ମିଠା ଖାଇବା ପସନ୍ଦ କି ? ତେବେ ଆଜି ହିଁ ପ୍ରସ୍ତୁତ କରନ୍ତୁ କ୍ୟାଲୋରୀ ଡ୍ରାଏ ଗୋଲାପ ଜାମୁ

ଗରମ ଗରମ ଗୋଲାପ ଜାମୁନ ଖାଇବାକୁ କିଏ ବା ପସନ୍ଦ ନ କରିବେ। କିନ୍ତୁ ଡାଇଟ କଣ୍ଟ୍ରୋଲ ପାଇଁ ଲୋକମାନେ ଏହାକୁ ନିଜ ଠାରୁ ଦୂରତା ରକ୍ଷା କରନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଗୋଲାପ ଜାମୁ ପ୍ରସ୍ତତୁ କରିବାର ଏକ ଅଲଗା ଉପାୟ। ଯାହା ସ୍ବାଦିଷ୍ଟ ହେବା ସହିତ ଲୋ କ୍ୟାଲୋରୀ ମଧ୍ୟ ହୋଇଥାଏ। ଜାଣନ୍ତୁ ଡ୍ରାଏ ଗୋଲାପ ଜାମୁ ତିଆରି କରିବାର ଉପାୟ।

ଆବଶ୍ୟକ ସାମଗ୍ରୀ

କ୍ଷୀର – ଦୁଇ ଲିଟର

ଲେମ୍ବୁ ରସ – ଦୁଇ ଚାମଚ

ଅଟା – ୩୦ ଗ୍ରାମ

ଚିନି – ୩୦ ଗ୍ରାମ

ତେଲ (ଛାଣିବା ପାଇଁ) – ଆବଶ୍ୟକ ଅନୁଯାୟୀ

ନଡିଆ (କୋରା ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ

-ପ୍ରଥମେ ଗୋଟିଏ ଲିଟର କ୍ଷୀରକୁ ପ୍ୟାନରେ ଢାଳି ଅଳ୍ପ ଆଞ୍ଚରେ ଫୁଟିବା ପାଇଁ ଛାଡି ଦିଅନ୍ତୁ।

-କ୍ଷୀରକୁ ଆଦୌ ତଳେ ଲାଗିବାକୁ ଦିଅନ୍ତୁ ନାହିଁ।

-କ୍ଷୀର ଗାଢ଼ା ହୋଇଗଲେ ଏବଂ ଏହାର ଖୁଆ ପ୍ରସ୍ତୁତ ହୋଇଗଲେ ଏହାକୁ ଗୋଟିଏ ପାତ୍ରକୁ କାଢ଼ି ଦିଅନ୍ତୁ।

-ଏବେ ଆଉଥରେ ଆଉ ଗୋଟିଏ ଲିଟର କ୍ଷୀରକୁ ପ୍ୟାନରେ ଗରମ କରନ୍ତୁ।

-ଯେତେବେଳେ କ୍ଷୀର ଫୁଟିଯିବ ତେବେ ସେଥିରେ ଦୁଇ ଚାମଚ ଲେମ୍ବୁ ରସ ମିକ୍ସ କରନ୍ତୁ ଏବଂ କିଛି ସମୟ ଫୁଟାଇବା ପାଇଁ ଛାଡି ଦିଅନ୍ତୁ।

ଏହା ସହିତ ପଢ଼ନ୍ତୁ : ସଂଧ୍ୟାରେ କିଛି ରିଫ୍ରେସିଂ ଖାଦ୍ୟ ଖାଇବାକୁ ଇଚ୍ଛା ହେଉଥିଲେ ପ୍ରସ୍ତୁତ କରନ୍ତୁ ଝଟପଟ ରୋଲ

– କ୍ଷୀର ଛିଡି ଯାଇ ଛେନା ହୋଇଗଲେ ଏହାକୁ ଏକ ସୂତା କପଡାରେ ଢାଳି ଅଳ୍ପ ପାଣି ଦିଅନ୍ତୁ କାରଣ ଏଥିରୁ ଲେମ୍ବୁର ବାସ୍ନା ଚାଲି ଯାଇଥାଏ।। ଏହାକୁ ଭଲ ଭାବେ ଚିପୁଡି ଏହାର ଖଟାଳିଆ ସ୍ବାଦକୁ ବାହାର କରିଦିଅନ୍ତୁ।

-ଏବେ ଏହି ଛେନାକୁ ଭଲ କରି ଚକଟି ଦିଅନ୍ତୁ। ଏଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଖୁଆ ଏବଂ ୩୦ ଗ୍ରାମ ଅଟାକୁ ଢାଳି ଆଉଥରେ ଭଲ ଭାବେ ଚକଟି ମିଶାଇ ଦିଅନ୍ତୁ।

-ଏବେ ଏହାକୁ ୨୦ ମିନିଟ ପର୍ଯ୍ୟନ୍ତ ମେରିନେଟ ହେବା ପାଇଁ ରଖିଦିଅନ୍ତୁ।

-ଏବେ ଏକ ପ୍ୟାନରେ ୩୦୦ ମିଲିମିଟର ପାଣିରେ ୩୦ ଗ୍ରାମ ଚିନି ମିଶାଇ ଗାଢ଼ା ହେବା ଯାଏଁ ଫୁଟାନ୍ତୁ।

– ଏକ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ରଖିଥିବା ମିଶ୍ରଣକୁ ଗୋଲ ଗୋଲ ଆକାର କରି ଛାଣନ୍ତୁ। ଗୋଲଡେନ ବ୍ରାଉନ ହେବା ଯାଏଁ ଏହାକୁ ଫ୍ରାଇ କରନ୍ତୁ।

-ଏବେ ଏହାକୁ ନେଇ ଚିନି ସିରାରେ ଦୁଇ ଘଣ୍ଟା ପାଇଁ ପକାଇ ଦିଅନ୍ତୁ।

-ଏହାପରେ ଗୋଲାପ ଜାମୁକୁ ବାହାର କରନ୍ତୁ ଏବଂ ଏହା ଉପରେ ରଖିଥିବା ନଡିଆ କୋରାକୁ ପକାଇ ସଜାନ୍ତୁ। ବର୍ତ୍ତମାନ ଆପଣଙ୍କର ଡ୍ରାଇ ଗୋଲାପ ଜାମୁ ପ୍ରସ୍ତୁତ।

Pritiparna

Recent Posts

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

14 seconds ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

19 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

25 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

30 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

39 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

1 hour ago