ଆଠଗଡ: ରାଧାକୃଷ୍ଣପୁର ପଞ୍ଚାୟତର ଖଣ୍ଡୁଆଳି ଗାଁକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ୧୬ ଜଣ ପଜିଟିଭ ଚିହ୍ନଟ ପରେ ପଦକ୍ଷପ
ଆଠଗଡ: ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍ । ଆଠଗଡ ବ୍ଲକ ରାଧାକୃଷ୍ଣପୁର ପଞ୍ଚାୟତର ଖଣ୍ଡୁଆଳି ଗାଁରେ କରୋନା ଟେଷ୍ଟିଂ ହୋଇଥିଲା । ୧୬ ଜଣଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।
ଗାଁକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ପଜିଟିଭ ଚିହ୍ନଟ ହୋଇଥିବା ୧୬ ଜଣ ହୋମ୍ ଆଇସୋଲେସନରେ ଅଛନ୍ତି । ଗାଁରେ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ଟେଷ୍ଟିଂକୁ ବଢାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।