ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ଯୋଗ ରାମବାଣ ସଦୃଶ କାର୍ଯ୍ୟ କରିଥାଏ। କେତେକ ସହଜ ଯୋଗ ଦ୍ୱାରା ଶରୀର ସୁସ୍ଥ ରହିପାରିବ। ତେବେ ସାଧାରଣ ଯୋଗ ଅପେକ୍ଷା ହଟ୍ ଯୋଗ ଶରୀରରେ ଅଧିକ କାମ କରିଥାଏ। ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଯୋଗ ଦ୍ୱାରା ଲାଭବାନ୍ ହୋଇପାରିବେ। ଅଧିକ ତାପମାତ୍ରାଯୁକ୍ତ ସ୍ଥାନରେ ଯୋଗ କରିବାକୁ ହଟ୍ ଯୋଗ କୁହାଯାଏ।
ଆମେରିକାର ହାଇପରଟେନ୍ସନ୍ ୨୦୧୯ ସାଣ୍ଟିଫିକ୍ ସେସନ୍ ଅବସରରେ ବୈଜ୍ଞାନିକମାନେ କହିଛନ୍ତି ଯେ ନିୟମିତ ସାଧାରଣ ଯୋଗ କରିବା ଦ୍ୱାରା ମଧ୍ୟ ରକ୍ତଚାପ ନିୟନ୍ତ୍ରଣାଧୀନ ରହିଥାଏ। କିନ୍ତୁ ହଟ୍ ଯୋଗ କରିବା ଦ୍ୱାରା ଖୁବ୍ ଶୀଘ୍ର ରକ୍ତଚାପ ନିୟନ୍ତ୍ରଣକୁ ଆସିଥାଏ।
ଏହାସହ ପଢ଼ନ୍ତୁ: ଗ୍ୟାସ୍ ସମସ୍ୟା ଭୋଗୁଛନ୍ତି କି ! ଆପଣାନ୍ତୁ ଏହି ଉପାୟ
ଟେକ୍ସାସ୍ ଷ୍ଟେଟ୍ ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସର ଷ୍ଟେଶୀ ହଣ୍ଟରଙ୍କ କହିବାନୁସାରେ, ପ୍ରାଣାୟମ ବିନା ମଧ୍ୟ କେବଳ ହଟ୍ ଯୋଗ ଦ୍ୱାରା ରକ୍ତଚାପକୁ କମାଇ ହେବ। ଏ ନେଇ ସେ ଏକ ୯୦ ମିନିଟ୍ର ଯୋଗ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ୯୦ ମିନିଟ୍ରେ ୨୬ଟି ଜଟିଳ ଆସନ ଓ ଦୁଇଟି ପ୍ରାଣାୟାମ କରାଯାଇଥିଲା। ତେବେ ଏହି ଯୋଗ ଯେଉଁ କୋଠରୀରେ କରାଯାଇଥିଲା ତାହାର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିବା ବେଳେ ଆର୍ଦ୍ରତା ୫୦ ପ୍ରତିଶତରୁ ଅଧିକ ଥିଲା। ଏଠାରେ ଯୋଗ କରୁଥିବା ବ୍ୟକ୍ତିଙ୍କ ରକ୍ତଚାପ କମ୍ ସମୟରେ ହିଁ ନିୟନ୍ତ୍ରଣକୁ ଆସିଥିଲା।
ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…