ସକାଳୁ ଉଠି ଦୈନିକ କରନ୍ତୁ ଏହି କାମ, ଦିନଟି ହେବ ସୁଖମୟ

ସକାଳ ସମୟ ଯଦି ଭଲରେ କଟିଯାଏ ତେବେ ପୂରା ଦିନଟା ଭଲରେ କଟିବ ବୋଲି କୁହାଯାଇଥାଏ। ଯେଉଁଦିନ ସକାଳଟା ଟିକେ ଖରାପ  କଟେ ସେଦିନ ପୂରା ଦିନଟା ଖରାପ ହୋଇଯାଇଥାଏ। ଏଣୁ ଦିନକୁ ସୁଖମୟ କରିବା ପାଇଁ ପ୍ରାତଃ କାଳକୁ ସୁନ୍ଦରମୟ କରିବା ନିହାତି ଅଆବଶ୍ଯକ। ଏନେଇ ସକାଳୁ ଉଠିବା ମାତ୍ରେ ଏସବୁ କାମ କରିବାକୁ ଆଦୌ ଭୁଲନ୍ତୁ ନାହିଁ ଯାହା ନିମ୍ନରେ ଉଲ୍ଳେଖ କରାଯାଇଛି। ଦେଖିବେ ଆପଣଙ୍କ ଦିନ ଖୁବ୍ ସୁନ୍ଦରଭାବେ ବିତିବ।

-ସକାଳୁ ଆଖି ଖୋଲିବା ମାତ୍ରେ ପ୍ରଥମେ ହାତ ଯୋଡ଼ି ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। ଏହା କରିବା ଦ୍ବାରା ମନ ପ୍ରଫୁଲ୍ଲ ରହିବା ସହିତ ଯେକୌଣି କାର୍ଯ୍ୟ ପାଇଁ ଉତ୍ସାହିତ ଅନୁଭବ ହେବ। ଆପଣ ଆସ୍ତିକ ହୁଅନ୍ତୁ ବା ନାସ୍ତିକ ମାତ୍ର ପ୍ରାର୍ଥନାର ସୁଫଳ ସମସ୍ତଙ୍କ ପାଇଁ ସମାନ। ମନେ ରଖନ୍ତୁ ପ୍ରାର୍ଥନା ଭଗବାନଙ୍କ ପାଇଁ ନୁହେଁ, ନିଜ ମନ ପାଇଁ କରାଯାଇ ଥାଏ।

ନିଶ୍ଚିତ ପଢ଼ନ୍ତୁ:ସକାଳୁ ଖାଲି ପେଟରେ ସେବନ କରନ୍ତୁ ହଳଦୀ ପାଣି, ଜାଣନ୍ତୁ ଦୂର ହେବ କେଉଁ…

-ଖବରକାଗଜ ପଢ଼ିବା କିମ୍ବା ନ୍ଯୁଜ୍ ଚ୍ୟାନେଲ୍‌ ଲଗାଇ ଦେଖିବା ପୂର୍ବରୁ ପ୍ରଥମେ ନିଜ ମନ ପସନ୍ଦର କିଛି ଗୀତ ଶୁଣନ୍ତୁ। ଏପରି କରିବା ଦ୍ବାରା ଦିନଟି ମଧୁରମୟ ରହିବ। କାରଣ ସଂଗୀତରୁ ଆରମ୍ଭ ହୋଇଥିବା ଦିନ ଅନ୍ୟ ଦିନଠାରୁ ଭିନ୍ନ ହୋଇଥାଏ।

-.ଯେଉଁ କାର୍ଯ୍ଯ କଲେ ଆପଣଙ୍କ ମନ ଅଶାନ୍ତ ହୋଇଥାଏ। ତାହାକୁ ଭୁଲରେ ମଧ୍ୟ ସକାଳେ କରନ୍ତୁ ନାହିଁ।ଏହା ଦ୍ବାରା ଆପଣଙ୍କୁ ସାରା ଦିନ ଅଶାନ୍ତି ଅନୁଭବ ହୋଇଥାଏ।

-ସକାଳେ କିଛି ସମୟ ଯୋଗ , ବ୍ଯାୟାମ ଅଥବା କୌଣସି ପ୍ରକ୍୍ରୁତିକ ସ୍ଥାନରେ ବୁଲିବାକୁ ଯାଆନ୍ତୁ। ଏପରି କରିବା ଦ୍ବାରା ମନ ପ୍ରଫୁଲ୍ଲିତ ହୋଇଥାଏ। ବ୍ୟୟାମ କରିବା ଦ୍ୱାରା ହେଉଥିବା ରକ୍ତ ସଂଚାଳନ ଏବଂ ଶିରା ପ୍ରସାରଣ ସିଧା ସଳଖ ମନକୁ ପ୍ରଭାବିତ କରେ।

– ସକାଳ ଖାଇବା ହେଉଛି ଦିନ ଭିତରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ। ଏଣୁ ସକାଳ ସମୟରେ ସବୁବେଳେ ପେଟ ଭର୍ତ୍ତି ଖାଇବାକୁ ଚେଷ୍ଟା କରନ୍ତୁ। ଏହା ଆପଣଙ୍କୁ ବିଭିନ୍ନ ରୋଗରୁ ଦୂର କରିବା ସହ ଫିଟ ମଧ୍ୟ ରଖିଥାଏ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago