Below header

ବିଜେଡି ସଦସ୍ୟତା ସଂଗ୍ରହ ପାଇଁ ଦାୟିତ୍ୱ ବଣ୍ଟନ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ଟି ଜିଲ୍ଲାର ଦାୟିତ୍ୱ

ବିଜେଡି ସଦସ୍ୟତା ସଂଗ୍ରହ ପାଇଁ ଦାୟିତ୍ୱ ବଣ୍ଟନ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ଟି ଜିଲ୍ଲାର ଦାୟିତ୍ୱ। ସେ ବରଗଡ଼, ସମ୍ବଲପୁର, ଝାରସୁଗୁଡା, ଦେବଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାରେ ସଦସ୍ୟତା ସଂଗ୍ରହ ଅଭିଯାନ ତୁଲାଇବେ। ସେହିପରି ବିଧାୟକ ଦେବୀ ମିଶ୍ରଙ୍କୁ ୩ଟି ଜିଲ୍ଲା ଢେଙ୍କାନାଳ, ଅନୁଗୁଳ ଓ କଟକର ଦାୟିତ୍ୱ ମିଳିଛି। ବିଧାୟକ ପ୍ରତାପ ଦେବ ତୁଲାଇବେ ୪ଟି ଜିଲ୍ଲା ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, କନ୍ଧମାଳରେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନର ଦାୟିତ୍ୱ ନିର୍ବାହ କରିବେ। ପ୍ରମିଳା ମଲ୍ଲିକଙ୍କୁ ମିଳିଛି ୪ଟି ଜିଲ୍ଲାର ଦାୟିତ୍ୱ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଦାୟିତ୍ୱା ପ୍ରମିଳାଙ୍କୁ ମିଳିଛି। ସଞ୍ଜୟ ଦାସବର୍ମା ୫ଟି ଜିଲ୍ଲା ନବରଙ୍ଗପୁର,କୋରାପୁଟ,ମାଲକାନଗିରି, ରାୟଗଡ଼ା, ଗଜପତିରେ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ଵିତ କରିବେ। ପ୍ରଦୀପ ପାଣିଗ୍ରାହୀ ଗଞ୍ଜାମ,ଖୋର୍ଦ୍ଧା,ପୁରୀ,ନୟାଗଡ଼ ଏବଂ ପ୍ରଣବ ପ୍ରକାଶ ଦାସ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ସଭ୍ୟ ସଂଗ୍ରହ ଅଭିଯାନର ଦାୟିତ୍ୱ ତୁଲାଇବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.