ଲାଇଫ୍ ଷ୍ଟାଇଲ୍

ଘରେ ବସି ବସି ବୋର ହେଉଛନ୍ତି କି ? ତେବେ ଆଜି ହିଁ ଘରେ ବାନାନ୍ତୁ “ବେଙ୍ଗଲୀ ଦହି ମାଛ”

ବର୍ତ୍ତମାନ ସରକାର ସାରା ଦେଶକୁ ଲକଡାଉନ କରିଦେଇଛନ୍ତି । ତେବେ ଘରେ ବସି ବସି ବୋର ହେବା ଅପେକ୍ଷା ଆପଣ ଭଲ ଭଲ ରୋଷେଇ କରି ନିଜ ପରିବାରକୁ ମଧ୍ୟ ଖୁଆଇପାରିବେ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବେଙ୍ଗଲୀ ମାନଙ୍କର ପ୍ରିୟ ରେସିପି ଦହି ମାଛ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରାଯାଏ ‘ବେଙ୍ଗଲୀ ଦହି ମାଛ’ ।

ଆବଶ୍ୟକୀୟ ସାମଗ୍ରୀ

କଟା ମାଛ ୫୦୦ ଗ୍ରାମ, ଦହି ଏକ କପ, ପିଆଜ ୧ଟି, ଅଦା ରସୁଣ ପେଷ୍ଟ ୨ ଚାମଚ, ଜିରା, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ତେଜପତ୍ର, ଲବଙ୍ଗ, ଅଳେଇଚ ୨ଟି ଲେଖାଏଁ, ଡାଲଚିନି, ଲେମ୍ବୁ, ଧନିଆପତ୍ର ସୋରିଷ ତେଲ ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ

ବେଙ୍ଗଲୀ ଦହି ମାଛ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ମାଛକୁ ଭଲଭଵେ ଧୋଇ ସେଥିରେ ହଳଦୀଗୁଣ୍ଡ,ଲଙ୍କାଗୁଣ୍ଡ ଓ ଲୁଣ ମିଶାଇ କିଛି ସମୟ ପର୍ଯ୍ୟନ୍ତ ରଖିଦିଅନ୍ତୁ । ତାପରେ ଆଉ ଏକ ପାତ୍ରରେ ଦହିନେଇ ସେଥିରେ ହଳଦୀ ଓ ଲଙ୍କାଗୁଣ୍ଡ ପକାଇ ଭଲଭବେ ଗୋଳାଇ ରଖିଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ମାଛକୁ ଭାଲାଭବେ ଫ୍ରାଏ କରିଦିଅନ୍ତୁ । ତାପରେ ମାଛକୁ କାଢି ସେଥିରେ ପୁଣିଥରେ କିଛି ତେଲ ଗରମ କରନ୍ତୁ । ଗରମ ହୋଇଗଲା ପରେ ସେଥିରେ ଜିରା, ଲବଙ୍ଗ, ଡାଲଚିନି ଓ ଅଳେଇଚ ପକାଇ କିଛି ସମୟ ଫ୍ରାଏ କରନ୍ତୁ ତାପରେ ସେଥିରେ ପିଆଜ ପେଷ୍ଟ, ଅଦା ରସୁଣ ପେଷ୍ଟ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଓ ଲୁଣ ପକାଇ ମସଲାକୁ ଭଲଭଵେ କଷି ଦିଅନ୍ତୁ । ତାପରେ ସେଥିରେ ଅଳ୍ପ ପାଣି ଦେଇ ଫେଣ୍ଟି ରଖିଥିବା ଦହିକୁ ପକାଇ ଗ୍ୟାସର ଆଞ୍ଚ କମ କରିଦିଅନ୍ତୁ । ତରକାରୀ ଟିକିଏ ଫୁଟି ଆସିଲେ ସେଥିରେ ମାଛ ପକାଇ ଦିଅନ୍ତୁ ଏବଂ କିଛି ସମୟ ଛାଡି ତାରକାରୀକୁ ଗ୍ୟାସରୁ ଓହ୍ଲାଇ ସେଥିରେ ଧନିଆପତ୍ର ପକାଇ ଦିଅନ୍ତୁ । ଶେଷରେ ସେଥିରେ ଅଳ୍ପ ଲେମ୍ବୁ ଚିପୁଡ଼ି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ ବେଙ୍ଗଲୀ ଦହି ମାଛ । ଏହାକୁ ଆପଣ ଗରମ ଗରମ ଭାତ କିମ୍ବା ରୁଟି ସହିତ ଖାଇପାରିବେ ।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

3 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

56 mins ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

2 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

3 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago