Below header

ମାତ୍ର ସାଢେ ଚାରିବର୍ଷର କାର୍ଯ୍ୟକାଳ ! ବିଦେଶ ଗସ୍ତରେ ମୋଦି ଖର୍ଚ୍ଚ କରିସାରିଲେଣି ୨୦୨୧ କୋଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଶାସନ ଡୋରକୁ ସମ୍ଭାଳିବାର ହୋଇସାରିଲାଣି ପାୟ ସାଢେ ୪ ବର୍ଷ । ଆଉ ଏହି ସମୟ ମଧ୍ୟରେ ସଫଳ ହେଉ ବା ବିଫଳ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତେବେ କେବେ ଛୁଟି ନେଉନଥିବା ମୋଦିଙ୍କ ବିଦେଶ ଗସ୍ତ ସର୍ବଦା ଥାଏ ଚର୍ଚ୍ଚାରେ । ସାଧାରଣ ଜନତାଙ୍କ ମନରେ ଗୋଟିଏ ପ୍ରଶ୍ନ ନିଜ ବିଦେଶ ଗସ୍ତରେ କେତେ ଖର୍ଚ୍ଚ କରିଛନ୍ତି ମୋଦି । ଆଉ ଏହାର ଉତ୍ତର ଦେଇଛି କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଏକ ରିପୋର୍ଟ ।

Pm modiଏହି ରିପୋର୍ଟ ଅନୁସାରେ ୨୦୧୪ ଜୁନରୁ ଏପର୍ଯ୍ୟନ୍ତ ମୋଦି ୯୨ଟି ଦେଶ ଯାତ୍ରା କରିସାରିଛନ୍ତି । ଯେଉଁଥିରେ ଖର୍ଚ୍ଚ ହୋଇଛି ୨୦୨୧ କୋଟି ଟଙ୍କା । ଏଥିରେ ରହିଛି ଚାଟାର୍ଡ଼ ଫ୍ଲାଇଟ୍, ବିମାନର ଦେଖାରଖା ଓ ଏବଂ ଯାତ୍ରା ସମୟରେ ହଟଲାଇନ୍ ସୁବିଧା ସୁଯୋଗ । ମୋଦିଙ୍କ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ବାବଦରେ ୧୫୮୩ କୋଟି, ଚାଟାର୍ଡ ଫ୍ଲାଇଟରେ ୪୨୯.୨୫ କୋଟି ଖର୍ଚ୍ଚ ହୋଇଥିବା ବେଳେ ହଟଲାଇନ୍ ପାଇଁ ଖର୍ଚ୍ଚ ହୋଇଛି ୯.୧୧ କୋଟି ।

ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ତାଙ୍କ କାର୍ଯ୍ୟକାଳ ଭିତରେ ମୋଟ୍ ୯୩ ଦେଶ ଗସ୍ତ କରିଛନ୍ତି । ଯେଉଁଥିରେ ଖର୍ଚ୍ଚ ହୋଇଥିଲା ୧୩୪୬ କୋଟି ଟଙ୍କା । ତେବେ ନରେନ୍ଦ୍ର ମୋଦି ଓ ମନମୋହନ ସିଂଙ୍କ ମଧ୍ୟରେ ସବୁଠାରୁ ବଡ଼ ଫରକ ହେଲା ମନମୋହନ ସିଂ ୧୦ ବର୍ଷର ୨ କାର୍ଯ୍ୟକାଳ ସମୟରେ ୯୩ ଦେଶ ଯାତ୍ରା କରିଛନ୍ତି । ହେଲେ ମୋଦି ସାଢ଼େ ୪ ବର୍ଷରେ ପାଖାପାଖି ୯୨ ଦେଶର ଯାତ୍ରା କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.