ଲାଇଫ୍ ଷ୍ଟାଇଲ୍

ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମରେ ଭରପୂର ହୋଇ ରହିଥାଏ ବ୍ରାଉନ ରାଇସ, ଆଉ ମିଳିଥାଏ ଏହିସବୁ ଫାଇଦା

ହ୍ୱାଇଟ୍ ରାଇସ୍ ବଦଳରେ ବ୍ରାଉନ୍ ରାଇସ୍ ଖାଇବା ଦ୍ୱାରା କେବଳ ଓଜନ ବୃଦ୍ଧି ହୋଇନଥାଏ । ଏଥିରେ ଅନେକ ଫାଇଦା ମଧ୍ୟ ମିଳିଥାଏ । ସାଧାରଣତଃ ଅନେକ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ ଯେ ଏହି ବ୍ରାଉନ ରାଇସ କଣ ? ଏବଂ ଏହାକୁ କିପରି ପ୍ରସ୍ତୁତ କରାଯାଏ । ତେବେ ଆସନ୍ତୁ ଜାଣିବା ଏହି ବ୍ରାଉନ ରାଇସ କଣ ,ଏହାକୁ କିପରି ତିଆରି କରାଯାଏ ଏବଂ ଏହା ଶରୀର ପାଇଁ କେତେ ଲାଭଦାୟକ ଅଟେ ।

ଆସନ୍ତୁ ଜାଣିବା ହ୍ୱାଇଟ୍ ରାଇସ୍ ଓ ବ୍ରାଉନ୍ ରାଇସ୍ ମଧ୍ୟରେ କଣ ରହିଛି ପାର୍ଥକ୍ୟ :

ପ୍ରକିୟାକରଣ ସମୟରେ ବ୍ରାଉନ ରାଇସର ନଡାକୁ ଅପସାରଣ କରାଯାଏ ନାହିଁ । ଯେଉଁ କାରଣରୁ ଏହିରେ ପୃଷ୍ଟିକର ଖାଦ୍ୟ ଶସ୍ୟ ଭରପୁର ହୋଇ ରହିଥାଏ । ମାତ୍ର ହ୍ୱାଇଟ୍ ରାଇସର ନଡାକୁ ପ୍ରକିୟାକରଣ ସମୟରେ ବାହାର କରିଦିଆଯାଏ । ଯାହା ଦ୍ୱାରା ଏହି ଚାଉଳରେ ପୋଷକ ତତ୍ତ୍ବର ମାତ୍ରା କମିଯାଇଥାଏ । ବର୍ତମାନ ସମୟରେ ଏହି ବ୍ରାଉନ୍ ରାଇସର ସ୍ୱାଦକୁ ଅନେକ ଲୋକ ପସନ୍ଦ କରିବାକୁ ଲାଗିଲେଣି ।

ବ୍ରାଉନ ରାଇସ ଖାଇବା ଦ୍ୱାରା କଣ ଲାଭ ମିଳିଥାଏ :

କୋଲେଷ୍ଟ୍ରୋଲ : ବ୍ରାଉନ ରାଇସ ଖାଇବାର ସବୁଠାରୁ ବଡ ଲାଭ ହେଉଛି ଏହା ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ କମ କରିଥାଏ ।

ମଧୁମେୟ : ସାଧାରଣତଃ ଚାଉଳରେ ଶର୍କରାର ପରିମାଣ ଅଧିକ ରହିଥାଏ । ଯେଉଁ କାରଣରୁ ମଧୁମେୟ ରୋଗୀ ମାନେ ଏହି ଚାଉଳ ଠାରୁ ନିଜକୁ ଦୂରେଇ ରଖିଥାନ୍ତି । କିନ୍ତୁ ଏହି ବ୍ରାଉନ ରାଇସକୁ ଖାଇବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ପାଇନଥାଏ ।

ହୃଦଘାତ : ହୃଦଘାତ କିମ୍ବା ଅନ୍ୟାନ୍ୟ ହୃଦରୋଗ ମୁଖ୍ୟତଃ ହୃଦୟ ଧମନୀରେ କୋଲେଷ୍ଟ୍ରଲ ଜମା ହେବା ଦ୍ୱାରା ହୋଇଥାଏ । ବ୍ରାଉନ ରାଇସକୁ ଖାଇବା ଦ୍ୱାରା ନିଜକୁ ହୃଦଘାତ ପରି ରୋଗ ଠାରୁ ଦୂରେଇ ରଖିହେବ ।

photo credit: zeenews india.com

ହାଡ ମଜବୁତ : ଏହି ବ୍ରାଉନ ରାଇସ ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମ୍ ରେ ଭରପୂର ହୋଇରହିଥାଏ , ଯାହା ହାଡକୁ ମଜବୁତ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେଣୁ ହ୍ୱାଇଟ୍ ରାଇସ୍ ଅପେକ୍ଷା ବ୍ରାଉନ୍ ରାଇସ୍ ଶରୀର ପାଇଁ ଫାଇଦା ଦେଇଥାଏ।

ଓଜନ କମ : ଓଜନ କମ କରିବାକୁ ଚାହୁଁଛନ୍ତି ମାତ୍ର ଚାଉଳ ଠାରୁ ଦୂରେଇ ରହି ପାରୁନାହାନ୍ତି , ତେବେ ଏହି ସମୟରେ ହ୍ୱାଇଟ୍ ରାଇସ୍ ବଦଳରେ ବ୍ରାଉନ୍ ରାଇସ୍ ଖାଇବା ଦ୍ୱାରା ଓଜନ କମ ହୋଇଥାଏ ।

KNews Bureau

Recent Posts

ସଲମାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ପର୍ଦ୍ଦାଫାସ୍‌, ୪ ଗିରଫ

ବଲିଉଡ ଭାଇଜାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଉଦ୍ୟମ ପଣ୍ଡ । ନଭି ମୁମ୍ବାଇରେ ଥିବା ପନ୍‌ଭେଲ ସ୍ଥିତ ଫାର୍ମ ହାଉସରେ…

2 mins ago

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲା: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌):ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି…

3 mins ago

ଦୃଢ଼ ଇଚ୍ଛାଶକ୍ତି ବଳରେ ପ୍ରତିକୂଳ ପରିବେଶରେ ଭାଙ୍ଗି ନପଡି ଆଜି ସେ ସଫଳ ମହିଳା ଚାଷୀ

ଅନନ୍ଦପୁର(କେନ୍ୟୁଜ୍‌): ଆଜିକା ସମୟରେ ମହିଳାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ତେବେ ଏଥିପାଇଁ କେବଳ ଆବଶ୍ୟକ ଗଭୀର…

14 mins ago

Smart AC କ’ଣ? ଏହି ଏସି କିଣିବା କାହିଁକି ଲାଭଦାୟକ ହୋଇଥାଏ?

ବର୍ତ୍ତମାନ ସମଗ୍ର ଭାରତରେ ଭୀଷଣ ହିଟୱେଭ ଚାଲିଛି । ଏପରି ପରିସ୍ଥିତିରେ, ଘର ହେଉ କିମ୍ବା ଅଫିସ୍ ହେଉ, ଏସି…

24 mins ago

ଚେନ୍ନାଇରୁ ମୁମ୍ବାଇ ଯାଉଥିବା IndiGo ବିମାନକୁ ବୋମା ଧମକ, କ୍ରୁ ସଦସ୍ୟଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମାରେ ଉଡ଼ାଇ ଦେବାକୁ…

39 mins ago

କଣ୍ଟାବାଞ୍ଜି: ମାଲବୋଝେଇ ଟ୍ରେନ ଲାଇନଚ୍ୟୁତ, ଟ୍ରାକ୍ ବାହାରକୁ ପଳାଇଲା ୪ଟି ବଗି

କଣ୍ଟାବାଞ୍ଜି(କେନ୍ୟୁଜ୍‌): goodଯାହାଫଳରେ ଏହି ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିଲା । ଖୋଦ ସମ୍ବଲପୁର ଡିଭିଜନ ଡିଆରଏମ ଓ ରେଳବାଇ…

40 mins ago