Below header

ଦୁର୍ବୁତ୍ତଙ୍କ ଆକ୍ରମଣରେ ଏହି ବ୍ୟକ୍ତିଙ୍କ ଶରୀରରେ ବାଜିଲା ୧୮ଟି ଗୁଳି, ସାତ ଘଣ୍ଟାର ଅପରେସନ୍ ପରେ ଡାକ୍ତର ଦେଲେ ନୂଆ ଜୀବନ

କଥାରେ ଅଛି କି ଡାକ୍ତର ଭଗବାନଙ୍କ ଅନ୍ୟ ରୂପ ହୋଇଥାନ୍ତି । ବହୁ ସମୟରେ ଆମକୁ ଏହାର ଉଦାହରଣ ଦେଖିବାକୁ ମିଳିଥାଏ । ଏମିତି ଏକ ଚମତ୍କାର ଦେଖାଇଛନ୍ତି ବିହାରର ଜଣେ ଡାକ୍ତର । ସେ ଜଣେ ବ୍ୟକ୍ତିଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ବାଜିଥିବା ୧୮ଟି ଗୁଳିକୁ ବାହାର କରିବାରେ ସଫଳ ହୋଇଛନ୍ତି ।  ଦୀର୍ଘ ସମୟ ଧରି ଅପରେସନ୍ କରିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ବ୍ୟକ୍ତି ଜଣଙ୍କ ନାମ ପଙ୍କଜ ସିଂହ । ପୋଲିସ୍ କହିବା ମୁତାବକ ଶନିବାର ରାତିରେ ସିତାମରୀର ରାଜପୁର ଗାଁର ସୁପ୍ପା ପୋଲିସ୍ ଷ୍ଟେସନ୍ ନିକଟରେ କିଛି ଅଜ୍ଞାତ ଆତତାୟୀ ପଙ୍କଜ ନାମକ ଜଣେ ବ୍ଯକ୍ତିଙ୍କୁ ଗୁଳି ମାରିଥିଲେ ।

doctorଆକ୍ରମଣକାରୀମାନେ ଗୁଳି କରି କୌଣସି ପ୍ରକାରରେ ସେଠାକୁ ଖସିଯିବାରେ ସଫଳ ହୋଇଥିଲେ । ତେବେ ଆଖ ପାଖରେ ଯାଉଥିବା ଲୋକମାନେ ପଙ୍କଜଙ୍କୁ ସେଠାରୁ ଉଦ୍ଧାର କରି ପାଖରେ ଥିବା ଏକ କ୍ଳିନିକକୁ ନେଇଯାଇଥିଲେ । ଡାକ୍ତର ବରୁଣ କୁମାର କହିଛନ୍ତି କି, ଯେତେବେଳେ ପଙ୍କଜଙ୍କୁ ନର୍ସିଙ୍ଗ ହୋମରେ ଅଣାଯାଇଥିଲା ସେତେବେଳେ ତାଙ୍କର ଛାତି,ହାତ,ପେଟ,ଲିଭର,କିଡନୀ,ସ୍ପେଲିନ୍ ରେ ଗୁଳି ଲାଗିଥିଲା । ତାଙ୍କର ନିଶ୍ବାସ ଧିରେ ଧିରେ ଥମିବା ସହିତ ବ୍ଳଡ୍ ପ୍ରେସର କମିବାରେ ଲାଗିଥିଲା । ଶରୀରରୁ ରକ୍ତ ବୋହିବା ବନ୍ଦ ହେଉନଥିଲା ।

doctor1ତେବେ ସୂଚନା ଅନୁଯାୟୀ ପଙ୍କଜ ନିକଟରେ ଲୋକସଭା ନିର୍ବାଚନରେ ଜନତା ଦଳ (ୟୁନାଇଟେଡ୍)ପକ୍ଷରୁ ଟିକେଟ୍ ଦେବା ପାଇଁ ମନୋନୀତ ହୋଇଥିଲେ କିନ୍ତୁ  କୌଣସି ପ୍ରକାରର ପ୍ରସ୍ତୁତି ନକରିବା କାରଣକୁ ସେ ନିଜର ନାମାଙ୍କନ ଫେରାଇ ନେଇଥିଲେ । ଅନ୍ୟପଟେ ସୀତାମରୀ ପୋଲିସ୍ ଅଧୀକ୍ଷକ ଅନୀଲ୍ କୁମାର ଏନେଇ ମାମଲା ରୁଜୁ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.