ଶୀତ ଦିନେ ଥଣ୍ଡାରୁ ବଞ୍ଚିବା ପାଇଁ ଗରମ ପୋଷାକ ପିନ୍ଧିବା ସହ ଡାଏଟ୍ ଉପରେ ମଧ୍ୟ ଧ୍ୟାନ ରଖିବା ଜରୁରୀ। ଏନେଇ ଏହିସମୟରେ ଏପରି ଜିନିଷ ଖାଇବା ଉଚିତ, ଯାହାଦ୍ୱାରା ଶରୀର ଗରମ ରହିବ। ଏଥିପାଇଁ ସବୁଠାରୁ ବେଷ୍ଟ ହେଉଛି ବେସନ ହାଲଓ୍ଵା। ବେସନରେ ସମସ୍ତ ପ୍ରକାର ଜରୁରୀ ତତ୍ତ୍ୱ ଥିବା କାରଣରୁ ଏହା ଥଣ୍ଡାରୁ ରକ୍ଷା କରିବା ସହ ବିଭିନ୍ନ ରୋଗ ସହ ଲଢିବାରେ ଶକ୍ତି ପ୍ରଦାନ କରିଥାଏ। ତେବେ ଏନେଇ ଯଦି ଆପଣ ବେସନରେ କିଛି ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ବେସନ ହାଲଓ୍ଵା କିପରି ପ୍ରସ୍ତୁତ କରିବେ ସେ ବିଷୟରେ ଜଣାଇବୁ।
ବେସନ- ଏକ ଛୋଟ ପାତ୍ରରେ ଫୁଲ୍
ଚିନି- ଏକ ଛୋଟ ପାତ୍ରରେ ଫୁଲ୍
ଘିଅ-୧/୨ଟି ଛୋଟ ପାତ୍ରରେ ଫୁଲ୍
ପାଣି- ୧/୨ଟି ଛୋଟ ପାତ୍ରରେ ଫୁଲ୍
ଗୁଜୁରାତି ପାଉଡର- ୧/୨ ଚାମଚ
ବାଦାମ- ୧ ବଡ ଚାମଚ
କିସମିସ୍- ୧ ବଡ ଚାମଚ
କାଜୁ- ୧ ବଡ ଚାମଚ
ସର୍ବପ୍ରଥମେ ପ୍ୟାନରେ ବେସନକୁ ଭଲଭାବେ ଭାଜି ଦିଅନ୍ତୁ। ଏହାପରେ ସେଥିରେ ଘିଅ ଏବଂ ଚିନି ମିଶାନ୍ତୁ। ଏବେ ସେଥିରେ ପାଣି ମିଶାଇ କିଛି ସମୟ ପାଇଁ ଗୋଳାନ୍ତୁ। ଏହାପରେ ସେଥିରେ ଗୁଜୁରାତି ପାଉଡର ପକାନ୍ତୁ। ଏବେ ମିଶ୍ରଣକୁ ଭଲଭାବେ ଗୋଳାଇବା ପରେ ଏହାଉପରେ କଟାଯାଇଥିବା ବାଦାମ, କାଜୁ ଏବଂ କିସମିସ୍ ପକାଇଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବେସନ ହାଲଓ୍ଵା।
ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…
ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…
ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…
କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…
ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…
ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…