ଲାଇଫ୍ ଷ୍ଟାଇଲ୍

ଏହି ୩ ଫେସପ୍ୟାକ ସାହାଯ୍ୟରେ ଚମକାନ୍ତୁ ତ୍ୱଚା, କିଛି ଦିନରେ ଚମକିବେ ଆପଣ

ତ୍ୱଚାର ସୁନ୍ଦରତା ବଜାୟ ରଖିବାକୁ ହେଲେ ତାର ଯତ୍ନ ନେବା ମଧ୍ୟ ବହୁତ ଜରୁରୀ। ନଚେତ ବ୍ରଣ, ଦାଗ, ଚିହ୍ନ ଏବଂ ଡାର୍କ ସର୍କଲ୍ସ ଭଳି ସମସ୍ୟା ସାମ୍ନା କରିବାକୁ ପଡିଥାଏ। ବଜାରରେ ଅନେକ ବିୟୁଟି ପ୍ରଡକ୍ଟସ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ କିନ୍ତୁ ସେନସିଟିଭ ତ୍ୱଚାରେ ଏହା ଭୟାନକ ପରିଣାମ ଦେଇଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି ଘରୋଇ ଫେସପ୍ୟାକ ନେଇ ଆସିଛୁ ଯାହା ବିନା କୌଣସି ସମସ୍ୟାରେ ଆପଣଙ୍କ ତ୍ୱଚାକୁ ଚମକାଇବ। ଆସନ୍ତୁ ସେହି ପ୍ୟାକ୍‌ ବିଷୟୟରେ ଜାଣିବା।

ମହୁ ଫେସପ୍ୟାକ

ଗାଜର –୧, ମହୁ – ୧ ଚାମଚ

ସର୍ବପ୍ରଥମେ ଏକ ପ୍ୟାନରେ ଗାଜର ପକାଇ ହାଲକା ଫ୍ରାଏ କରନ୍ତୁ। ଗାଜରରୁ ପାଣି ଅଲଗା କରି ସେଥିରେ ମହୁ ମିକ୍ସ କରି ଏକ ସ୍ମଥ୍‌ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ହାଲକା ହାତରେ ବେକ ଏବଂ ମୁହାଁରେ ମସାଜ୍‌ କରନ୍ତୁ। ୧୫ ମିନିଟ୍‌ ସୁଖିବା ପଯ୍ୟର୍ନ୍ତ ଏହାକୁ ଚେହେରାରେ ରଖି ଧୋଇ ଦିଅନ୍ତୁ। ଏହି ଫେସପ୍ୟାକ ଦ୍ୱାରା ଚେହେରାରେ ଜମା ଡେଡ୍‌ ସ୍କିନ ସେଲ୍ସ ରିମୁଭ୍‌ ହୋଇ ଗଭୀର ପୋଷଣ ମିଳିବ। ଏଥିସହିତ ତ୍ୱଚା ଗ୍ଲୋ କରିବ।

କଦଳୀ ଫେସପ୍ୟାକ

କଦଳୀ – ୧, ଅଣ୍ଡାର ଧଳା ଅଂଶ-୧ ଚାମଚ, ଦହି – ୧ ଚାମଚ

ଏକ ପାତ୍ରରେ ସବୁ ସାମଗ୍ରୀକୁ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ପ୍ରସ୍ତୁତ ଫେସପ୍ୟାକକୁ ଚେହେରା ଏବଂ ବେକରେ ମସାଜ୍‌ କରନ୍ତୁ। ଏହାକୁ ଚେହେରାରେ ୨୦ ମିନିଟ ପଯ୍ୟର୍ନ୍ତ ଲଗାଇ ରଖନ୍ତୁ। ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

ଆଲୋଭେରା ଜେଲ ଫେସପ୍ୟାକ

କାକୁଡି – ୧, ଆଲୋଭେରା ଜେଲ – ୧ ଚାମଚ
ଏକ ପାତ୍ରରେ ଉଭୟ ଜିନିଷକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ଫେସପ୍ୟାକକୁ ଚେହେରା ଏବଂ ବେକରେ ଲଗାଇ ଦିଅନ୍ତୁ। ୧୫-୨୦ ମିନିଟ ପରେ ପାଣିରେ ଧୋଇ ଦିଅନ୍ତୁ। ଏହି ପ୍ୟାକ ଦ୍ୱାରା ଆପଣଙ୍କ ତ୍ୱଚା ଏକଦମ୍‌ ଗ୍ଲୋ କରିବା ସହିତ ତ୍ୱଚା ଚମକିଥାଏ।

Pritiparna

Recent Posts

ଧର୍ମଶାଳା ରଜ କୁଇନ ମୁକୁଟ ପିନ୍ଧିଲେ ସୁଭଦ୍ରା

ଯାଜପୁର(କେନ୍ୟୁଜ୍‌) : ସାରା ରାଜ୍ୟରେ ମେଲିଛି ରଜର ଆସର । ଧୁମ୍‌ ଧାମ୍‌ ରେ ଏଥର ସବୁଠି ପାଳିତ ହୋଇଯାଇଛି…

19 seconds ago

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ : ୨୦ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ୨୦ ତାରିଖ ସକାଳ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ।  ଆବଶ୍ୟକ ପଡ଼ିଲେ ଇଣ୍ଟରନେଟ…

39 mins ago

ମହାନତା ଦେଖାଇଲେ ନୟାପଲ୍ଲୀ ଥାନା ଅଧିକାରୀ, ଗୁରୁତର ମହିଳାଙ୍କୁ ପହଁଚାଇଲେ ଡାକ୍ତରଖାନା

ଭୁବନେଶ୍ୱର (କେନ୍ୟୁଜ): ଆମେ ଥାଉ ଖବର ସଂଗ୍ରହ ଅନ୍ୱେଷଣରେ । ସେଦିନର ସଂଧ୍ୟା ସମୟର କଥା ମନରୁ ଲିଭିନୁ। ଘଟଣାଟି…

50 mins ago

ହୋମିଓପାର୍ଥିକ ଫାର୍ମାସିଷ୍ଟ ପଦବୀରେ ଚାକିରି ସୁଯୋଗ, ମାସକୁ ଦରମା ୧ ଲକ୍ଷ ଟଙ୍କା

ଯୁବପିଢି ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଚ୍ଛୁକ ପ୍ରାର୍ଥୀ ହୋମିଓପାଥିକ ଫାର୍ମାସିଷ୍ଟ ପଦବୀରେ ଯୋଗ୍ୟ…

51 mins ago

ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ, ନେଦରଲ୍ୟାଣ୍ଡରେ କଲେ ବିବାହ

ଭୁବନେଶ୍ୱର (କେନ୍ୟୁଜ): ବାହା ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ।  ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ…

56 mins ago

କର୍ଣ୍ଣାଟକରେ ବିଜେପି ନେତାଙ୍କ ହୃଦ୍‌ଘାତରେ ମୃତ୍ୟୁ, ପେଟ୍ରୋଲ ଓ ଡିଜେଲ୍‌ ଦରବୃଦ୍ଧିକୁ ନେଇ ଦେଇଥିଲେ ଧାରଣା

କର୍ଣ୍ଣାଟକରେ ଜଣେ ବିଜେପି ନେତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ଏଠାରେ ସେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହଠାତ୍‌…

1 hour ago