଥାଏ ।

ମଧୁମେହ

ଯଦି ଆପଣ କମ୍ ଲୁଣ ଖାଆନ୍ତି ତେବେ ଆପଣ ପର୍ଯ୍ୟାପ୍ତ ପରିମାଣର ସୋଡିୟମ୍ ଗ୍ରହଣ କରନ୍ତି ନାହିଁ ଓ ଏହି କାରଣରୁ ଆପଣ ଟାଇପ୍-୨ ମଧୁମେହର ଶିକାର ହୋଇପାରନ୍ତି । ପୁଷ୍ଟିକର ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣ ଅଳ୍ପ ଲୁଣ ଖାଆନ୍ତି, ତେବେ ଏହା ଶରୀରରେ ଇନସୁଲିନ୍ ପ୍ରତିରୋଧର କ୍ଷମତା ବଢ଼ାଇଇଥାଏ । କୋଷଗୁଡ଼ିକ ହରମୋନ୍ ଇନସୁଲିନ୍ ର ସଙ୍କେତକୁ ସଠିକ୍ ଭାବରେ ପ୍ରତିକ୍ରିୟା କରନ୍ତି ନାହିଁ । ଏହା ରକ୍ତରେ ଶର୍କରା ସ୍ତରକୁ ବଢ଼ାଇଥାଏ ।

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ୨୦୧୦ ମସିହାରେ କରାଯାଇଥିବା ଏକ ଗବେଷଣା ଅନୁଯାୟୀ, ଲୁଣର ଅଭାବ ଇନସୁଲିନ୍ ସମ୍ବେଦନଶୀଳତା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଗବେଷଣାରୁ ଜଣାପଡିଛି ଯେ ଟାଇପ୍-୧ ଓ ଟାଇପ୍-୨ ମଧୁମେହ ରୋଗୀଙ୍କର କମ୍ ସୋଡିୟମ୍ ଖାଦ୍ୟରୁ ମୃତ୍ୟୁ ହେବାର ଆଶଙ୍କା ରହିପାରେ ।

ହାଇପୋଥାଇରଏଡିଜିମ୍ ସମସ୍ୟା

ଆୟୋଡିନ୍ ଅଭାବରେ ଥାଇରଏଡ୍ ଗ୍ରନ୍ଥି ସଠିକ୍ ଭାବରେ କାମ କରେ ନାହିଁ । ଯଦି ଆପଣ ଅତ୍ୟଧିକ ଲୁଣ ଖାଆନ୍ତି, ତେବେ ଆପଣଙ୍କର ହାଇପୋଥାଇରଏଡିଜିମ୍ ମଧ୍ୟ ହୋଇପାରେ ।ଆୟୋଡାଇଜଡ୍ ଲୁଣ ଶରୀରରେ ଭଲ କୋଲେଷ୍ଟ୍ରୋଲ୍ ମଧ୍ୟ ବଢ଼ାଇଥାଏ ।

ମସ୍ତିଷ୍କ ଫୁଲା

କମ୍ ଲୁଣ ଖାଇବା ଦ୍ୱାରା ଆପଣ ନିମ୍ନ ରକ୍ତଚାପର ସମସ୍ୟା ସମ୍ମୁଖୀନ ହୋଇପାରନ୍ତି । ରକ୍ତରେ ସୋଡିୟମର ମାତ୍ରା କମ୍ ଯୋଗୁଁ ହାଇପୋନାଟ୍ରେମିଆର ଅବସ୍ଥା ସୃଷ୍ଟି ହୁଏ । ଏହାର ଲକ୍ଷଣ ଡିହାଇଡ୍ରେସନ୍ ପରି ହୋଇପାରେ । ଯଦି ଏହି ସମସ୍ୟା ଅଧିକ ଗମ୍ଭୀର ହୁଏ, ତେବେ ମସ୍ତିଷ୍କରେ ଫୁଲିଯିବା, ମୁଣ୍ଡବିନ୍ଧା ଓ ସ୍ୱିଜର୍ସ ହେବାର ଆଶଙ୍କା ମଧ୍ୟ ଥାଏ ।

 

KNews Bureau

Recent Posts

ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (କେନ୍ୟୁଜ୍‌) : ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓ ଆଉ ନାହାନ୍ତି।…

29 mins ago

କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ରେସରେ ଅଛନ୍ତି ଧର୍ମେନ୍ଦ୍ର ଓ ମନମୋହନ

ଭୁବନେଶ୍ୱର :  କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ…

53 mins ago

ଟ୍ରେନରେ ଚଢ଼ିଯାଇଛନ୍ତି କିନ୍ତୁ ଟିକେଟ ହଜିଯାଇଛି ତ କଣ କରିବେ ଜାଣନ୍ତୁ, ନଚେତ ହେବେ ହଇରାଣ

ଟିକେଟ ହଜିଯାଇଥିଲେ କିମ୍ବା ଚିରାଫଟା ହୋଇଯାଇଥିଲେ ତଥାପି ବି ଆପଣ ଟ୍ରେନରେ ଯାତ୍ରା କରିପାରିବେ । ଏମିତି ଅନେକ ଲୋକଙ୍କ…

1 hour ago

ମୋ ବସ୍‌ ରେ ଗନ୍ତବ୍ୟସ୍ଥଳକୁ ଯାଉଥିଲେ ଯାତ୍ରୀ, ପଛରୁ ପିଟିଲା ଟ୍ରକ୍‌

କଟକ : କାହାର ହାତରେ ଲାଗିଛି ଆଘାତ ତ କାହା ମୁଣ୍ଡରୁ ବାହାରୁଛି ରକ୍ତ । ଅନେକ ଲୋକ ଆହତ…

1 hour ago

ମୋଦିଙ୍କ ଶପଥ ଗ୍ରହଣ ସମାରୋହ : ୭୦୦୦ ହଜାର ବ୍ୟକ୍ତିଙ୍କୁ ନିମନ୍ତ୍ରଣ, ସାମ୍ନାକୁ ଆସିଲା ନିମନ୍ତ୍ରଣ ପତ୍ର ଫଟୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ଆସନ୍ତାକାଲି ହେବାକୁ ଯାଉଛି । ଆସନ୍ତାକାଲି ସନ୍ଧ୍ୟା ୭.୧୫ ମିନିଟରେ ମୋଦି…

1 hour ago

ଶ୍ରୀମନ୍ଦିର ପରିସରରେ ପୁଣି ଲାଗିଲା ଲାଇଟ, କିଛି ଦିନ ତଳେ ଖୋଲି ଦେଇଥିଲା କଣ୍ଟ୍ରାକ୍ଟର

 କେନ୍ୟୁଜ(ବ୍ୟୁରୋ) : ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ପୁଣି ଥରେ ହୋଇଛି ବ୍ୟବସ୍ଥା । ଆଗାମୀ ଦିନରେ ସ୍ଥାୟୀ ଭାବେ ଆଲୋକୀକରଣର…

1 hour ago