ମାଲକାନଗିରି: ଦାରିଦ୍ର‌୍ୟର କଷାଘାତ, ଦୁଇ ପୁଅଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା

 ମାଲକାନଗିରି(କେନ୍ୟୁଜ): ଦାରିଦ୍ର‌୍ୟର କଷାଘାତ। ଦୁଇ ପୁଅଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା। ସାନ ପୁଅର ମୃତ୍ୟୁ ହୋଇଥିବାବେଳେ ବଡ ପୁଅ ଜୀବନ ସହ ସଂଗ୍ରାମ କରୁଛି। ମୃତକ ଦୁଇ ଜଣ ମୁକେ ପଡିଆମୀ ଓ ସାନ ପୁଅ ମୁନା। ଏଭଳି ଦୁଃଖଦ ଘଟଣା ଘଟିଛି କାଲିମେଳା ବ୍ଲକ ତଲେରାଇ ଗାଁରେ। ସୂଚନା ଅନୁଯାୟୀ ଗତ ତିନି ବର୍ଷ ତଳେ ମୁକେଙ୍କ ସ୍ୱାମୀ ସିଙ୍ଗା ପଡିଆମୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ହସଖୁସିର ସଂସାରରେ ଘୋଟି ଯାଇଥିଲା କଳାବାଦଲ। ସ୍ୱାମୀଙ୍କ ମୃତ୍ୟୁ ପରେ ଶାଶୁ ଶ୍ୱଶୁର ମଧ୍ୟ ମୁକେଙ୍କ ସହ ସବୁବେଳେ ଗଣ୍ଡଗୋଳ କରୁଥିଲେ। ଏହାକୁ ନେଇ ସବୁବେଳେ ସେ ମାନଶିକ ଦୁଶ୍ଚିନ୍ତାରେ ରହୁଥିଲେ। ଏହାସହ ଅଭାବନ ଅନଟନ ଭିତରେ ମାଆ ସହ ଜୀବନ ବିତାଉଥିଲେ ଦୁଇ ପୁଅ। ତେବେ ଭୋକର ଯନ୍ତ୍ରଣା ଅସହ୍ୟ ହେବାରୁ ଏପରି କଠୋର ନିଷ୍ପତ୍ତି ନେଲା ମାଆ। ନିଜେ ବିଷ ପିଇଦେବା ସହ ଛୁଆ ଦୁଇ ଜଣଙ୍କୁ ମଧ୍ୟ ଦେଇଥିଲା। ଯନ୍ତ୍ରଣାରେ ତିନି ଜଣ ଛଟପଟ ହେଉଥିବାବେଳେ ଗାଁଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲେ। ମାଆ ମୁକେ ପଡିଆମୀ ଓ ସାନ ପୁଅର ମୃତ୍ୟୁ ହୋଇତିବାବେଳେ ବଡ ପୁଅର ଏବେ ଚିକିତ୍ସା ଚାଲିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.