ଲାଇଫ୍ ଷ୍ଟାଇଲ୍

ମର୍ଣ୍ଣିଂ ଓ୍ଵାକ୍‌ରୁ ଆସିବା ପରେ ଖାଆନ୍ତୁ ଏହିସବୁ ଖାଦ୍ୟ, ଶରୀରକୁ ମିଳିବ ଫୂର୍ତ୍ତି ଏବଂ ସତେଜତା

ନିଜର ସ୍ୱାସ୍ଥ୍ୟକୁ ଭଲ ଏବଂ ମେଣ୍ଟେନ କରିବା ପାଇଁ ଅଧିକାଂଶ ଲୋକ ସକାଳୁମର୍ଣ୍ଣିଂ ଓ୍ଵାକ୍‌ରେ ଯାଆନ୍ତି। ଆଉ ମର୍ଣ୍ଣିଂ ଓ୍ଵାକ୍‌ରୁ ଆସିବା ପରେ କ’ଣ ଖାଇବେ ଏବଂ କ’ଣ ନ ଖାଇବେ ତାକୁ ନେଇ ଦ୍ୱନ୍ଦ୍ୱରେ ରୁହନ୍ତି। ଅଧିକାଂଶ ବ୍ୟକ୍ତି ଅନେକ ଭୁଲ୍‌ ଖାଦ୍ୟ ଖାଆନ୍ତି। ଫଳରେମର୍ଣ୍ଣିଂ ଓ୍ଵାକ୍‌ କରିବାର କିଛି ମୂଲ୍ୟ ନଥାଏ। ଆପଣ ସକାଳୁ ଚାଲି ଯେତିକି କ୍ୟାଲୋରୀ କିମ୍ବା ଫ୍ୟାଟ୍‌ କମ୍‌ କରିଥିବେ, ତାହା ଖାଇବା ଭୁଲ୍‌ କରି ପୁଣି ବଢାଇଦିଅନ୍ତି। କିନ୍ତୁ ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ସକାଳୁ ମର୍ଣ୍ଣିଂ ଓ୍ଵାକ୍‌ କରି ଆସିବା ପରେ ଖାଇବା ଦ୍ୱାରା ଶରୀରକୁ ସତେଜ ଲାଗିଥାଏ। ଏହାସହିତ ଦିନତମାମ ଫୂର୍ତ୍ତି ଲାଗିଥାଏ। ତେବେ ଆସନ୍ତୁ ଜାଣିବା, ଓ୍ଵାକ କରିକି ଆସିବା ପରେ କ’ଣ ଖାଇବେ..

– ସକାଳୁ ମର୍ଣ୍ଣିଂ ଓ୍ଵାକ୍‌ କରି ଆସିବା ପରେ ଦହି ଖାଆନ୍ତୁ। ଦହିରେ ପ୍ରଚୁର ପ୍ରୋଟିନ ରହିଥାଏ। ଯାହା ମାଂସପେଶୀକୁ ମଜବୁତ କରିବା ପାଇଁ ଲାଭକାରୀ ହୋଇଥାଏ। ଏହାଦ୍ୱାରା ଶରୀରକୁ ମେଟାବୋଲଜିମ୍‌ ମଧ୍ୟ ମିଳେ।

– ଫଳରେ ବିଭିନ୍ନ ପ୍ରକାର ପ୍ରୋଟିନ, ଭିଟାମିନ ଏବଂ ମିନେରାଲ୍ସ ରହିଥାଏ। ଏହାଛଡା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ଭରପୂର ରହିଥାଏ। ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କ୍ଷମତା ବଢାଏ। ଯେଉଁ ଲୋକଙ୍କର କୋଲେଷ୍ଟ୍ରଲ ଏବଂ ଦୃଦ୍‌ ସମ୍ବନ୍ଧୀୟ ରୋଗ ରହିଛି, ସେମାନେ ଫଳ ସାଲାଡ ଖାଇବା ଉଚିତ।

– କଦଳୀରେ କାର୍ବୋହାଇଡ୍ରେଟ ଅଧିକ ମାତ୍ରାରେ ରହିଥାଏ। ତେଣୁ ସକାଳୁ ଓ୍ଵାକ କରି ଆସିବା ପରେ କଦଳୀ ଖାଇପାରିବେ।

– ଭିଜା ହୋଇଥିବା ବାଦାମ ସକାଳୁ ୪ରୁ ୫ଟି ଖାଆନ୍ତୁ। ଭିଜା ବାଦାମ ଖାଇବା ଦ୍ୱରା ପ୍ରୋଟିନ ସହିତ ଶରୀରକୁ ଫୂର୍ତ୍ତି ଲାଗିଥାଏ।

– ଅଙ୍କୁରିତ ଆହାରରେ ଭରପୂର ମାତ୍ରାରେ ପ୍ରୋଟିନ ରହିଛି। ଏହାଛଡା ଭିଟାମିନ ସହିତ ଫାଇବର ମଧ୍ୟ ରହିଛି। ତେଣୁ ମର୍ଣ୍ଣି ଓ୍ଵାକ କରି ଆସିବା ପରେ ଗଜା ମୁଗ କିମ୍ବା ଗଜା ବୁଟ ଖାଆନ୍ତୁ।

– ଓଟସ୍‌ରେ ଭରପୂର ଫାଇବର ରହିଥାଏ। ଓଟସ ଖାଇବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ପେଟ ଫୁଲ ଲାଗିଥାଏ। ପାଚନ ତନ୍ତ୍ରକୁ ମଜବୁତ ରଖିଥାଏ। ଏହାକୁ ଖାଇବା ଦ୍ୱାରା ମେଟାବୋଲିଜିମ ବଢିଥାଏ ଏବଂ ଓଜନ କମ୍‌ ହୋଇଥାଏ।

Swagatika

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

1 hour ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago