ଭାରତ- ଅଷ୍ଟ୍ରେଲିଆ ମ୍ୟାଚ୍ ଦେଖିଯାଇଥିଲେ ବିଜୟ ମାଲ୍ୟା, ଲୋକ ଡାକିଲେ ‘ଚୋର ଚୋର’ ତ ଏପରି ଦେଲେ ପ୍ରତିକ୍ରିୟା

ଲଣ୍ଡନ : ଭାରତରୁ ପଳାୟତ ହୋଇଥିବା କିଙ୍ଗଫିସର ମାଲିକ ବିଜୟ ମାଲ୍ୟା ରବିବାର ଦିନ ଭାରତ-ଅଷ୍ଟେଲିଆ ମ୍ୟାଚ ଦେଖିବା ପାଇଁ ଓଭାଲ ଗ୍ରାଉଣ୍ଡରେ ପହଞ୍ଚିଥିଲେ। ମ୍ୟାଚ୍ ଶେଷ ହେବା ପରେ ଯେମିତି ସେ ଷ୍ଟାଡିୟମ୍ ବାହାରକୁ ଆସିଥିଲେ ତାଙ୍କୁ ଲୋକ ଘେରି ଯିବା ସହ ଚୋର ଚୋର ନାରା ଲଗାଇଥିଲେ। ଏହି ସମୟରେ ମାଲ୍ୟାଙ୍କ ମା ଲଲିତା ମଧ୍ୟ ତାଙ୍କ ସାଥିରେ ନଜର ଆସିଥିଲେ। ସେଠାରେ ଜମା ହୋଇଥିବା ଲୋକମାନେ ବ୍ୟାଙ୍କର ଟଙ୍କା ଫେରାଇବା ପାଇଁ ମଧ୍ୟ କହିଥିଲେ। ଯାହାର ପ୍ରତିକ୍ରିୟାରେ “ମୁଁ କେବଳ ମ୍ୟାଚ ଦେଖିବାକୁ ଆସିଛି। ଏବଂ ଏହା ସୁନିଶ୍ଚିତ କରିବାକୁ ଚାହୁଛି କି ଏଠାରେ ମାଙ୍କୁ କୌଣସି ଆଘାତ ନପହଁଞ୍ଚୁ” ବୋଲି କହିଥିଲେ ମାଲ୍ୟା।

malya

ଆପଣଙ୍କୁ ଜଣାଇବାକୁ ଚାହିଁବୁ ମାଲ୍ୟା ଗତ ବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ଭାରତ-ଇଂଲଣ୍ଡ ମଧ୍ୟରେ ହେଉଥିବା ଟେଷ୍ଟ ମ୍ୟାଚ ଦେଖିବା ପାଇଁ ଓଭାଲ ଷ୍ଟାଡିୟମରେ ପହଞ୍ଚିଥିଲେ। ସେହି ସମୟରେ ମଧ୍ୟ ଭାରତର କିଛି ସମର୍ଥକ ତାଙ୍କୁ ଦେଖି ଚୋର ଚୋର ନାରା ଲଗାଇଥିଲେ। ଏପରିକି ସେ ଭାରତୀୟ କ୍ରିକେଟ ଦଳକୁ ସାକ୍ଷାତ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ କିନ୍ତୁ ଭାରତ ସରକାର ଏହାର ମଞ୍ଜୁରୀ ପ୍ରଦାନ କରିନଥିଲେ। ୨୦୧୭ର ଚାମ୍ପୟନ୍ସ ଟ୍ରଫି ସମୟରେ ମଧ୍ୟ ମାଲ୍ୟା ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମ ପହଞ୍ଚିଥିଲା।

କାହିଁକି ବିଜୟ ମାଲ୍ୟା ଘୋଷଣା ହେଲେ ଅପରାଧି

କିଙ୍ଗଫିସରର ମାଲିକ ବିଜୟ ମାଲ୍ୟାଙ୍କ ଉପରେ ଭାରତୀୟ ବ୍ୟାଙ୍କରୁ ୯ହଜାର କୋଟି ଟଙ୍କା ଉଧାର ନେଇଥିବା ଅଭିଯୋଗ ହୋଇଛି। ତାଙ୍କର କିଙ୍ଗଫିସର ଏୟାରଲାଇନ୍ସ କମ୍ପାନୀ ନାମରେ ଏହି ଲୋନ ନିଆଯାଇଥିଲା। ମୁମ୍ବାଇର ବିଶେଷ ଅଦାଲତ ତାଙ୍କୁ ପଳାୟତ ଘୋଷଣା କରିସାରିଛି। ପ୍ରର୍ବତନ ନିର୍ଦ୍ଦେଶାଳୟ ଦେଶ ବିଦେଶରେ ଥିବା ତାଙ୍କ ସମସ୍ତ ସମ୍ପତ୍ତିକୁ ଜବତ(ସିଜ୍) କରିଛି। ଏବେ ଲଣ୍ଡନ କୋର୍ଟରେ ତାଙ୍କର ଏକ ମାମଲା ମଧ୍ୟ ଚାଲୁ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.