ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲାର ସରକାରୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୦ ନବଜାତ ଶିଶୁଙ୍କ ଚାଲିଗଲା ଜୀବନ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଭୟାବହ ଅଗ୍ନିକାଣ୍ଡ । ଭଣ୍ଡାରା ଜିଲ୍ଲାର ସରକାରୀ ହସ୍ପିଟାଲରେ ଘଟିଛି ଏହି ଅଗ୍ନିକାଣ୍ଡ । ନିଆଁ ଲାଗିଯିବାରୁ ୧୦ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଅନ୍ଯ ୭ ଜଣ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା ହସ୍ପିଟାଲର ନବଜାତ ଶିଶୁ ଓ୍ଵାର୍ଡରେ ।

childସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଏହି ଓ୍ଵାର୍ଡରୁ ଧୁଆଁ ବାହାରୁଥିବା ଡ୍ୟୁଟିରେ ଜଣେ ନର୍ସ ଦେଖିବାକୁ ପାଇଥିଲେ । ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏନେଇ ତୁରନ୍ତ ସୂଚନା ଦେଇଥିଲେ । ପରେ ଅଗ୍ନଶମ ବାହିନୀର କର୍ମଚାରୀ ଓ ହସ୍ପିଟାଲରେ ଥିବା ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଫଳରେ ୭ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିଲା ।

fireତେବେ ଅଗ୍ନାକାଣ୍ଡ ଘଟିଥିବା ନ୍ୟୁବର୍ଣ୍ଣ କେୟାର ୟୁନିଟ୍‌ର ଏହି ଓ୍ଵାର୍ଡରେ ପାଖାପାଖି ୧୭ ଜଣ ଶିଶୁ ଥିଲେ । ଘଟଣା ପରେ ହସ୍ପିଟାଲ ପରିସରରେ ପ୍ରବଳ ଲୋକଙ୍କ ଭିଡ ଜମିଥିଲା । ସଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିବାବେଳେ ପ୍ରକ୍ରୁତ ସତ୍ଯାସତ୍ଯ ଜାଣିବା ପାଇଁ ତଦନ୍ତ କରିବାକୁ ଦାବି ହୋଇଛି ।

pmଅନ୍ଯପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୋକସନ୍ତପ୍ତ ପରିବାରକୁ ସମବେଦନ ଜଣାଇବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏ ଘୋଷଣା କରିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.