ଦେଶ ବିଦେଶ

ବାଂଲାଦେଶ : ପୋଖରୀକୁ ବସ୍‌ ଖସି ୧୭ ମୃତ, ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଥିବାରୁ ଏଭଳି ଦୁର୍ଘଟଣା

ବାଂଲାଦେଶରେ ବସ୍‌ଟି ପୋଖରୀକୁ ଖସିପଡିଥିବାରୁ ୧୭ ମୃତ ଏବଂ ୩୫ ଜଣ ଆହତ ହୋଇଛନ୍ତି । ବାଂଲାଦେଶର ଝାଲାକାଥି ସଦର ଉପଜିଲ୍ଲାର ଛତ୍ରକଣ୍ଡ ଅଞ୍ଚଳରେ ବସଟି ପୋଖରୀକୁ ଖସିପଡିଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ପିଲା ରହିଥିବା ଜଣାପଡିଛି । ଆହତଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । ବସ୍‌ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଉଥିବାରୁ ଏଭଳି ଦୁର୍ଘଟଣା ହୋଇଛି ବୋଲି କୁହାଯାଉଛି ।

ଖବର ମୁତାବକ, ବାଂଲାଦେଶ ବଶରରେ ସ୍ମୃତି ପରିବହନ ନାମକ ବସ୍‌ର ଯାତ୍ରୀ କ୍ଷମତା ୫୨ ରହିଥିବା ବେଳେ ୬୦ ଯାତ୍ରୀଙ୍କୁ ନେଇ ବସଟି ଯାଉଥିଲା । ବସ୍‌ଟି ପିରୋଜପୁରର ଭଣ୍ଡାରିଆରୁ ବାହାରି ଯାଉଥିବା ବେଳେ ଛତ୍ରକଣ୍ଡ ନିକଟ ରାସ୍ତା କଡରେ ଥିବା ଏକ ପୋଖରୀକୁ ଖସିପଡିଥିଲା ବସ୍‌ । ବସ୍‌ଟି ଦରକାର ଠାରୁ ଅଧିକ ଭିଡ ଥିବାରୁ ଲୋକେ ପରସ୍ପର ଉପରେ ପଡିଯାଇଥିଲେ । ତେଣୁ ପୋଖରୀ ଭିତରେ ଶ୍ୱାସରୁଦ୍ଧ ହୋଇ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି । ଆଉ ଅନ୍ୟ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।

ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଲୋକମାନଙ୍କୁ ବସ୍‌ରୁ ଉଦ୍ଧାର କରିଥିଲେ । ପରେ ପ୍ରଶାସନ ଏବଂ ପୋଲିସ ଆସି ଉଦ୍ଧାର କରିଥିଲା । ତେବେ ସୁରକ୍ଷିତ ରହିଥିବା ଯାତ୍ରୀ ବସ୍‌ ଡ୍ରାଇଭରଙ୍କ ଦାୟିତ୍ୱହୀନତା ପାଇଁ ଏଭଳି ଦୁର୍ଘଟଣା ହୋଇଛି ବୋଲି କହିଛନ୍ତି ।

Swagatika

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

31 mins ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

53 mins ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

1 hour ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago