ବାଂଲାଦେଶ : ପୋଖରୀକୁ ବସ୍‌ ଖସି ୧୭ ମୃତ, ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଥିବାରୁ ଏଭଳି ଦୁର୍ଘଟଣା

କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇଯାଉଥିବା ବସ୍‌ ପୋଖରୀକୁ ଖସି ୧୭ ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ୩ ଜଣ ପିଲା ରହିଛନ୍ତି । ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବାଂଲାଦେଶରେ ଏଭଳି ଦୁର୍ଘଟଣା ଘଟିଛି ।

ବାଂଲାଦେଶରେ ବସ୍‌ଟି ପୋଖରୀକୁ ଖସିପଡିଥିବାରୁ ୧୭ ମୃତ ଏବଂ ୩୫ ଜଣ ଆହତ ହୋଇଛନ୍ତି । ବାଂଲାଦେଶର ଝାଲାକାଥି ସଦର ଉପଜିଲ୍ଲାର ଛତ୍ରକଣ୍ଡ ଅଞ୍ଚଳରେ ବସଟି ପୋଖରୀକୁ ଖସିପଡିଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ପିଲା ରହିଥିବା ଜଣାପଡିଛି । ଆହତଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । ବସ୍‌ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଉଥିବାରୁ ଏଭଳି ଦୁର୍ଘଟଣା ହୋଇଛି ବୋଲି କୁହାଯାଉଛି ।

ଖବର ମୁତାବକ, ବାଂଲାଦେଶ ବଶରରେ ସ୍ମୃତି ପରିବହନ ନାମକ ବସ୍‌ର ଯାତ୍ରୀ କ୍ଷମତା ୫୨ ରହିଥିବା ବେଳେ ୬୦ ଯାତ୍ରୀଙ୍କୁ ନେଇ ବସଟି ଯାଉଥିଲା । ବସ୍‌ଟି ପିରୋଜପୁରର ଭଣ୍ଡାରିଆରୁ ବାହାରି ଯାଉଥିବା ବେଳେ ଛତ୍ରକଣ୍ଡ ନିକଟ ରାସ୍ତା କଡରେ ଥିବା ଏକ ପୋଖରୀକୁ ଖସିପଡିଥିଲା ବସ୍‌ । ବସ୍‌ଟି ଦରକାର ଠାରୁ ଅଧିକ ଭିଡ ଥିବାରୁ ଲୋକେ ପରସ୍ପର ଉପରେ ପଡିଯାଇଥିଲେ । ତେଣୁ ପୋଖରୀ ଭିତରେ ଶ୍ୱାସରୁଦ୍ଧ ହୋଇ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି । ଆଉ ଅନ୍ୟ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।

ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଲୋକମାନଙ୍କୁ ବସ୍‌ରୁ ଉଦ୍ଧାର କରିଥିଲେ । ପରେ ପ୍ରଶାସନ ଏବଂ ପୋଲିସ ଆସି ଉଦ୍ଧାର କରିଥିଲା । ତେବେ ସୁରକ୍ଷିତ ରହିଥିବା ଯାତ୍ରୀ ବସ୍‌ ଡ୍ରାଇଭରଙ୍କ ଦାୟିତ୍ୱହୀନତା ପାଇଁ ଏଭଳି ଦୁର୍ଘଟଣା ହୋଇଛି ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.