ଲାଇଫ୍ ଷ୍ଟାଇଲ୍

ପିରିୟଡସ୍‌ ସମୟରେ କେବେ ବି କରନ୍ତୁନାହିଁ ଏହି ଭୁଲ୍‌, ନଚେତ୍‌ ସହିପାରନ୍ତି ବଡ କ୍ଷତି

ପିରିୟଡସ୍‌ ସମୟରେ ପେଟରେ ଯନ୍ତ୍ରଣା ହେବା, ମୁଣ୍ଡ ବୁଲାଇବା ଏବଂ କପଡାରେ ଦାଗ ଲାଗିବାର ଭୟ ଏହିସବୁ କଥା ବାରମ୍ବାର ମୁଣ୍ଡକୁ ଆସିଥାଏ। କିନ୍ତୁ କିଛି ଭୁଲ କାରଣରୁ ଏହି ସମୟରେ ଝିଅମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଝିଅମାନଙ୍କ ମାସିକ ଧର୍ମକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିସାରିଛି। ଏପରିକି ଜୀବନଶୈଳୀରେ ମଧ୍ୟ ବିଭିନ୍ନ ପରିବର୍ତ୍ତନ ଦେଖାଯାଇଥାଏ। ଏହାଏକ ପ୍ରାକୃତିକ ପ୍ରକ୍ରିୟା କିନ୍ତୁ ଏହି ସମୟରେ ଝିଅମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେବେ ଜାଣନ୍ତୁ ଏଭଳି କେଉଁ ଭୁଲ ରହିଛି, ଯାହା କରିବା ଦ୍ୱାରା ପିରିୟଡସ୍‌ ସମୟରେ ମହିଳଙ୍କେୁ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

-ଯଦି ପିରିୟଡସ୍‌ ସମୟରେ ଆପଣଙ୍କ ପେଟରେ କିମ୍ବା ଅଣ୍ଟାରେ ଅଧିକ ଯନ୍ତ୍ରଣା ହେଉଛି ତେବେ ଆପଣ କଠିନ ଏକ୍ସରସାଇଜ୍‌ କରନ୍ତୁ ନାହିଁ। କାରଣ ଏପରି କରିବା ଦ୍ୱାରା ଆପଣଙ୍କୁ ଦୁର୍ବଳ ଅନୁଭବ ହୋଇଥାଏ। ଏହାବ୍ୟତୀତ ଭୋକ ନଲାଗିବା ଏବଂ ବାନ୍ତି ହେବା ଭଳି ସମସ୍ୟା ଦେଖାଯାଇପାରେ।

-ମାସିକ ଧର୍ମ ସମୟରେ ପରିଷ୍କାର ରହିବା ନିହାତି ଜରୁରୀ। ଏହିକାରଣରୁ ଆପଣ ସଠିକ୍‌ ସମୟ ବ୍ୟବଧାନରେ ସାନିଟାରୀ ନାପକିନ୍‌ ପରବର୍ତ୍ତନ କରନ୍ତୁ। ଯଦି ଆପଣ ଏପରି କରୁନାହାନ୍ତି ତେବେ ଆପଣ କୌଣସି ସଂକ୍ରମଣର ସିକାର ହୋଇପାରନ୍ତି। ଏହାବ୍ୟତୀତ ଏହି ସମୟରେ ଟାଇଟ୍‌ କପଡା ପିନ୍ଧନ୍ତୁ ନାହିଁ। କାରଣ ଟାଇଟ୍‌ କପଡା ପିନ୍ଧିବା ଦ୍ୱାରା ଅପାଣ ବିରକ୍ତି ପ୍ରକାଶ କରିପାରନ୍ତି। ଏହିକାରଣରୁ ଆପଣ ଯେଉଁ କପଡାରେ ନିଜକୁ ଆରାମ ଅନୁଭବ କରିପାରୁଛନ୍ତି ସେହି କପଡା ପିନ୍ଧନ୍ତୁ।

-ଏହି ସମୟରେ ଅତି କମରେ ୮ ଘଣ୍ଟା ଶୋଇବା ଶରୀର ପାଇଁ ନିତ୍ୟାନ୍ତ ଆବାଶ୍ୟକ। ସମ୍ପୂର୍ଣ୍ଣ ନିଦ ନହେବା ଦ୍ୱାରା ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ।

-ମାସିକଧର୍ମ ସମୟରେ ବିଲକୁଲ୍‌ ଆଲକହଲ୍‌ ସେବନ କରନ୍ତୁ ନାହିଁ। କାରଣ ଏହି ସମୟରେ ଆଲକହଲ୍‌ ପିଇବା ଦ୍ୱାରା ଶରୀରରେ ଦେଖାଯାଉଥିବା ସମସ୍ୟାକୁ ଏହା ଆହୁରି ବଢାଇଦେଇଥାଏ। ଏହାପରିବର୍ତ୍ତେ ଆପଣ ଗରମ ପାଣି ଓ ହର୍ବାଲ ଚା’ ସେବନ କରନ୍ତୁ।

KNews Bureau

Recent Posts

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

43 seconds ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

35 mins ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

1 hour ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

2 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

2 hours ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

2 hours ago