Below header

କଠୁଆ ଗ୍ୟାଙ୍ଗରେପ୍ ଓ ହତ୍ୟା ମାମଲା : ୭ ଅଭିଯୁକ୍ତଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ ସାଜି ରାମ ସମେତ ୬ ଦୋଷୀ, ଜଣେ ନିର୍ଦ୍ଦୋଶରେ ଖଲାସ

ବହୁଚର୍ଚ୍ଚିତ କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କ ବିରୋଧରେ କିଛି ସମୟ ପରେ ହେବ ଦଣ୍ଡ ଘୋଷଣା । ପଠାନକୋଟ କୋର୍ଟ ଦଣ୍ଡବିଧାନ କରିବେ । ଏହି ମାମଲାରେ ୭ ଅଭିଯୁକ୍ତଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ ସାଞ୍ଜି ରାମ ସମେତ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପଠାନ୍‌କୋଟ୍‌ କୋର୍ଟ । ଅନ୍ୟ ଜଣେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଗାଁ ମୁଖିଆ ସାଞ୍ଜି ରାମ, ସ୍ପେଶାଲ ପୋଲିସ ଅଫିସର ଦୀପକ ଖଜୁରଆ, ପରବେଶ, ପୋଲିସ ଅଧିକାରୀ ସୁରେନ୍ଦ୍ର କୁମାର, ଏଏସଆଇ ତିଲକ ରାଜ ଓ ଆନନ୍ଦ ଦତ୍ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ସାଞ୍ଜି ରାମଙ୍କ ପୁଅ ବିଶାଲକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ତେବେ ଦୋଷୀଙ୍କ ପ୍ରତି ଦଣ୍ଡ ଘୋଷଣା କରାଯାଇନାହିଁ । ଦିନ ୨ଟାରେ ଦଣ୍ଡ ଶୁଣାଣି କରାଯିବ । ଆଜୀବନ କାରାଦଣ୍ଡ କିମ୍ବା ଫାଶୀ ଦଣ୍ଡ ଶୁଣାଇ ପାରନ୍ତି କୋର୍ଟ । ପୋଲିସର ଚାର୍ଜସିଟ୍‌ ଅନୁସାରେ ୨୦୧୮ ଜାନୁଆରୀ ୧୦ ତାରିଖରେ ଜାମ୍ମୁ ଓ କାଶ୍ମୀର କଠୁଆ ଅଞ୍ଚଳରେ ଜଣେ ୮ ବର୍ଷର ଝିଅକୁ ଅପହରଣ କରି ଏକ ମନ୍ଦିରରେ ରଖାଯାଇଥିଲା । ଗଣଦୁଷ୍କର୍ମ କରିବା ପରେ ତାକୁ ହତ୍ୟା କରିଥିଲେ ଦୁର୍ବୃତ୍ତ ।

ହତ୍ୟାର ୩ ଦିନ ପରେ ଜାନୁଆରୀ ୧୭ ତାରିଖରେ ନାବାଳିକାର ମୃତ ଦେହ ଉଦ୍ଧାର ହୋଇଥିଲା। ଏହି ମାମଲାରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିଲା । ସେଭିତରୁ ଜଣେ ଅଭିଯୁକ୍ତ ନାବାଳକ ଥିବାରୁ, ତା ବିରୋଧରେ କୌଣସି ଶୁଣାଣି ହୋଇନାହିଁ । ଆଜି ଶୁଣାଣି ପାଇଁ ଗୁରୁଦାସପୁର ଜେଲରୁ ଅଭିଯୁକ୍ତମାନଙ୍କୁ କଡ଼ା ପୋଲିସ ସୁରକ୍ଷା ଭିତରେ ପଠାନକୋଟ କୋର୍ଟକୁ ଅଣାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.