ଲାଇଫ୍ ଷ୍ଟାଇଲ୍

କୋଷ୍ଠକାଠିନ୍ୟ, ଅମ୍ଳପିତ୍ତ ଏବଂ ବଦହଜମୀ ଏବଂ ଖାଦ୍ୟନଳୀରେ ହେଉଥିବା ସମସ୍ୟାରୁ ମୁକ୍ତି ଦେଇଥାଏ କାବୁଲି ଚଣା

ଅଧିକାଂଶ ଲୋକ କାବୁଲି ଚଣାରେ ପ୍ରସ୍ତୁତ ତରକାରୀ ଖାଇଥିବେ କିନ୍ତୁ ତା’ର ଫାଇଦା ବିଷୟରେ ବିଲକୁଲ ଜାଣିନଥିବେ। କାବୁଲି ଚଣା ଯାହାକୁ ଆମେ ଛୋଲେ ମଧ୍ୟ କହିଥାଉ ଏହା ଖାଇବାକୁ ଯେତିକି ସୁଆଦିଆ ଲାଗିଥାଏ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭପ୍ରଦ ହୋଇଥାଏ। ଏହା ପ୍ରୋଟିନର ଏକ ଉତ୍ତମ ସ୍ରୋତ। ଏଥିରେ ଅନ୍ୟ ଡାଲି ତୁଳନାରେ ୧୨ରୁ ୧୫ଗ୍ରାମ୍ ପ୍ରୋଟିନ୍ ରହିଥାଏ। ଏହା ସହିତ ଏହା ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ।

ଆନିମିଆକୁ ଦୂର କରିଥାଏ: କାବୁଲି ଚଣା ଲୌହର ମଧ୍ୟ ଏକ ଉତ୍ତମ ସ୍ରୋତ। ଏହା ଖାଇବା ଦ୍ବାରା ଆନିମିଆ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏଥିପାଇଁ ଡାକ୍ତର ଶରୀରରେ ରକ୍ତ ଅଭାବ ହେବା ନିମନ୍ତେ ଶିଶୁଙ୍କୁ, ଗର୍ଭବତୀ ମହିଳାଙ୍କୁ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ କାବୁଲି ଚଣା ଖାଇବାକୁ ପରାମର୍ଶ ଦେଇଥାନ୍ତି।

ଦାନ୍ତ ମଜବୁତ ହୋଇଥାଏ: କାବୁଲି ଚଣାରେ ପାଖାପାଖି ୨୮ ପ୍ରତିଶତ ଫସଫରସ୍ ଥାଏ। ଏହା ଶରୀରରେ ନୂଆ କୋଷ ଗଢ଼ିବାରେ ସହାୟକ ହୋଇଥାଏ। ଏହା ହେମୋଗ୍ଲୋବିନର ମାତ୍ରାକୁ ବଢ଼ାଇ ବୃକକରେ ଥିବା ବିଷାକ୍ତ ପଦାର୍ଥକୁ ସଫା କରିଥାଏ। ଏଥିପାଇଁ ବୃକକର ସୁରକ୍ଷା ପାଇଁ କାବୁଲି ଚଣା ଖାଇବା ଲାଭଦାୟକ ହୋଇଥାଏ। ଏହା ବ୍ୟତୀତ ଏଥିରେ ଲୁଣ ମିଶାଇ ଖାଇବା ଦ୍ବାରା ଦାନ୍ତ ମଜବୁତ ହୋଇଥାଏ।

ଓଜନ କମ୍ କରିଥାଏ : ଚଣା ଫାଇବରର ଶକ୍ତି କେନ୍ଦ୍ର ହୋଇଥାଏ। ଏହା ଭୋକକୁ ନିୟନ୍ତ୍ରଣ କରିଥାଏ ଏବଂ ଏହାକୁ ଖାଇଲେ କିଛି ସମୟ ପରେ ମଧ୍ୟ ଆପଣଙ୍କ ଶକ୍ତି ସ୍ତର ଠିକ୍ ରହିଥାଏ। ଏହା ଦ୍ବାରା ଆପଣଙ୍କ ଓଜନ କମିବାରେ ସହାୟକ ହୋଇଥାଏ। ଏହାକୁ ଗଜା କରି ଖାଇବା ଦ୍ବାରା ମଧ୍ୟ ଲାଭ ମିଳିଥାଏ।

କୋଲେଷ୍ଟ୍ରୋଲ୍ କମ୍ କରିଥାଏ: ଚଣା ଶରୀରରୁ କୋଲେଷ୍ଟ୍ରୋଲକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଏହା ଖାଦ୍ୟନଳୀରେ ପିତ୍ତ ସହ ମିଶି ରକ୍ତରେ ବଢ଼ୁଥିବା କୋଲେଷ୍ଟ୍ରୋଲକୁ କମ୍ କରିଥାଏ । ଏହା ଫଳରେ ହୃଦରୋଗର ସମ୍ଭାବନା କମ୍ ହୁଏ।

ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ: ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ପାଇଁ କାବୁଲି ଚଣା ଖାଇବା ଲାଭଦାୟକ ହୋଇଥାଏ। ଚଣାରେ ଥିବା ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରବାରେ ସାହାଯ୍ୟ କରିଥାଏ।

ପାଚନ ଶକ୍ତି ବଢ଼ାଇଥାଏ: ଚଣା ହଜମକୁ ଠିକ୍ କରି ପାଚନ ତନ୍ତ୍ରରେ ହେଉଥିବା ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଚଣାରେ ଫଟୋନ୍ୟୁଟ୍ରିଏଣ୍ଟ, ହାଇ ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ ପ୍ରଚୁର ମାତ୍ରାରେ ରହିଥାଏ। ଯାହା କୋଷ୍ଠକାଠିନ୍ୟ, ଅମ୍ଳପିତ୍ତ ଏବଂ ବଦହଜମୀ ଏବଂ ଖାଦ୍ୟନଳୀରେ ହେଉଥିବା ସମସ୍ୟାରୁ ମୁକ୍ତି ଦେଇଥାଏ।

Swagatika

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

2 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

5 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

6 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

8 hours ago