ଲାଇଫ୍ ଷ୍ଟାଇଲ୍

ଖରାଦିନେ ଆମ୍ବରେ ବନାନ୍ତୁ “ମାଙ୍ଗୋ ଚିଜ କେକ୍”, ଗରମରେ ମଜା ଆସିଯିବ

ଖରାଦିନେ ତ ପ୍ରଚୁର ପରିମାଣରେ ଆମ୍ବ ମିଳେ । ଅନେକ ଲୋକ ଗୋଟା ଆମ୍ବ ଏମିତି ଖାଇବାକୁ ପସନ୍ଦ କରୁଥିବାବେଳେ କିଛି ଲୋକ ଆମ୍ବ ପଣା କିମ୍ବା ଆମ୍ବ ଜୁସ ପିଅନ୍ତି । କିଛି ଲୋକଙ୍କର ଆମ୍ବରେ ଭିନ୍ନ ଭିନ୍ନ ଟେଷ୍ଟି ଟେଷ୍ଟି ଆଇଟମ ପ୍ରସ୍ତୁତ କରି ଖାଇବାର ମଧ୍ୟ ସଉକ ଅଛି । ଜାଣନ୍ତିକି ଏହି ଆମ୍ବରେ ଆପଣ ଏକ ପ୍ରକାର ଚିଜ କେକ ପ୍ରସ୍ତୁତ କରି ଖାଇପାରିବେ । ଯାହା ଭିନ୍ନ ସ୍ୱାଦ ଦେବା ସହ ଏକ ଅଲଗା ପ୍ରକାର ମଜା ଆସିଯିବ । ତେବେ ଲେଖିରଖନ୍ତୁ

ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

୨୫୦ ଗ୍ରାମ ଓଟ୍ସ ବିସ୍କୁଟ ବା ଡ଼ାଈଯେଷ୍ଟିଭ ବିସ୍କୁଟ

୨ ଚାମଚ ବଟର

୩୦୦ ଗ୍ରାମ ଚିଜ

୧୫୦ ଏମଏଲ କ୍ରିମ

୧ ଚାମଚ ଗିଲେଟିନ ପାଉଡର

ଗୋଟେ କପ ଚିନି ପାଉଡର

ଗୋଟେ ଚାମଚ ଭାନିଲା ଏସେନ୍ସ

ଗୋଟେ କପ ମାଙ୍ଗୋ ପଲପ

ଅଧା କପ ଆମ୍ବ- ଚୋପା ଛଡାଯାଇ କଟାଯାଇଥିବା

ପ୍ରସ୍ତୁତି ପ୍ରଣାଳୀ:

– ଏକ ଗଭୀରିଆ ପ୍ୟାନରେ ଆମ୍ବ ପଲପ ଗୁଡିକୁ ରାନ୍ଧି ଦିଅନ୍ତୁ । ଫୁଟିବା ଆରମ୍ଭ ହୋଇଗଲେ କାଢି ରଖିଦିଅନ୍ତୁ ।

– ଚିଜକେକ ବେଶ ପ୍ରସ୍ତୁତ କରିବା ପାଇଁ ଓଟ୍ସ ବିସ୍କୁଟକୁ ଗ୍ରାଇଣ୍ଡ କରିନିଅନ୍ତୁ । ଏବେ ବଟରକୁ ତରଳାଇ ବିସ୍କୁଟ ଗୁଣ୍ଡ ସହିତ ମିଶାଇ ଦିଅନ୍ତୁ ।

– ଏବେ ଏକ ଟିନରେ ତରଳ ବଟର ଲଗାଇ ରେଡି କରିଦିଅନ୍ତୁ ।ଏବେ ବିସ୍କୁଟ- ବଟର ମିକ୍ସକୁ କେକ ଟିନରେ ଢଳାନ୍ତୁ । ଏବେ ଫ୍ରିଜରରେ ଏହାକୁ ୪୦ ମିନିଟ ପାଇଁ ରଖିଦିଅନ୍ତୁ । ଏବେ ଏକ ଇଲେକ୍ଟ୍ରିକ ମେସିନ ସାହାଯ୍ୟରେ କ୍ରିମ ଦେଇ ଦିଅନ୍ତୁ ।

– ଏବେ ଏକ ବାଉଲରେ କ୍ରିମ ଚିଜ, ଚିନି, ଭାନିଲା ଏସେନ୍ସକୁ ମିଶାଇ ଦିଅନ୍ତୁ । ଏବେ ଏହି ମିକସଚରାରେ ଆମ୍ବ ପିୟୁରୀ ମିଶାନ୍ତୁ । କିନ୍ତୁ ମାନେ ରଖିବେ ଏହି ପ୍ୟୁରି ସମ୍ପୂର୍ଣ୍ଣ ରୂପେ ଥଣ୍ଡା ହେବା ଦରକାର ।

-ଏବେ ଏକ ବାଉଲରେ ୮ ଚାମଚ ଗରମ ପାଣି ନିଅନ୍ତୁ । ସେଥିରେ ଗୋଟେ ଚାମଚ ଗିଲେଟିନ ପାଉଡର ମିଶାନ୍ତୁ । ଭଲ କରି ମିଶାନ୍ତୁ ।୫ ମିନିଟ ପାଇଁ ଛାଡି ଦିଅନ୍ତୁ ।

-ଗିଲାଟିନ ମିକସଚର ମିଶିଯିବା ପରେ ୫ ମିନିଟ ପାଇଁ ଛାଡି ଦିଅନ୍ତୁ । ମଝିରେ ମଝିରେ ଏକ କାଠି ପୁରାଇ ଚେକ କରିପାରିବେଯେ ଆପଣ ପ୍ରସ୍ତୁତ କରିଥିବା କେକ ଭଲ ରୂପେ ସିଝିଛି କି ନାହିଁ । ଏବେ ଟିକି ଟିକି କଟା ଯାଇଥିବା ଆମ୍ବକୁ ତା ଉପରେ ପକେଇ ଦିଅନ୍ତୁ ।

-ସବୁଠାରୁ ଉପର ସ୍ତର ପାଇଁ ବଳି ପଡିଥିବା ଆମ୍ବ ପଳ୍ପରେ ଗୋଟେ କପ ପାଣି ଓ ୨ ଚାମଚ ସ୍ଵିଟନର ମିଶାଇ ଦିଅନ୍ତୁ ।

-ଆମ୍ବ ପଲପରେ କିଛି ଗିଲାଟିନ ମିକଶ୍ଚର ମିଶାଇ ଦିଅନ୍ତୁ । ଥଣ୍ଡା କରି ଦିଅନ୍ତୁ । ଥଣ୍ଡା ହେବା ପରେ ଗିଲେଟିନ-ମାଙ୍ଗୋ ମିକ୍ସକୁ କେକ ଉପରେ ଏକ ଲେୟାର ଭାବରେ ଦେଇ ୬ ରୁ ୮ ଘଣ୍ଟା ପାଇଁ ଫ୍ରିଜରେ ରଖି ଦିଅନ୍ତୁ ।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

3 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

6 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago