ଲାଇଫ୍ ଷ୍ଟାଇଲ୍

ଥଣ୍ଡା ଏବଂ କାଶ ହେଲେ କେଉଁ ଫଳ ଖାଇବା ଉଚିତ ? ଏହି ୫ଟି ଫଳ ଖାଇବା ଦ୍ୱାରା ହୋଇଥାଏ ଇମ୍ୟୁନିଟି ବୁଷ୍ଟ

ଋତୁ ପରିବର୍ତ୍ତନ ହେବା ସହ ଲୋକମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ବଢିବାକୁ ଲାଗିଛି । ତେବେ ଲୋକମାନେ ବିଶେଷ ଭାବେ ଥଣ୍ଡା ଏବଂ କାଶ ଭଳି ସମସ୍ୟାର ସାମ୍ନା କରୁଛନ୍ତି । ଏପରି ପରିସ୍ଥିତିରେ ଫଳ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇପାରେ । ତେଣୁ କିଛି ଫଳ ଅଛି ଯାହା ଥଣ୍ଡା ଏବଂ କାଶକୁ କମ୍‌ କରିବାରେ ସହାୟକ ହୋଇଥାଏ । ବାସ୍ତବରେ ଯେତେବେଳେ ଆମେ ଭିଟାମିନ୍ C ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର କିଛି ଫଳ ଖାଇଥାଉ, ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଇନ୍‌ଫେକ୍ସନ୍‌କୁ କମ୍‌ କରିବାରେ ସାହାଯ୍ୟ କରିଥାଏ । ଏହା ଦ୍ୱାରା କଫ ଜମା ହୋଇଥିଲେ, ତାହା ଠିକ୍‌ ହେବାରେ ବହୁତ ସାହାଯ୍ୟକାରୀ ହୋଇଥାଏ । ତେଣୁ ଏହି ସବୁ କାରଣରୁ ଥଣ୍ଡା ଏବଂ କାଶ ସମୟରେ ଆପଣ ଏହି ଫଳଗୁଡିକ ଖାଇବା ଉଚିତ୍ । ତାହେଲେ ଆସନ୍ତୁ ସେହି ଫଳ ଗୁଡିକ ବିଷୟରେ ବିଶେଷ ଭାବେ ଜାଣିବା ।

ଅମୃତଭଣ୍ଡା :
ଅମୃତଭଣ୍ଡା ହେଉଛି ଏକ ଏପରି ଫଳ ଯେଉଁଥିରେ ଭିଟାମିନ୍ C ଭରପୂର ଥାଏ ଏହା ସହ ପପେନ୍ ନାମକ ଏକ ଏନଜାଇମ୍ ମଧ୍ୟ ରହିଥାଏ । ଏହା ହଜମ କରିବାରେ ସାହାଯ୍ୟ କରିଥାଏ ଏବଂ କଫ ହୋଇଥିଲେ ଠିକ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଅମୃତଭଣ୍ଡା ଥଣ୍ଡା ଲକ୍ଷଣରୁ ମୁକ୍ତି ଦେଇଥାଏ ଏବଂ ଏହି ସମସ୍ୟା ପାଇଁ ମଧ୍ୟ ଭଲ ହୋଇଥାଏ । ତେବେ ଅମୃତଭଣ୍ଡା ପ୍ରକୃତିରେ ଗରମ, ତେଣୁ ଆପଣ ଏହି ସମସ୍ୟାରେ ଅମୃତଭଣ୍ଡା ଖାଇପାରିବେ ।

ଡାଳିମ୍ବ :
ଡାଳିମ୍ବ ହେଉଛି ଏକ ଏପରି ଫଳ ଯାହାକି ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଥାଏ । ତେବେ ଡାଳିମ୍ବ ହେଉଛି ଏପରି ଫଳ ଯାହା କାଶରୁ ମୁକ୍ତି ଦେଇଥାଏ ଏବଂ ଗଳା ସମସ୍ୟାକୁ କମ୍‌ କରିଥାଏ । ଥଣ୍ଡା ଏବଂ କାଶ ହେଲେ ଆପଣ ଏହାର ରସ ପିଇପାରିବେ । କିନ୍ତୁ ମନେ ରଖିବେ ଯେ ଏହି ରସକୁ ଫ୍ରିଜ୍‌ରେ ରଖିବେ ନାହିଁ । ସେଥିପାଇଁ ଥଣ୍ଡା ଏବଂ କାଶ ସମୟରେ ଡାଳିମ୍ବ ଖାଇବା ଭଲ ହୋଇଥାଏ ।

