ଶ୍ୱଶୁର ଘର ବାରି ପଟୁ ଉଦ୍ଧାର ହେଲା ଜ୍ୱାଇଁର ମୃତଦେହ

ଗଞ୍ଜାମ (କେ ନ୍ୟୁଜ୍‌) : ଶ୍ୱଶୁର ଘରେ ରହୁଥିଲେ ପ୍ରକାଶ ନାୟକ । ହେଲେ ଘର ବାରିପଟୁ ଆଜି ତାଙ୍କର ମୃତଦେହ ମିଳିଛି । ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମର ବଳରାମ ନଗରରୁ ପୋଲିସ ତାଙ୍କ ମୃତଦେହକୁ ଜବତ କରିଛି। ଭୀଷ୍ମଗିରି ଗାଁ ର ଭରତ ନାୟକଙ୍କ ଝିଅ ତିନି ବର୍ଷ ପୁର୍ବରୁ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଦ୍ୱିତୀୟ ଧର୍ମପୁର ଗାଁର ପ୍ରକାଶଙ୍କୁ ବିବାହ କରିଥିଲେ। କିଛି ମାସ ହେବ ପ୍ରକାଶ ଶ୍ୱଶୁର ଘରେ ରହି କାମ ଧନ୍ଦା କରୁଥିଲେ । ତେବେ ଆଜି ସକାଳୁ ସେ ଏକ ଗଛରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ୍ ପାଇଁ ବ୍ରହ୍ମପୁର ପଠାଇ ବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.