ଲାଇଫ୍ ଷ୍ଟାଇଲ୍

ବାର ଅନୁସାରେ କରନ୍ତୁ ନାହିଁ ଏହି ସବୁ ଖାଦ୍ୟର ସେବନ, ଭୋଗିବାକୁ ପଡିପାରେ ଗ୍ରହର ଅଶୁଭ ପରିଣାମ

ବାର, ତିଥି, ଗ୍ରହ ଓ ନକ୍ଷତ୍ର ଏହି ସବୁ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇ ଥାଏ । ତେଣୁ ଗ୍ରହକୁ ଅନୁକୂଳ ରଖିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ବହୁ ଉପାୟ ଦିଆଯାଇଛି । ମାନ୍ୟତା ରହିଛି ଯେ ସପ୍ତାହର ୭ ଦିନ କୌଣସି ନା କୌଣସି ଗ୍ରହ ସହ ସମ୍ପର୍କ ରହିଥାଏ ।

ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏମିତି କିଛି ଜିନିଷ ଯାହାକୁ ସପ୍ତାହର ୭ ଦିନ ମଧ୍ୟରୁ କୌଣସି ବି ଦିନରେ ଖାଇବାକୁ ବାରଣ ରହିଛି । ନଚେତ ଉକ୍ତ ଗ୍ରହ ଦୁର୍ବଳ ହୋଇ ଯାଇଥାନ୍ତି । ତେଣୁ ଆସନ୍ତୁ ଜାଣିବା ବାର ଅନୁସାରେ କେଉଁ ଜିନିଷ ସେବନ କରିବା ଅଶୁଭ ହୋଇଥାଏ ।

କେଉଁ ବାରରେ କ’ଣ ଖାଇବା ଉଚିତ ନୁହେଁ

ସୋମବାର

ସୋମବାରର ସମ୍ପର୍କ ଚନ୍ଦ୍ର ଗ୍ରହଙ୍କ ସହ ରହିଛି । ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ଚିନି ଖାଇବାକୁ ବାରଣ କରାଯାଇଛି ।

ମଙ୍ଗଳବାର

କୁଣ୍ଡଳୀରେ ମଙ୍ଗଳ ଗ୍ରହ ସାହସ, ପରାକ୍ରମ ଓ ଲିଡର ଭାବର କାରକ ମନାଯାଇଥାଏ । ତେଣୁ ମଙ୍ଗଳ ଗ୍ରହ ସ୍ଥିତି ମଜବୁତ ରଖିବା ପାଇଁ ମଙ୍ଗଳବାର ଘିଅ ସେବନ ଶୁଭ ହୋଇ ନଥାଏ ।

ବୁଧବାର

ବୁଧ ଗ୍ରହ ଜାତକର ବୁଦ୍ଧି,ବାଣୀ ଓ ଚାତୁର୍ଯ୍ୟର କାରକ ମନାଯାଇଥାଏ । ତେଣୁ ବୁଧ ଗ୍ରହଙ୍କୁ ପ୍ରବଳ ବନାଇ ରଖିବା ପାଇଁ ବୁଧବାର ଦିନ ସବୁଜ ପରିବା ଖାଆନ୍ତୁ ନାହିଁ । ଏହି ଦିନ ସବୁଜ ପରିବା ଦାନ କରିବା ଦ୍ୱାରା ସୁଖ ସମୃଦ୍ଧି ବଢ଼ିଥାଏ ।

ଗୁରୁବାର

ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ବୃହସ୍ପତି ଦେବଙ୍କୁ ସମର୍ପିତ । ଏହି ଦିନ କଦଳୀ ଦାନ କରିବା ଶୁଭ ହୋଇଥାଏ । ହେଲେ ନିଜେ କଦଳୀ ଓ ଦୁଧ ସେବନ କରିବା ଉଚିତ୍‌ ନୁହେଁ ।

ଶୁକ୍ରବାର

ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ତେଣୁ ଭଲ ସ୍ୱାସ୍ଥ୍ୟ ଓ ଶୁକ୍ର ଗ୍ରହଙ୍କୁ ମଜବୁତ କରିବା ପାଇଁ ଏହି ଦିନ ଖଟା ଜିନିଷ ଖାଇବା ଉଚିତ ନୁହେଁ ।

ଶନିବାର

ଶନିବାର ଦିନ ଶନି ଗ୍ରହଙ୍କ ଦୁର୍ଦ୍ଦଶାରୁ ରକ୍ଷା ପାଇବା ପାଇଁ ତେଲ ଦାନ କରିବା ଶୁଭ ମନାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନ ତେଲରେ ତିଆରି ଖାଦ୍ୟ ଖାଇବା କଥା ନୁହେଁ ।

ରବିବାର

ସୂର୍ଯ୍ୟ ଗ୍ରହଙ୍କୁ ବ୍ୟକ୍ତିର କୁଣ୍ଡଳୀରେ ସ୍ୱାସ୍ଥ୍ୟ, ଯଶ, ମାନ ସମ୍ମାନ କାରକ ମନାଯାଇଥାଏ । ତେଣୁ ସୂର୍ଯ୍ୟ ଗ୍ରହଙ୍କ ଦୋଷରୁ ମୁକ୍ତି ପାଇବା ପାଇଁ ରବିବାର ଲୁଣ ଖାଆନ୍ତୁ ନାହିଁ ।

Niharanjan

Recent Posts

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

4 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

16 mins ago

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

20 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

22 mins ago

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

1 hour ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

1 hour ago