ଦୁର୍ବୁତ୍ତଙ୍କ ଆକ୍ରମଣରେ ଏହି ବ୍ୟକ୍ତିଙ୍କ ଶରୀରରେ ବାଜିଲା ୧୮ଟି ଗୁଳି, ସାତ ଘଣ୍ଟାର ଅପରେସନ୍ ପରେ ଡାକ୍ତର ଦେଲେ ନୂଆ ଜୀବନ

କଥାରେ ଅଛି କି ଡାକ୍ତର ଭଗବାନଙ୍କ ଅନ୍ୟ ରୂପ ହୋଇଥାନ୍ତି । ବହୁ ସମୟରେ ଆମକୁ ଏହାର ଉଦାହରଣ ଦେଖିବାକୁ ମିଳିଥାଏ । ଏମିତି ଏକ ଚମତ୍କାର ଦେଖାଇଛନ୍ତି ବିହାରର ଜଣେ ଡାକ୍ତର । ସେ ଜଣେ ବ୍ୟକ୍ତିଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ବାଜିଥିବା ୧୮ଟି ଗୁଳିକୁ ବାହାର କରିବାରେ ସଫଳ ହୋଇଛନ୍ତି ।  ଦୀର୍ଘ ସମୟ ଧରି ଅପରେସନ୍ କରିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ବ୍ୟକ୍ତି ଜଣଙ୍କ ନାମ ପଙ୍କଜ ସିଂହ । ପୋଲିସ୍ କହିବା ମୁତାବକ ଶନିବାର ରାତିରେ ସିତାମରୀର ରାଜପୁର ଗାଁର ସୁପ୍ପା ପୋଲିସ୍ ଷ୍ଟେସନ୍ ନିକଟରେ କିଛି ଅଜ୍ଞାତ ଆତତାୟୀ ପଙ୍କଜ ନାମକ ଜଣେ ବ୍ଯକ୍ତିଙ୍କୁ ଗୁଳି ମାରିଥିଲେ ।

ଆକ୍ରମଣକାରୀମାନେ ଗୁଳି କରି କୌଣସି ପ୍ରକାରରେ ସେଠାକୁ ଖସିଯିବାରେ ସଫଳ ହୋଇଥିଲେ । ତେବେ ଆଖ ପାଖରେ ଯାଉଥିବା ଲୋକମାନେ ପଙ୍କଜଙ୍କୁ ସେଠାରୁ ଉଦ୍ଧାର କରି ପାଖରେ ଥିବା ଏକ କ୍ଳିନିକକୁ ନେଇଯାଇଥିଲେ । ଡାକ୍ତର ବରୁଣ କୁମାର କହିଛନ୍ତି କି, ଯେତେବେଳେ ପଙ୍କଜଙ୍କୁ ନର୍ସିଙ୍ଗ ହୋମରେ ଅଣାଯାଇଥିଲା ସେତେବେଳେ ତାଙ୍କର ଛାତି,ହାତ,ପେଟ,ଲିଭର,କିଡନୀ,ସ୍ପେଲିନ୍ ରେ ଗୁଳି ଲାଗିଥିଲା । ତାଙ୍କର ନିଶ୍ବାସ ଧିରେ ଧିରେ ଥମିବା ସହିତ ବ୍ଳଡ୍ ପ୍ରେସର କମିବାରେ ଲାଗିଥିଲା । ଶରୀରରୁ ରକ୍ତ ବୋହିବା ବନ୍ଦ ହେଉନଥିଲା ।

ତେବେ ସୂଚନା ଅନୁଯାୟୀ ପଙ୍କଜ ନିକଟରେ ଲୋକସଭା ନିର୍ବାଚନରେ ଜନତା ଦଳ (ୟୁନାଇଟେଡ୍)ପକ୍ଷରୁ ଟିକେଟ୍ ଦେବା ପାଇଁ ମନୋନୀତ ହୋଇଥିଲେ କିନ୍ତୁ  କୌଣସି ପ୍ରକାରର ପ୍ରସ୍ତୁତି ନକରିବା କାରଣକୁ ସେ ନିଜର ନାମାଙ୍କନ ଫେରାଇ ନେଇଥିଲେ । ଅନ୍ୟପଟେ ସୀତାମରୀ ପୋଲିସ୍ ଅଧୀକ୍ଷକ ଅନୀଲ୍ କୁମାର ଏନେଇ ମାମଲା ରୁଜୁ କରିଛନ୍ତି ।

Sonalisa

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

3 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

4 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

5 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

7 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

8 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

8 hours ago