ଲାଇଫ୍ ଷ୍ଟାଇଲ୍

ଜୋରରେ ଭୋକ ଲାଗୁଛି କିନ୍ତୁ ପାଖରେ ବେଶି ସମୟ ନାହିଁ ତେବେ ମାତ୍ର ୫ ମିନିଟରେ ପ୍ରସ୍ତୁତ କରନ୍ତୁ ଭେଲ ଚାଟ୍‌

ଯଦି ଆପଣ ଘରେ ଏକା ଅଛନ୍ତି ଏବଂ କୌଣସି କାମରେ ମନ ଲାଗୁନି । କିଛି ଚଟପଟା ଖାଇବାକୁ ମନ ହେଉଛି ତେବେ ବିଶ୍ୱାସ କରନ୍ତୁ ଏହା ଆପଣଙ୍କ ଟାଇମ ପାସ କରିବାର ବହୁତ ବଢ଼ିଆ ମାଧ୍ୟମ। ସେହିପରି ଆଉ କିଛି ଲୋକ ଯାହାଙ୍କୁ ରୋଷେଇ ଆସେନି ଏବଂ ଏକା ଘରେ ଅଛନ୍ତି ତେବେ ଗ୍ୟାସ ଖୋଲିବାକୁ ପଡିବନାହିଁ। ଆପଣ ଯଦି ଗ୍ୟାସ ଅନ୍‌ କରିବା ଜାଣିନାହାନ୍ତି ଆଉ ଘରେ କେହି ନାହାନ୍ତି ତାହେଲେ ଏହି ରେସିପି ଆପଣଙ୍କ ପାଇଁ ବେଷ୍ଟ ହେବ। କାହିଁକିନା ଏହାକୁ ବନାଇବା ପାଇଁ ଆପଣଙ୍କୁ ଅଧିକରୁ ଅଧିକ ୫ ମିନିଟ୍‌ ସମୟ ଲାଗିବ। ତେବେ ଆସନ୍ତୁ ଜାଣିବା କେମିତି ବନାଇବେ ଟେଷ୍ଟି ଭେଲ ଚାଟ୍‌।

ଏହା ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ

  • ମୁଡି – ୪କପ୍‌
  • ତେଲ – ୧ ଚାମଚ
  • ହଳଦି – ୧/୪ ଚାମଚ
  • ସେଉ ଭୁଜିଆ – ୧ ପାତ୍ର
  • ମିକ୍ସଚର – ୧ ପାତ୍ର
  • ସିଝା ଆଳୁ – ୧ ପାତ୍ର
  • ଧନିଆ ପତ୍ର – ଅଳ୍ପ
  • କାବୁଲି ଚଣା – ୧ ପାତ୍ର
  • କଟା ହୋଇଥିବା ପିଆଜ – ଗୋଟେ
  • ଟମାଟୋ – ୧ (ଛୋଟ କଟା ହୋଇଥିବା)
  • ଲାଲ ଲଙ୍କା – ୧ ଚାମଚ
  • ଲଙ୍କା – ୪ଟି
  • ଚାଟ ମସଲା – ୨ ଚାମଚ
  • ଲୁଣ – ୧/୨ ଚାମଚ (ସ୍ୱାଦ ଅନୁସାରେ)
  • ତେନ୍ତୁଳି ଚଟଣୀ – ଅଳ୍ପ
  • ଚାଟ ମସଲା – ୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ଆପଣ କୁରମୁରା ମୁଡି ନେଇ ସେଥିରେ ଏକ ଚାମଚ ତେଲ ଏବଂ ଅଳ୍ପ ହଳଦି ପକାଇ ମିଶାଇ ଦିଅନ୍ତୁ।

-ଏହାପରେ ଏଥିରେ ମିକ୍ସଚର ଏବଂ ସେଉ ପକାନ୍ତୁ।

-ଏବେ ଏଥିରେ ସିଝା ଆଳୁ ଖଣ୍ଡ, ଟମାଟୋ, କାବୁଲୀ ଚଣା, ପିଆଜ, କଞ୍ଚା ଲଙ୍କା ଏବଂ ଧନିଆ ପତ୍ର ପକାନ୍ତୁ।

-ଏବେ ଏଥିରେ ଲାଲ ଲଙ୍କା ପାଉଡର, ଚାଟ ମସଲା, ଲୁଣ ମଧ୍ୟ ପକାଇ ଦିଅନ୍ତୁ।

-ଏବେ ଏଥିରେ ତେନ୍ତୁଳି ଚଟଣୀ ପକାନ୍ତୁ ଏବଂ ସବୁକୁ ଭଲଭାବେ ମିଶାନ୍ତୁ।

-ଏବେ ଆପଣଙ୍କର ଭେଲ ଚାଟ ପ୍ରସ୍ତୁତ ହୋଇଯାଇଛି।

-ଏବେ ଏହାକୁ ଏକ ପ୍ଲେଟକୁ ବାହାର କରନ୍ତୁ ଏବଂ ସର୍ଭ କରନ୍ତୁ।

Pritiparna

Recent Posts

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

3 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

12 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

36 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

57 mins ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

1 hour ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

9 hours ago