Below header

ଭୁଲ୍‌ରେ ପୁରୁଷ ଟଏଲେଟ୍‌ରେ ପଶିଯାଇଥିଲେ ଏହି ଅଭିନେତ୍ରୀ, ଆଉ ତା’ ପରେ

ଆୟୁଷ୍କାନ୍‌ ଖୁରାନା ଓ ନୁସରତ ଭରୁତା ଏବେ ଡ୍ରିମଗର୍ଲ ଫିଲ୍ମର ପ୍ରମୋସନ୍‌କୁ ନେଇ ବ୍ୟସ୍ତ ଅଛନ୍ତି। ଏ ଅବସରରେ ନୁସରତ ଏମିତି ଏକ ଘଟଣାର ଖୁଲାସା କରିଛନ୍ତି ଯାହା ଶୁଣି ସମସ୍ତେ ହସି ହସି ବେଦମ୍‌ ହୋଇଛନ୍ତି। ଫିଲ୍ମର ପ୍ରମୋଶନ୍‌ ବେଳେ ନୁସରତ ନିଜ ଜୀବନର ଏକ ଘଟଣା ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ ଯେ ସେ ଥରେ ଭୁଲବଶତଃ ପୁରୁଷ ଟଏଲେଟ୍‌ ଭିତରେ ପଶିଯାଇଥିଲେ। ଏହା ଶୁଣି ଉପସ୍ଥିତ ଦର୍ଶକ ନିଜ ହସକୁ ରୋକିପାରିନଥିଲେ।

ନୁସରତ ଡ୍ରିମ୍‌ଗର୍ଲ ଫିଲ୍ମର ପ୍ରମୋଶନ୍‌ ବେଳେ କହିଥିଲେ ଯେ ମୁଁ ଥରେ ପୁରୁଷ ଟଏଲେଟ୍‌କୁ ଭୁଲରେ ପଶିଯାଇଥିଲି। ମାତ୍ର ସେଠାରେ କେହି ନଥିଲେ। ପୁରୁଷଙ୍କ ଟଏଲେଟ୍‌ ଜାଣିବା ପରେ ମୁଁ ତୁରନ୍ତ ବାହାରକୁ ଆସିଯାଇଥିଲି। ଫଳରେ ଲୋକଲଜ୍ଜାରୁ ବର୍ତ୍ତିଯାଇଥିଲି ବୋଲି କହିଛନ୍ତି ନୁସରତ।

ଏଥିସହ ସେ କହିଛନ୍ତି ଯେ ବର୍ତ୍ତମାନ ଟଏଲେଟ୍‌ରେ ଚିତ୍ର ମାଧ୍ୟମରେ ପୁରୁଷ ଓ ମହିଳା ଲେଖାଯାଉଛି। ଫଳରେ ଲୋକେ ଦ୍ୱନ୍ଦ୍ୱରେ ଅନ୍ୟ ଟଏଲେଟ୍‌ ମଧ୍ୟରେ ପଶିଯାଉଛନ୍ତି। ତେବେ ନୁସରତଙ୍କ ଏହି କଥାକୁ ବହୁ ଦର୍ଶକ ସମର୍ଥନ କରିଛନ୍ତି।

ଏହାସହ ପଢ଼ନ୍ତୁ: ସୋନମ୍‌ କପୁରଙ୍କ ‘‘ଦ ଜୋୟା ଫ୍ୟାକ୍ଟର’’ର ‘କାଶ’ ଗୀତ ରିଲିଜ୍‌

ତେବେ ଆୟୁଷ୍କାନ୍‌ ଓ ନୁସରତ ଫିଲ୍ମ ଡ୍ରିମ୍‌ଗାର୍ଲରେ ଆୟୁଷ୍ମାନ୍‌ ଚାକିରି ପାଇଁ ଝିଅଙ୍କ ସ୍ୱରରେ କଥା ହେବାକୁ ରାଜି ହୋଇଛନ୍ତି। ଫଳରେ ତାଙ୍କୁ କଲ ସେଣ୍ଟରରେ ଚାକିରି ସହ ନୂଆ ନାଁ ପୂଜା ବି ମିଳିଛି। ସେପ୍ଟେମ୍ବର ୧୩ରେ ଏହି ଫିଲ୍ମ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 

Comments are closed.