Below header

ପିରିୟଡସ୍‌ ସମୟରେ କେବେ ବି କରନ୍ତୁନାହିଁ ଏହି ଭୁଲ୍‌, ନଚେତ୍‌ ସହିପାରନ୍ତି ବଡ କ୍ଷତି

ପିରିୟଡସ୍‌ ସମୟରେ ପେଟରେ ଯନ୍ତ୍ରଣା ହେବା, ମୁଣ୍ଡ ବୁଲାଇବା ଏବଂ କପଡାରେ ଦାଗ ଲାଗିବାର ଭୟ ଏହିସବୁ କଥା ବାରମ୍ବାର ମୁଣ୍ଡକୁ ଆସିଥାଏ। କିନ୍ତୁ କିଛି ଭୁଲ କାରଣରୁ ଏହି ସମୟରେ ଝିଅମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଝିଅମାନଙ୍କ ମାସିକ ଧର୍ମକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିସାରିଛି। ଏପରିକି ଜୀବନଶୈଳୀରେ ମଧ୍ୟ ବିଭିନ୍ନ ପରିବର୍ତ୍ତନ ଦେଖାଯାଇଥାଏ। ଏହାଏକ ପ୍ରାକୃତିକ ପ୍ରକ୍ରିୟା କିନ୍ତୁ ଏହି ସମୟରେ ଝିଅମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେବେ ଜାଣନ୍ତୁ ଏଭଳି କେଉଁ ଭୁଲ ରହିଛି, ଯାହା କରିବା ଦ୍ୱାରା ପିରିୟଡସ୍‌ ସମୟରେ ମହିଳଙ୍କେୁ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

yoga-ଯଦି ପିରିୟଡସ୍‌ ସମୟରେ ଆପଣଙ୍କ ପେଟରେ କିମ୍ବା ଅଣ୍ଟାରେ ଅଧିକ ଯନ୍ତ୍ରଣା ହେଉଛି ତେବେ ଆପଣ କଠିନ ଏକ୍ସରସାଇଜ୍‌ କରନ୍ତୁ ନାହିଁ। କାରଣ ଏପରି କରିବା ଦ୍ୱାରା ଆପଣଙ୍କୁ ଦୁର୍ବଳ ଅନୁଭବ ହୋଇଥାଏ। ଏହାବ୍ୟତୀତ ଭୋକ ନଲାଗିବା ଏବଂ ବାନ୍ତି ହେବା ଭଳି ସମସ୍ୟା ଦେଖାଯାଇପାରେ।

period--ମାସିକ ଧର୍ମ ସମୟରେ ପରିଷ୍କାର ରହିବା ନିହାତି ଜରୁରୀ। ଏହିକାରଣରୁ ଆପଣ ସଠିକ୍‌ ସମୟ ବ୍ୟବଧାନରେ ସାନିଟାରୀ ନାପକିନ୍‌ ପରବର୍ତ୍ତନ କରନ୍ତୁ। ଯଦି ଆପଣ ଏପରି କରୁନାହାନ୍ତି ତେବେ ଆପଣ କୌଣସି ସଂକ୍ରମଣର ସିକାର ହୋଇପାରନ୍ତି। ଏହାବ୍ୟତୀତ ଏହି ସମୟରେ ଟାଇଟ୍‌ କପଡା ପିନ୍ଧନ୍ତୁ ନାହିଁ। କାରଣ ଟାଇଟ୍‌ କପଡା ପିନ୍ଧିବା ଦ୍ୱାରା ଅପାଣ ବିରକ୍ତି ପ୍ରକାଶ କରିପାରନ୍ତି। ଏହିକାରଣରୁ ଆପଣ ଯେଉଁ କପଡାରେ ନିଜକୁ ଆରାମ ଅନୁଭବ କରିପାରୁଛନ୍ତି ସେହି କପଡା ପିନ୍ଧନ୍ତୁ।

Female-ଏହି ସମୟରେ ଅତି କମରେ ୮ ଘଣ୍ଟା ଶୋଇବା ଶରୀର ପାଇଁ ନିତ୍ୟାନ୍ତ ଆବାଶ୍ୟକ। ସମ୍ପୂର୍ଣ୍ଣ ନିଦ ନହେବା ଦ୍ୱାରା ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ।

drinking-in-bed-ମାସିକଧର୍ମ ସମୟରେ ବିଲକୁଲ୍‌ ଆଲକହଲ୍‌ ସେବନ କରନ୍ତୁ ନାହିଁ। କାରଣ ଏହି ସମୟରେ ଆଲକହଲ୍‌ ପିଇବା ଦ୍ୱାରା ଶରୀରରେ ଦେଖାଯାଉଥିବା ସମସ୍ୟାକୁ ଏହା ଆହୁରି ବଢାଇଦେଇଥାଏ। ଏହାପରିବର୍ତ୍ତେ ଆପଣ ଗରମ ପାଣି ଓ ହର୍ବାଲ ଚା’ ସେବନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.