Below header

ହଟ୍‌ ଯୋଗ କରନ୍ତୁ, ରକ୍ତଚାପ କମାନ୍ତୁ

ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ଯୋଗ ରାମବାଣ ସଦୃଶ କାର୍ଯ୍ୟ କରିଥାଏ। କେତେକ ସହଜ ଯୋଗ ଦ୍ୱାରା ଶରୀର ସୁସ୍ଥ ରହିପାରିବ। ତେବେ ସାଧାରଣ ଯୋଗ ଅପେକ୍ଷା ହଟ୍‌ ଯୋଗ ଶରୀରରେ ଅଧିକ କାମ କରିଥାଏ। ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଯୋଗ ଦ୍ୱାରା ଲାଭବାନ୍‌ ହୋଇପାରିବେ। ଅଧିକ ତାପମାତ୍ରାଯୁକ୍ତ ସ୍ଥାନରେ ଯୋଗ କରିବାକୁ ହଟ୍‌ ଯୋଗ କୁହାଯାଏ।

ଆମେରିକାର ହାଇପରଟେନ୍ସନ୍‌ ୨୦୧୯ ସାଣ୍ଟିଫିକ୍‌ ସେସନ୍‌ ଅବସରରେ ବୈଜ୍ଞାନିକମାନେ କହିଛନ୍ତି ଯେ ନିୟମିତ ସାଧାରଣ ଯୋଗ କରିବା ଦ୍ୱାରା ମଧ୍ୟ ରକ୍ତଚାପ ନିୟନ୍ତ୍ରଣାଧୀନ ରହିଥାଏ। କିନ୍ତୁ ହଟ୍‌ ଯୋଗ କରିବା ଦ୍ୱାରା ଖୁବ୍‌ ଶୀଘ୍ର ରକ୍ତଚାପ ନିୟନ୍ତ୍ରଣକୁ ଆସିଥାଏ।

ଏହାସହ ପଢ଼ନ୍ତୁ: ଗ୍ୟାସ୍ ସମସ୍ୟା ଭୋଗୁଛନ୍ତି କି ! ଆପଣାନ୍ତୁ ଏହି ଉପାୟ

ଟେକ୍ସାସ୍‌ ଷ୍ଟେଟ୍‌ ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସର ଷ୍ଟେଶୀ ହଣ୍ଟରଙ୍କ କହିବାନୁସାରେ, ପ୍ରାଣାୟମ ବିନା ମଧ୍ୟ କେବଳ ହଟ୍‌ ଯୋଗ ଦ୍ୱାରା ରକ୍ତଚାପକୁ କମାଇ ହେବ। ଏ ନେଇ ସେ ଏକ ୯୦ ମିନିଟ୍‌ର ଯୋଗ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ୯୦ ମିନିଟ୍‌ରେ ୨୬ଟି ଜଟିଳ ଆସନ ଓ ଦୁଇଟି ପ୍ରାଣାୟାମ କରାଯାଇଥିଲା। ତେବେ ଏହି ଯୋଗ ଯେଉଁ କୋଠରୀରେ କରାଯାଇଥିଲା ତାହାର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିବା ବେଳେ ଆର୍ଦ୍ରତା ୫୦ ପ୍ରତିଶତରୁ ଅଧିକ ଥିଲା। ଏଠାରେ ଯୋଗ କରୁଥିବା ବ୍ୟକ୍ତିଙ୍କ ରକ୍ତଚାପ କମ୍‌ ସମୟରେ ହିଁ ନିୟନ୍ତ୍ରଣକୁ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 

Comments are closed.