ମାତ୍ର ସାଢେ ଚାରିବର୍ଷର କାର୍ଯ୍ୟକାଳ ! ବିଦେଶ ଗସ୍ତରେ ମୋଦି ଖର୍ଚ୍ଚ କରିସାରିଲେଣି ୨୦୨୧ କୋଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଶାସନ ଡୋରକୁ ସମ୍ଭାଳିବାର ହୋଇସାରିଲାଣି ପାୟ ସାଢେ ୪ ବର୍ଷ । ଆଉ ଏହି ସମୟ ମଧ୍ୟରେ ସଫଳ ହେଉ ବା ବିଫଳ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତେବେ କେବେ ଛୁଟି ନେଉନଥିବା ମୋଦିଙ୍କ ବିଦେଶ ଗସ୍ତ ସର୍ବଦା ଥାଏ ଚର୍ଚ୍ଚାରେ । ସାଧାରଣ ଜନତାଙ୍କ ମନରେ ଗୋଟିଏ ପ୍ରଶ୍ନ ନିଜ ବିଦେଶ ଗସ୍ତରେ କେତେ ଖର୍ଚ୍ଚ କରିଛନ୍ତି ମୋଦି । ଆଉ ଏହାର ଉତ୍ତର ଦେଇଛି କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଏକ ରିପୋର୍ଟ ।

ଏହି ରିପୋର୍ଟ ଅନୁସାରେ ୨୦୧୪ ଜୁନରୁ ଏପର୍ଯ୍ୟନ୍ତ ମୋଦି ୯୨ଟି ଦେଶ ଯାତ୍ରା କରିସାରିଛନ୍ତି । ଯେଉଁଥିରେ ଖର୍ଚ୍ଚ ହୋଇଛି ୨୦୨୧ କୋଟି ଟଙ୍କା । ଏଥିରେ ରହିଛି ଚାଟାର୍ଡ଼ ଫ୍ଲାଇଟ୍, ବିମାନର ଦେଖାରଖା ଓ ଏବଂ ଯାତ୍ରା ସମୟରେ ହଟଲାଇନ୍ ସୁବିଧା ସୁଯୋଗ । ମୋଦିଙ୍କ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ବାବଦରେ ୧୫୮୩ କୋଟି, ଚାଟାର୍ଡ ଫ୍ଲାଇଟରେ ୪୨୯.୨୫ କୋଟି ଖର୍ଚ୍ଚ ହୋଇଥିବା ବେଳେ ହଟଲାଇନ୍ ପାଇଁ ଖର୍ଚ୍ଚ ହୋଇଛି ୯.୧୧ କୋଟି ।

ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ତାଙ୍କ କାର୍ଯ୍ୟକାଳ ଭିତରେ ମୋଟ୍ ୯୩ ଦେଶ ଗସ୍ତ କରିଛନ୍ତି । ଯେଉଁଥିରେ ଖର୍ଚ୍ଚ ହୋଇଥିଲା ୧୩୪୬ କୋଟି ଟଙ୍କା । ତେବେ ନରେନ୍ଦ୍ର ମୋଦି ଓ ମନମୋହନ ସିଂଙ୍କ ମଧ୍ୟରେ ସବୁଠାରୁ ବଡ଼ ଫରକ ହେଲା ମନମୋହନ ସିଂ ୧୦ ବର୍ଷର ୨ କାର୍ଯ୍ୟକାଳ ସମୟରେ ୯୩ ଦେଶ ଯାତ୍ରା କରିଛନ୍ତି । ହେଲେ ମୋଦି ସାଢ଼େ ୪ ବର୍ଷରେ ପାଖାପାଖି ୯୨ ଦେଶର ଯାତ୍ରା କରିସାରିଛନ୍ତି ।

KNews Bureau

Recent Posts

କାଶୀପୁରରେ ଅଜଣା ରୋଗ ଆତଙ୍କ : ଗଲାଣି ୪ ଶିଶୁଙ୍କ ଜୀବନ

ରାୟଗଡା (କେନ୍ୟୁଜ): ରାୟଗଡା ଜିଲ୍ଲା କାଶୀପୁର ବ୍ଳକରେ ପୁଣି ଅଜଣା ରୋଗ ଆତଙ୍କ । ଦୁର୍ଗମ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ…

16 mins ago

୪ ଦିନ ଯାଏ ତାତିରୁ ନିସ୍ତାର ନାହିଁ: ପଶ୍ଚିମରେ ଡହଡହ ଖରା, ଉପକୂଳରେ ଅସହ୍ୟ ଗରମ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ତାତିରୁ ନିସ୍ତାର ନାହିଁ । ପଶ୍ଚିମରେ ଡହଡହ ଖରା ସାଙ୍ଗକୁ ଉପକୂଳରେ ଅସହ୍ୟ ଗରମ ଓ…

36 mins ago

ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହଟିଲା ପ୍ରତିବନ୍ଧକ

ପୁରୀ (କେନ୍ୟୁଜ) : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର ।  ମଙ୍ଗଳ ଆଳତୀ ପରେ ପ୍ରଥମେ ଶ୍ରୀମନ୍ଦିରର ୪ ଦ୍ବାର…

54 mins ago

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

8 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

11 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

11 hours ago