ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ଘଟଣା : IRB କନେଷ୍ଟବଳ ଛୁକେଶ ମେହେର ନିଲମ୍ବିତ

ପୁରୀ : ଶ୍ରୀମନ୍ଦିରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ IRB କନେଷ୍ଟବଳ ଛୁକେଶ ମେହେର ନିଲମ୍ବିତ । ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ତାଙ୍କୁ ନିଲମ୍ବନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଯାଜପୁରରୁ ନାବାଳିକା ଜଣଙ୍କ ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ । ଜୟବିଜୟ ଦ୍ୱାର ବାହାର କାଠ ନିକଟରେ ଆଇଆରବି ଯବାନ ଜଣଙ୍କୁ ନାବାଳିକାଙ୍କୁ ଅସଦାଚରଣ କରିଥିବା ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଥିଲେ । ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଅସଦାଚରଣର ପ୍ରମାଣ ମିଳିବା ପରେ ଅଭିଯୁକ୍ତ ଆରଆରବି କନେଷ୍ଟବଳ ଛୁକେଶ ମେହେରଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି ।ନବମ IRB ହାବିଲଦାର ସୁବର୍ଣ୍ଣ କିଷାନ ସସ୍‌ପେଣ୍ଡ ହୋଇଛନ୍ତି। ଶ୍ରୀମନ୍ଦିରରେ ଗତକାଲି ନିଶାସକ୍ତ ଅବସ୍ଥାରେ ଡ୍ୟୁଟି କରୁଥିବା ଅଭିଯୋଗ ହୋଇଥିଲା। DGP ଓ ପୁରୀ ପୋଲିସ ପକ୍ଷରୁ ହୋଇଥିଲା ଅଭିଯୋଗ । ତଦନ୍ତ ପରେ ପୁରୀ ଏସ୍‌ପି ସସ୍‌ପେଣ୍ଡ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.