ଥଣ୍ଡା ଏବଂ କାଶ ହେଲେ କେଉଁ ଫଳ ଖାଇବା ଉଚିତ ? ଏହି ୫ଟି ଫଳ ଖାଇବା ଦ୍ୱାରା ହୋଇଥାଏ ଇମ୍ୟୁନିଟି ବୁଷ୍ଟ
ଏବେ ଲୋକମାନେ ବିଶେଷ ଭାବେ ଥଣ୍ଡା ଏବଂ କାଶ ଭଳି ସମସ୍ୟାର ସାମ୍ନା କରୁଛନ୍ତି । ଏପରି ପରିସ୍ଥିତିରେ ଫଳ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇପାରେ । ତେଣୁ କିଛି ଫଳ ଅଛି ଯାହା ଥଣ୍ଡା ଏବଂ କାଶକୁ କମ୍ କରିବାରେ ସହାୟକ ହୋଇଥାଏ । ବାସ୍ତବରେ ଯେତେବେଳେ ଆମେ ଭିଟାମିନ୍ C ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର କିଛି ଫଳ ଖାଇଥାଉ, ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଇନ୍ଫେକ୍ସନ୍କୁ କମ୍ କରିବାରେ ସାହାଯ୍ୟ କରିଥାଏ ।

ଋତୁ ପରିବର୍ତ୍ତନ ହେବା ସହ ଲୋକମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ବଢିବାକୁ ଲାଗିଛି । ତେବେ ଲୋକମାନେ ବିଶେଷ ଭାବେ ଥଣ୍ଡା ଏବଂ କାଶ ଭଳି ସମସ୍ୟାର ସାମ୍ନା କରୁଛନ୍ତି । ଏପରି ପରିସ୍ଥିତିରେ ଫଳ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇପାରେ । ତେଣୁ କିଛି ଫଳ ଅଛି ଯାହା ଥଣ୍ଡା ଏବଂ କାଶକୁ କମ୍ କରିବାରେ ସହାୟକ ହୋଇଥାଏ । ବାସ୍ତବରେ ଯେତେବେଳେ ଆମେ ଭିଟାମିନ୍ C ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର କିଛି ଫଳ ଖାଇଥାଉ, ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଇନ୍ଫେକ୍ସନ୍କୁ କମ୍ କରିବାରେ ସାହାଯ୍ୟ କରିଥାଏ । ଏହା ଦ୍ୱାରା କଫ ଜମା ହୋଇଥିଲେ, ତାହା ଠିକ୍ ହେବାରେ ବହୁତ ସାହାଯ୍ୟକାରୀ ହୋଇଥାଏ । ତେଣୁ ଏହି ସବୁ କାରଣରୁ ଥଣ୍ଡା ଏବଂ କାଶ ସମୟରେ ଆପଣ ଏହି ଫଳଗୁଡିକ ଖାଇବା ଉଚିତ୍ । ତାହେଲେ ଆସନ୍ତୁ ସେହି ଫଳ ଗୁଡିକ ବିଷୟରେ ବିଶେଷ ଭାବେ ଜାଣିବା ।
ଅମୃତଭଣ୍ଡା :
ଅମୃତଭଣ୍ଡା ହେଉଛି ଏକ ଏପରି ଫଳ ଯେଉଁଥିରେ ଭିଟାମିନ୍ C ଭରପୂର ଥାଏ ଏହା ସହ ପପେନ୍ ନାମକ ଏକ ଏନଜାଇମ୍ ମଧ୍ୟ ରହିଥାଏ । ଏହା ହଜମ କରିବାରେ ସାହାଯ୍ୟ କରିଥାଏ ଏବଂ କଫ ହୋଇଥିଲେ ଠିକ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଅମୃତଭଣ୍ଡା ଥଣ୍ଡା ଲକ୍ଷଣରୁ ମୁକ୍ତି ଦେଇଥାଏ ଏବଂ ଏହି ସମସ୍ୟା ପାଇଁ ମଧ୍ୟ ଭଲ ହୋଇଥାଏ । ତେବେ ଅମୃତଭଣ୍ଡା ପ୍ରକୃତିରେ ଗରମ, ତେଣୁ ଆପଣ ଏହି ସମସ୍ୟାରେ ଅମୃତଭଣ୍ଡା ଖାଇପାରିବେ ।
ଡାଳିମ୍ବ :
ଡାଳିମ୍ବ ହେଉଛି ଏକ ଏପରି ଫଳ ଯାହାକି ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଥାଏ । ତେବେ ଡାଳିମ୍ବ ହେଉଛି ଏପରି ଫଳ ଯାହା କାଶରୁ ମୁକ୍ତି ଦେଇଥାଏ ଏବଂ ଗଳା ସମସ୍ୟାକୁ କମ୍ କରିଥାଏ । ଥଣ୍ଡା ଏବଂ କାଶ ହେଲେ ଆପଣ ଏହାର ରସ ପିଇପାରିବେ । କିନ୍ତୁ ମନେ ରଖିବେ ଯେ ଏହି ରସକୁ ଫ୍ରିଜ୍ରେ ରଖିବେ ନାହିଁ । ସେଥିପାଇଁ ଥଣ୍ଡା ଏବଂ କାଶ ସମୟରେ ଡାଳିମ୍ବ ଖାଇବା ଭଲ ହୋଇଥାଏ ।
ଆପଲ୍ :
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଦିନକୁ ଗୋଟିଏ ଆପଲ୍ ଖାଇବା ଦ୍ୱାରା ଥଣ୍ଡା ଏବଂ କାଶ ଭଳି ସମସ୍ୟାରୁ ମୁକ୍ତି ମିଳିପାରେ । ଆପଲରେ ଫାଇବର ଏବଂ ଭିଟାମିନ୍ C ର ଏକ ଭଲ ମିଶ୍ରଣ ରହିଥାଏ, ଯାହା ଏସିଡିଟିକୁ ବୃଦ୍ଧି ନକରି ପ୍ରତିରକ୍ଷା ପ୍ରଣାଳୀକୁ ସାହାଯ୍ୟ କରିଥାଏ । ତେଣୁ ଆପଣ ଥଣ୍ଡା ଏବଂ କାଶ ସମୟରେ ଆପଲ୍ ଖାଇପାରିବେ ।
ଜାମୁକୋଳି :
ବ୍ଲୁବେରି, ଷ୍ଟ୍ରବେରି ଏବଂ ଅନ୍ୟାନ୍ୟ ବିରିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଥାଏ । ଏହା ଅକ୍ସିଡେଟିଭ୍ ଚାପ ଏବଂ ଫୁଲା ସହ ମୁକାବିଲା କରିବାରେ ସାହାଯ୍ୟ କରିଥାଏ, ତେବେ ଏହା ଶରୀରରେ ହୋଇଥିବା ସଂକ୍ରମଣ ସହିତ ଲଢିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେଣୁ ଆପଣ ଥଣ୍ଡା ଓ କାଶ ସମୟରେ ଜାମୁକୋଳି ଖାଇପାରିବେ କିମ୍ବା ଏହାର ରସ ପିଇପାରିବେ ।
ସପୁରି :
ସପୁରିରେ ବ୍ରୋମେଲାଇନ୍ ଥାଏ, ଏହା ଏକ ଏନଜାଇମ୍ ଯାହା ଶ୍ୱାସକ୍ରିୟାରେ ସାହାଯ୍ୟ କରିଥାଏ, ଯାହା କାଶ ଏବଂ ଥଣ୍ଡା ସମୟରେ ବିଶେଷ ଉପଯୋଗୀ ହୋଇପାରେ । ସେଥିପାଇଁ ଥଣ୍ଡା ଏବଂ କାଶ ହୋଇଥିବା ବେଳେ ସପୁରି ଖାଇବା ବହୁତ ଭଲ ହୋଇଥାଏ । ତେଣୁ ଥଣ୍ଡା ଏବଂ କାଶ ସମୟରେ ଆପଣ ଏହି ଫଳଗୁଡ଼ିକୁ ଆରାମରେ ଖାଇବା ପାରିବେ । ଯାହା ଫଳରେ ଆପଣ ଏହି ସମସ୍ୟାରୁ ଆରାମ ପାଇ ପାରିବେ ଏବଂ ଶରୀରକୁ ବିଭିନ୍ନ ପ୍ରକାରର ଭିଟାମିନ୍ ମଧ୍ୟ ମିଳିପାରିବ । ସେଥିପାଇଁ ଆପଣମାନେ ନିଜ ପ୍ରତିଦିନ ଖାଦ୍ୟରେ ଏହି ସବୁ ଫଳ ସାମିଲ କରିପାରିବେ ।