ଲାଇଫ୍ ଷ୍ଟାଇଲ୍

ବର୍ଷାଦିନରେ ଇମ୍ୟୁନିଟ ସିଷ୍ଟମ ହେବ ଷ୍ଟ୍ରଙ୍ଗ, ନିଶ୍ଚିତ ଖାଆନ୍ତୁ ଏହି ଫଳ ଏବଂ ପରିବା

ବର୍ଷାଦିନ ସମସ୍ତଙ୍କୁ ଭଲ ଲାଗିଥାଏ। ବର୍ଷାଦିନ ଆସିଲେ ଗରମରୁ ରକ୍ଷା ମିଳିଥାଏ। କିନ୍ତୁ ବର୍ଷା ଦିନ ଆସିବା ମାତ୍ରେ ଅନେକ ରୋଗ ସାଥିରେ ନେଇ ଆସିଥାଏ। ଏହି ଦିନରେ ସଂକ୍ରମଣ, ଥଣ୍ଡା କାଶ, ଜ୍ୱର ଇତ୍ୟାଦିର ବିପଦ ରହିଥାଏ। ବର୍ଷା ଯୋଗୁଁ ମଧ୍ୟ ରାସ୍ତାରେ ପାଣି ଜମିବା ଯୋଗୁଁ ମଶା ବଂଶ ମଧ୍ୟ ବୃଦ୍ଧି ପାଇଥାଏ। ଏଥିଯୋଗୁଁ ଡେଙ୍ଗୁ, ମେଲେରିଆ, ଟାଇଫଏଡ ଇତ୍ୟାଦି ରୋଗ ହୋଇଥାଏ। ଏହିସବୁ ବଞ୍ଚିବା ପାଇଁ ଇମ୍ୟୁନ ସିଷ୍ଟମକୁ ଷ୍ଟ୍ରଙ୍ଗ କରିବାକୁ ପଡିଥାଏ। ତେଣୁ ଖାଦ୍ୟରେ ଏମିତି ଜିନିଷ ସାମିଲ କରନ୍ତୁ, ଯାହା ଶରୀରକୁ ଭରପୂର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଯୋଗାଇଥାଏ।

ସେଓ :

ରୋଗରୁ ବଞ୍ଚିବା ପାଇଁ ପ୍ରତିଦିନ ଗୋଟିଏ ସେଓ ଖାଇବା ଉଚିତ। ଏହା ଶରୀର ପାଇଁ ଲାଭକାରୀ ହୋଇଥାଏ। ଏଥିରେ ଥିବା ଡାଏଟ ଫାଇବର ପାଚନ ତନ୍ତ୍ରକୁ ମଜବୁତ କରିଥାଏ। ବର୍ଷାଦିରେ ଖାଲି ପେଟରେ ଗୋଟେ ସେଓ ଖାଇବା ବହୁତ ଫାଇଦା ଦେଇଥାଏ। ସେଓରେ ଫାଇବର, କ୍ୟାଲସିୟମ, ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଶରୀରକୁ ରୋଗରୁ ରକ୍ଷା କରିଥାଏ।

ଡାଳିମ୍ବ :

ଡାଳିମ୍ବରେ ଆଇରନ, ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟି ଏଲିମେଣ୍ଟାରୀ, ଆଣ୍ଟି ବ୍ୟାକ୍ଟରିୟସ ଗୁଣ ରହିଥାଏ। ଏହାର ସେବନ କରିବା ଦ୍ୱାରା ମେଟାବଲଜିମ ମଜବୁତ ହେବା ରହିତ ରେଡ ବ୍ଲଡ ସେଲସ ବୃଦ୍ଧି ପାଇଥାଏ। ଡାଳିମ୍ବ ମଧ୍ୟ ପ୍ରତି ଋତୁରେ ମିଳିଥାଏ। କିନ୍ତୁ ବର୍ଷାଦିନରେ ଖାଇବା ବହୁତ ଫାଇଦାଯୁକ୍ତ ହୋଇଥାଏ।

ଲିଚୁ :

ଲିଚୁ ଖାଇବାକୁ ସ୍ୱାଦିଷ୍ଟ ଲାଗିବା ସହିତ ଏଥିରେ ଔଷଧୀୟ ଗୁଣରେ ଭରପୂର ରହିଥାଏ। ଏହାକୁ ଖାଇଲେ ପାଚନ ତନ୍ତ୍ର ମଜବୁତ ହୋଇଥାଏ। ଇମ୍ୟୁନିଟ ସିଷ୍ଟମ ଷ୍ଟ୍ରଙ୍ଗ ହେବା ସହିତ ରୋଗ ସହିତ ଲଢିବାର ଶକ୍ତି ମଧ୍ୟ ବଢାଇଥାଏ। ବ୍ଲଡ ସର୍କୁଲେସନ ବଢିଥାଏ।

କଲରା :

କଲରା ସ୍ୱାଦରେ ପିତା ହୋଇଥାଏ। କିନ୍ତୁ ଏଥିରେ ଥିବା ଔଷଧୀୟ ଗୁଣ ଶରୀରକୁ ଫାଇଦା ଦେଇଥାଏ। ଏଥିରେ ଥିବା ଭିଟାମିନ, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଇମ୍ୟୁନ ସିଷ୍ଟମକୁ ମଜବୁତ କରିଥାଏ। ଡାଇବେଟିଜ କଣ୍ଟ୍ରୋଲ ରଖିବା ସହିତ କୋଷ୍ଠକାଠିନ୍ୟ, ଅଲସର, ମାଲେରିଆ ଭଳି ରୋଗ ଆଶଙ୍କା କମ୍‌ ହୋଇଥାଏ। ସପ୍ତାହକୁ ୨-୩ ଥର କଲରା ଖାଇବା ଉଚିତ।

ଲେମ୍ବୁ :

ଲେମ୍ବୁରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ। ଏହା ଖାଇବା ଶରୀର ପାଇଁ ଫାଇଦା ଦେଇଥାଏ। ଇମ୍ୟୁନ ସିଷ୍ଟମ ବଢାଇବା ସହିତ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ ଲେମ୍ବୁ। ତେଣୁ ସାଲାଡ, ଲେମ୍ବୁ ପାଣି, ଲେମ୍ବୁ ଚା’ ଇତ୍ୟାଦି ପ୍ରତିଦିନ ପିଇବା ଉଚିତ।

 

Swagatika

Recent Posts

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

18 mins ago

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

43 mins ago

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

54 mins ago

ବାଇକରେ ଟଙ୍କା ଭତ୍ତି ବ୍ୟାଗ୍‌ ରଖି ଆଖୁ ରସ ପିଉଥିଲେ, କିନ୍ତୁ ପିଇସାରି ମୁହଁ ବୁଲାଇବାବେଳକୁ ଟଙ୍କା ଗାୟବ

ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…

1 hour ago

CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

1 hour ago

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

1 hour ago