ଆପଲ୍ :
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଦିନକୁ ଗୋଟିଏ ଆପଲ୍ ଖାଇବା ଦ୍ୱାରା ଥଣ୍ଡା ଏବଂ କାଶ ଭଳି ସମସ୍ୟାରୁ ମୁକ୍ତି ମିଳିପାରେ । ଆପଲରେ ଫାଇବର ଏବଂ ଭିଟାମିନ୍ C ର ଏକ ଭଲ ମିଶ୍ରଣ ରହିଥାଏ, ଯାହା ଏସିଡିଟିକୁ ବୃଦ୍ଧି ନକରି ପ୍ରତିରକ୍ଷା ପ୍ରଣାଳୀକୁ ସାହାଯ୍ୟ କରିଥାଏ । ତେଣୁ ଆପଣ ଥଣ୍ଡା ଏବଂ କାଶ ସମୟରେ ଆପଲ୍ ଖାଇପାରିବେ ।

ଜାମୁକୋଳି :
ବ୍ଲୁବେରି, ଷ୍ଟ୍ରବେରି ଏବଂ ଅନ୍ୟାନ୍ୟ ବିରିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଥାଏ । ଏହା ଅକ୍ସିଡେଟିଭ୍ ଚାପ ଏବଂ ଫୁଲା ସହ ମୁକାବିଲା କରିବାରେ ସାହାଯ୍ୟ କରିଥାଏ, ତେବେ ଏହା ଶରୀରରେ ହୋଇଥିବା ସଂକ୍ରମଣ ସହିତ ଲଢିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେଣୁ ଆପଣ ଥଣ୍ଡା ଓ କାଶ ସମୟରେ ଜାମୁକୋଳି ଖାଇପାରିବେ କିମ୍ବା ଏହାର ରସ ପିଇପାରିବେ ।

ସପୁରି :
ସପୁରିରେ ବ୍ରୋମେଲାଇନ୍ ଥାଏ, ଏହା ଏକ ଏନଜାଇମ୍ ଯାହା ଶ୍ୱାସକ୍ରିୟାରେ ସାହାଯ୍ୟ କରିଥାଏ, ଯାହା କାଶ ଏବଂ ଥଣ୍ଡା ସମୟରେ ବିଶେଷ ଉପଯୋଗୀ ହୋଇପାରେ । ସେଥିପାଇଁ ଥଣ୍ଡା ଏବଂ କାଶ ହୋଇଥିବା ବେଳେ ସପୁରି ଖାଇବା ବହୁତ ଭଲ ହୋଇଥାଏ । ତେଣୁ ଥଣ୍ଡା ଏବଂ କାଶ ସମୟରେ ଆପଣ ଏହି ଫଳଗୁଡ଼ିକୁ ଆରାମରେ ଖାଇବା ପାରିବେ । ଯାହା ଫଳରେ ଆପଣ ଏହି ସମସ୍ୟାରୁ ଆରାମ ପାଇ ପାରିବେ ଏବଂ ଶରୀରକୁ ବିଭିନ୍ନ ପ୍ରକାରର ଭିଟାମିନ୍‌ ମଧ୍ୟ ମିଳିପାରିବ । ସେଥିପାଇଁ ଆପଣମାନେ ନିଜ ପ୍ରତିଦିନ ଖାଦ୍ୟରେ ଏହି ସବୁ ଫଳ ସାମିଲ କରିପାରିବେ ।

KNews Bureau

Recent Posts

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

9 mins ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

51 mins ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

1 hour ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

2 hours ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

2 hours ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago