Below header

ଥଣ୍ଡା ଦିନେ ଖାଆନ୍ତୁ ଗରମା-ଗରମ ବେସନ ହାଲୁଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଶୀତ ଦିନେ ଥଣ୍ଡାରୁ ବଞ୍ଚିବା ପାଇଁ ଗରମ ପୋଷାକ ପିନ୍ଧିବା ସହ ଡାଏଟ୍‌ ଉପରେ ମଧ୍ୟ ଧ୍ୟାନ ରଖିବା ଜରୁରୀ। ଏନେଇ ଏହିସମୟରେ ଏପରି ଜିନିଷ ଖାଇବା ଉଚିତ, ଯାହାଦ୍ୱାରା ଶରୀର ଗରମ ରହିବ। ଏଥିପାଇଁ ସବୁଠାରୁ ବେଷ୍ଟ ହେଉଛି ବେସନ ହାଲଓ୍ଵା। ବେସନରେ ସମସ୍ତ ପ୍ରକାର ଜରୁରୀ ତତ୍ତ୍ୱ ଥିବା କାରଣରୁ ଏହା ଥଣ୍ଡାରୁ ରକ୍ଷା କରିବା ସହ ବିଭିନ୍ନ ରୋଗ ସହ ଲଢିବାରେ ଶକ୍ତି ପ୍ରଦାନ କରିଥାଏ। ତେବେ ଏନେଇ ଯଦି ଆପଣ ବେସନରେ କିଛି ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ବେସନ ହାଲଓ୍ଵା କିପରି ପ୍ରସ୍ତୁତ କରିବେ ସେ ବିଷୟରେ ଜଣାଇବୁ।

besan halwaଆବଶ୍ୟକୀୟ ସାମଗ୍ରୀ:

ବେସନ- ଏକ ଛୋଟ ପାତ୍ରରେ ଫୁଲ୍‌
ଚିନି- ଏକ ଛୋଟ ପାତ୍ରରେ ଫୁଲ୍‌
ଘିଅ-୧/୨ଟି ଛୋଟ ପାତ୍ରରେ ଫୁଲ୍‌
ପାଣି- ୧/୨ଟି ଛୋଟ ପାତ୍ରରେ ଫୁଲ୍‌
ଗୁଜୁରାତି ପାଉଡର- ୧/୨ ଚାମଚ
ବାଦାମ- ୧ ବଡ ଚାମଚ
କିସମିସ୍‌- ୧ ବଡ ଚାମଚ
କାଜୁ- ୧ ବଡ ଚାମଚ

besanପ୍ରସ୍ତୁତି ପ୍ରଣାଳୀ:

ସର୍ବପ୍ରଥମେ ପ୍ୟାନରେ ବେସନକୁ ଭଲଭାବେ ଭାଜି ଦିଅନ୍ତୁ। ଏହାପରେ ସେଥିରେ ଘିଅ ଏବଂ ଚିନି ମିଶାନ୍ତୁ। ଏବେ ସେଥିରେ ପାଣି ମିଶାଇ କିଛି ସମୟ ପାଇଁ ଗୋଳାନ୍ତୁ। ଏହାପରେ ସେଥିରେ ଗୁଜୁରାତି ପାଉଡର ପକାନ୍ତୁ। ଏବେ ମିଶ୍ରଣକୁ ଭଲଭାବେ ଗୋଳାଇବା ପରେ ଏହାଉପରେ କଟାଯାଇଥିବା ବାଦାମ, କାଜୁ ଏବଂ କିସମିସ୍‌ ପକାଇଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବେସନ ହାଲଓ୍ଵା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.