ଦେଶ ବିଦେଶ

ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲାର ସରକାରୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୦ ନବଜାତ ଶିଶୁଙ୍କ ଚାଲିଗଲା ଜୀବନ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଭୟାବହ ଅଗ୍ନିକାଣ୍ଡ । ଭଣ୍ଡାରା ଜିଲ୍ଲାର ସରକାରୀ ହସ୍ପିଟାଲରେ ଘଟିଛି ଏହି ଅଗ୍ନିକାଣ୍ଡ । ନିଆଁ ଲାଗିଯିବାରୁ ୧୦ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଅନ୍ଯ ୭ ଜଣ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା ହସ୍ପିଟାଲର ନବଜାତ ଶିଶୁ ଓ୍ଵାର୍ଡରେ ।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଏହି ଓ୍ଵାର୍ଡରୁ ଧୁଆଁ ବାହାରୁଥିବା ଡ୍ୟୁଟିରେ ଜଣେ ନର୍ସ ଦେଖିବାକୁ ପାଇଥିଲେ । ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏନେଇ ତୁରନ୍ତ ସୂଚନା ଦେଇଥିଲେ । ପରେ ଅଗ୍ନଶମ ବାହିନୀର କର୍ମଚାରୀ ଓ ହସ୍ପିଟାଲରେ ଥିବା ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଫଳରେ ୭ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିଲା ।

ତେବେ ଅଗ୍ନାକାଣ୍ଡ ଘଟିଥିବା ନ୍ୟୁବର୍ଣ୍ଣ କେୟାର ୟୁନିଟ୍‌ର ଏହି ଓ୍ଵାର୍ଡରେ ପାଖାପାଖି ୧୭ ଜଣ ଶିଶୁ ଥିଲେ । ଘଟଣା ପରେ ହସ୍ପିଟାଲ ପରିସରରେ ପ୍ରବଳ ଲୋକଙ୍କ ଭିଡ ଜମିଥିଲା । ସଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିବାବେଳେ ପ୍ରକ୍ରୁତ ସତ୍ଯାସତ୍ଯ ଜାଣିବା ପାଇଁ ତଦନ୍ତ କରିବାକୁ ଦାବି ହୋଇଛି ।

ଅନ୍ଯପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୋକସନ୍ତପ୍ତ ପରିବାରକୁ ସମବେଦନ ଜଣାଇବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏ ଘୋଷଣା କରିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର।

Sonalisa

Recent Posts

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

30 mins ago

ଶ୍ରୀମନ୍ଦିରରେ ଲାଗିଲା ଫୋକସ୍‌ ଲାଇଟ୍‌, ଆଲୋକମାଳାରେ ଝଲସିଲା ଶ୍ରୀମନ୍ଦିର

ପୁରୀ: ପୁଣି ଫୋକସ୍‌ ଲାଇଟ୍‌ ରେ ଝଟକିବ ଶ୍ରୀମନ୍ଦିର । ଆଲୁଅରେ ଝଲସି ଉଠିବ ବଡ଼ ଦେଉଳ । ଆଲୋକମାଳାରେ…

42 mins ago

୬ ଜଣ ଛାତ୍ରଛାତ୍ରୀ ମନ୍ଦିର ବୁଲିବାକୁ ଯାଇଥିଲେ ହେଲେ ଘଟିଗଲା ବଡ଼ ଅଘଟଣ

ରାଉରକେଲା: କେଡ଼େ ଖୁସିରେ ବେଦବ୍ୟାସ ମନ୍ଦିର ବୁଲି ଯାଇଥିଲେ ୬ ଜଣ ବନ୍ଧୁ। ମନ୍ଦିର ବୁଲୁ ବୁଲୁ ଅସହ୍ୟ ତାତିରେ…

2 hours ago

ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (କେନ୍ୟୁଜ୍‌) : ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓ ଆଉ ନାହାନ୍ତି।…

2 hours ago

କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ରେସରେ ଅଛନ୍ତି ଧର୍ମେନ୍ଦ୍ର ଓ ମନମୋହନ

ଭୁବନେଶ୍ୱର :  କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ…

3 hours ago

ଟ୍ରେନରେ ଚଢ଼ିଯାଇଛନ୍ତି କିନ୍ତୁ ଟିକେଟ ହଜିଯାଇଛି ତ କଣ କରିବେ ଜାଣନ୍ତୁ, ନଚେତ ହେବେ ହଇରାଣ

ଟିକେଟ ହଜିଯାଇଥିଲେ କିମ୍ବା ଚିରାଫଟା ହୋଇଯାଇଥିଲେ ତଥାପି ବି ଆପଣ ଟ୍ରେନରେ ଯାତ୍ରା କରିପାରିବେ । ଏମିତି ଅନେକ ଲୋକଙ୍କ…

3 hours ago