ନବ ଦମ୍ପତିଙ୍କ ପାଇଁ ସ୍ମରଣୀୟ ହେଲା ବିବାହ, ହଠାତ ମନ୍ଦିରରେ ପହଞ୍ଚି ବର-କନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗୋଆ ଯାତ୍ରା ଏକ ଦମ୍ପତିଙ୍କ ପାଇଁ ସ୍ମରଣୀୟ ପାଲଟିଛି। ଖବରରୁ ଜଣାପଡ଼ିଛି, ରାଷ୍ଟ୍ରପତି ତାଙ୍କର ଦୁଇ ଦିବସୀୟ ଯାତ୍ରାର ଶେଷ ଦିନ ଅର୍ଥାତ ରବିବାର ମର୍ଦୋଲସ୍ଥିତ ପ୍ରସିଦ୍ଧ ମହାଲସା ନାରାୟଣୀ ମନ୍ଦିର ଯାଇଥିଲେ। ଏହି ମନ୍ଦିରରେ ରାଷ୍ଟ୍ରପତି କୋବିନ୍ଦ ଏକ ନବବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

ରାଷ୍ଟ୍ରପତି ମନ୍ଦିର ଆସିଥିବା ସମୟରେ ସେଠାରେ ଏହି ଦମ୍ପତିଙ୍କର ବିବାହ ଚାଲିଥିଲା। ସୂଚନାଥାଉ କି, ପର୍ତ୍ତୁଗାଲ ଶାସନରୁ ଗୋଆ ସ୍ୱାଧୀନ ହେବାର ୬୦ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଶନିବାର କେତେକ ସମାରୋହରେ ଯୋଗ ଦେବା ପାଇଁ ଗୋଆ ଗସ୍ତ କରିଥିଲେ। ତେବେ ଏହି ଯୋଡ଼ିଙ୍କୁ ଭେଟିବାକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ଟୁଇଟ ମଧ୍ୟ କରାଯାଇଛି।

ଟୁଇଟରେ ଲେଖାଯାଇଛି କି, ଗୋଟିଏ ମନ୍ଦିରରେ ବିବାହସ୍ଥଳ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସମାନ ଦିନରେ ଏବଂ ସମାନ ସମୟରେ ଆୟୋଜନ ହେବା, ଏମିତି ପ୍ରାୟତଃ ହୋଇ ନ ଥାଏ। କିନ୍ତୁ ଏହା ସେତେବେଳେ ସମ୍ଭବ ହୋଇଥିଲା ଯେତେବେଳେ ରାଷ୍ଟ୍ରପତି କୋବିନ୍ଦ ଗୋଆର ମହାଲସା ମନ୍ଦିର ଯାଇଥିଲେ। ସେ ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ଏବଂ ଏହାକୁ ଅଧିକ ସ୍ମରଣୀୟ କରିଥିଲେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.