ଥଣ୍ଡାଦିନେ ଗାଧୋଇବା ପାଇଁ ସାବୁନ ବଦଳରେ ବ୍ୟବହାର କରନ୍ତୁ ଏହି ଜିନିଷ, ତ୍ୱଚାରେ ଦେଖାଯିବ ନୂଆ ଚମକ

ଥଣ୍ଡାଦିନେ ତ୍ୱଚା ଏବଂ ଚେହେରାର ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ। ତ୍ୱଚାକୁ ସଫା କରିବା ପାଇଁ ଯଦି ଆପଣ ମଧ୍ୟ ସାବୁନର ବ୍ୟବହାର କରୁଥାନ୍ତି ତେବେ ଏବେ ହି ଆପଣ ଏହାକୁ ବ୍ୟବହାର କରିବା ବନ୍ଦ କରିଦିଅନ୍ତୁ। କାରଣ ସାବୁନ ଲଗାଇ ସଫା କରିବା ଦ୍ୱାରା ତ୍ୱଚା ଶୁଷ୍କ ହୋଇଯାଏ। ସାବୁନ ପରିବର୍ତ୍ତେ ଆପଣମାନେ ଏହି ଘରୋଇ ଜିନିଷ ବ୍ୟବହାର କରିବା ଦ୍ୱାରା ତ୍ୱଚା ପାଇଁ ଲାଭକାରୀ ହେବା ସହ ଗୋରାପଣ ମଧ୍ୟ ପାଇପାରିବେ। ତେବେ ଜାଣନ୍ତୁ କଣ ରହିଛି ସେହି ଘରୋଇ ଉପାୟ।

-କ୍ଷୀରରେ ମଶ୍ଚରାଇଜର ରହିଥାଏ, ଯାହା ଆମ ତ୍ୱଚାରୁ ଶୁଷ୍କତା ଦୂର କରିବା ସହ ରଙ୍ଗ ମଧ୍ୟ ବଦଳାଇଥାଏ। ଏହିକାରଣରୁ ଆପଣ ଗାଧୋଇବା ସମୟରେ ଟାେଓ୍ଵଲକୁ କ୍ଷୀରରେ ଭିଜାଇ ସେଥିରେ ହାଲୁକା ଭାବେ ଘଷି ହୋଇ କିଛି ସମୟ ପରେ ଗରମ ପାଣିରେ ଗାଧାନ୍ତୁ।

-ଗାଧୋଇବା ପାଣିରେ ଏକ ଚାମଚ ଲୁଣ ଏବଂ ଫିଟିକିରି ମିଶାଇ ଗାଧୋଇବା ଦ୍ୱାରା ଣକ୍ତ ସଂଚାଳନ ସଠିକ ରୂପେ ହୋଇଥାଏ। ଏହାବ୍ୟତୀତ ଥକାପଣ ଦୂର ହେବା ସହ ମସଲ୍ସର ଯନ୍ତ୍ରଣାରୁ ଆରାମ ମିଳିଥାଏ।

-ସପ୍ତାହରେ ଦୁଇଥର ନିଜ ଶରୀରକୁ ସଫା କରିବା ପାଇଁ ସାବୁନ ପରିବର୍ତ୍ତେ ଉବଟନ ବ୍ୟବହାର କରନ୍ତୁ। ଉବଟନ ପ୍ରସ୍ତୁତ କରିବା ପାଇଁ ବେସନରେ ଅଳ୍ପ କିଛି କ୍ଷୀର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣକୁ କିଛି ସମୟ ଶରୀରରେ ଲଗାଇ ଛାଡି ଦିଅନ୍ତୁ। ୧୫ ରୁ ୨୦ ମିନିଟ୍‌ ପରେ ଶରୀରକୁ ଭଲଭାବେ ଘଷି ସଫା କରିଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ତ୍ୱଚାରୁ ଶୁଷ୍କତା ଦୂର ହେବା ସହ ତ୍ୱଚା ସଫା ଦେଖାଯାଇଥାଏ।

-ଗାଧୋଇବା ପାଣିରେ ୪ ରୁ ୫ ଟେବୁଲସ୍ପୁନ ବେକିଂ ସୋଢା ପକାଇବା ଦ୍ୱାରା ଶରୀରରୁ ବିଷ ପଦାର୍ଥ ବାହାରକୁ ବାହାରି ଯାଇଥାଏ।

KNews Bureau

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

8 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

18 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

21 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

54 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

56 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago