UPSC ଜାରି କଲା ଖାଲି ପଡିଥିବା ପଦବୀକୁ ନେଇ ପରୀକ୍ଷା ତାରିଖ

ୟୁନିୟନ ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ଅନେକ ପଦବୀ ନିଯୁକ୍ତି ପାଇଁ ପରୀକ୍ଷା ତାରିଖ ଘୋଷଣା କରିଛି। ପରୀକ୍ଷା ୨୦ ଅକ୍ଟୋବର ୨୦୧୯ରେ ହେବାକୁ ନିଷ୍ପତ୍ତି ନିଆଯାଇଛି। କମ୍ପ୍ୟୁଟର ଟେଷ୍ଟ ପଦବୀ ପାଇଁ ୭ଟି ପଦ ସାମିଲ ରହିଛି। ଏହି ପଦରେ ମିଲିଟ୍ରି ଇଂଜିନିୟର ସିର୍ଭିସରେ ଡିପ୍ଟି ଆର୍କିଟେକ, ଡିରେକ୍ଟର ଜେନେରାଲ ଅଫ ସିଭିଲ ଆଭିଏସନରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ ଅପରେସନ, ମୁଖ୍ୟ ଉପଦେଷ୍ଟା ଅଫିସରେ ଆସିଷ୍ଟାଣ୍ଟ ଡାଇକ୍ଟେର, ଡିପାର୍ଟମେଣ୍ଟ ଅଫ୍‌ ଏକ୍ସପେଣ୍ଡିଚର, ବିତ୍ତ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଚିକିତ୍ସା ଅଧିକାରୀ ପଦ ସାମିଲ ରହିଛି।

ୟୁନିୟନ ପ୍ଲବିକ ସର୍ଭିସ କମିଶନ ପକ୍ଷରୁ ଏହି ପରୀକ୍ଷା ୨୦ ତାରିଖ ସକାଳ ୯.୩୦ ରୁ ୧୧.୩୦ ପର୍ଯ୍ୟନ୍ତ ହେବ। ଏହି ପରୀକ୍ଷା ପାଇଁ ଖୁବଶୀଘ୍ର ଆଡମିନ କାର୍ଡ ଖୁବଶୀଘ୍ର ଏହାର ଅଫିସିଆଲ ୱେସାଇଟ upsc.gov.in ରେ ଜାରି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.