ଦେଖନ୍ତୁ କିପରି ଯୌନ ଶକ୍ତି ବଢ଼ାଇବା ପାଇଁ ଜୀବନ୍ତ ବେଙ୍ଗକୁ ଖାଉଛନ୍ତି ଚୀନର ଜଣେ ଯୁବକ

କରୋନା ଭାଇରସ କାରଣରୁ ସାରା ଦୁନିଆରେ ୭୫,୧୯୬ ଲୋକ ସଂକ୍ରମିତ ହୋଇସାରିଲେଣି। କେବଳ ଚୀନରେ ହିଁ ୭୪,୧୮୫ ଲୋକେ ଏହି ଭୟଙ୍କର ଭାଇରସର ଶିକାର ହୋଇଛନ୍ତି। କରୋନା ଭାଇରସ କାରଣରୁ ଏବେ ପର୍ଯ୍ୟନ୍ତ ମୋଟ ୨୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଚୀନରେ ଏହି ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ସେଠାକାର ଲୋକେ ନିଜ ପ୍ରକୃତି ଛାଡି ପାରୁନାହାନ୍ତି। ସୋସିଆଲ ମିଡିଆରେ ଏବେ ଚୀନର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଚୀନର ଜଣେ ଯୁବକ ପବ୍ଲିକ ପ୍ଲେସରେ ଏକ ଜୀବନ୍ତ ବେଙ୍ଗ ଖାଉଥିବା ଦେଖିବାକୁ ମିଳୁଛି।

frog chinaଯେମିତିକି ଆମକୁ ଜଣାନାହିଁ ଯେ ଏହି ଭୟଙ୍କରୀ କରୋନା ଭାଇରସ କେଉଁ କାରଣରୁ ବ୍ୟାପୁଛି ସେହିପରି କିଛି ରିସର୍ଚ୍ଚରୁ ଏହି କଥା ସାମ୍ନାକୁ ଆସିଛି ଏହା ବାଦୁଡି କିମ୍ବା ସାପ କାରଣରୁ ବ୍ୟାପିଛି। ଏହିସବୁ ମଧ୍ୟରେ ଏହି ଭିଡିଓ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଦେଇଛି।

ଚୀନରେ ଜୀବନ୍ତ ଜୀବଜନ୍ତୁକୁ ଖାଇବାର ପରାମ୍ପରା ରହିଛି ଏବଂ ଏହା ଧାରଣା ରହିଛି ଯେ ବେଙ୍ଗ ଖାଇବା ଦ୍ୱାରା ପୁରୁଷଙ୍କ ଯୌନ ଶକ୍ତି ବଢ଼ିଥାଏ। ଏଥିପାଇଁ ଲୋକେ ବେଙ୍ଗ ଖାଇଥାନ୍ତି। ଏହି ଜୀବନ୍ତ ଜୀବଜନ୍ତୁକୁ ସେଠାକାର ବଜାରରେ ଅତି ସହଜରେ କିଣାଯାଇପାରେ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ଏହି ଭିଡିଓ ୨୦୧୬ ମସିହାର ଅଟେ। ଏହି ଭିଡିଓରୁ ଆପଣ ଜାଣିପାରୁଥିବେ କେମିତି ଅତି ନିର୍ମମ ଭାବେ ଚୀନବାସୀ ଜୀବନ୍ତ ଜୀବଜନ୍ତୁଙ୍କୁ ଖାଉଛନ୍ତି।

froggଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଚୀନର ଅନେକ ସହରରେ ଜୀବଜନ୍ତୁଙ୍କର ବଜାର ଲାଗେ। ଯାହାକୁ ୱେଟ ମାର୍କେଟ କୁହାଯାଏ। ଏଠାରେ ୧୨୦ ପ୍ରକାରରୁ ଅଧିକ ଜୀବିତ ଜୀବ ମିଳିଥାଏ। ଯାହାକୁ ଖାଇବା ପାଇଁ ଲୋକେ ସେଠାରେ ଅଧିକ ମାତ୍ରାରେ ଭିଡ ଜମାଇଥାନ୍ତି। ଏହି ଜୀବ ମଧ୍ୟରୁ କରୋନା ଭାଇରସ ବ୍ୟାପିଥିବା ଅନୁମାନ କରାଯାଉଛି।