ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା, ୬ ରନରେ ପାକିସ୍ତାନକୁ ହରାଇଲା ଟିମ୍ ଇଣ୍ଡିଆ

ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା । ରୋମାଞ୍ଚକ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତ । ମାତ୍ର ୬ ରନରେ ପାକିସ୍ତାନକୁ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଭାରତ ୧୯ ଓଭରରେ ୧୧୯ ରନ୍ କରି ଅଲଆଉଟ ହୋଇଥିଲା । ଜବାବରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ପାକିସ୍ତାନର ପାଳି ୭ ୱିକେଟରେ ୧୧୩ ରନରେ ଅଟକି ଯାଇଥିଲା ।

ମାତ୍ର ୪ ଓଭରରେ ୧୪ ରନରେ ମହମ୍ମଦ ରିଜୱାନଙ୍କ ସମତେ ୩ଟି ୱିକେଟ ନେଇଥିଲେ ଭାରତୀୟ ଫାଷ୍ଟ ବୋଲର ଯଶପ୍ରୀତ ବୁମରା । ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ପାକ ଟିମ । ୨୬ ରନରେ ଦଳ ପ୍ରଥମ ୱିକେଟ ହରାଇଥିଲା । ୧୩ ରନ କରି ବାବର ଆଜମ ଆଉଟ ହୋଇଥିଲେ । ମହମ୍ମଦ ରିଜୱାନ ସର୍ବାଧିକ ୩୧ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନ ମାନେ ଆଖି ଦୃଷ୍ଟିଆ ପ୍ରଦର୍ଶନ କରିପାରିନଥିଲେ।

ହାର୍ଦିକ ପାଣ୍ଡ୍ୟାଙ୍କୁ ୨ଟି ୱିକେଟ ମିଳିଥିଲା । ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୧୯ ରନ କରିଥିଲା । ରିଷଭ ପନ୍ତ ସର୍ବାଧିକ ୪୨ ରନ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଥମ ମ୍ୟାଚରେ ଆର୍ୟଲାଣ୍ଡକୁ ୮ ୱିକେଟରେ ହରାଇଥିଲା । ଆସନ୍ତା ୧୨ରେ ଆମେରିକା ଓ ୧୫ତାରିଖରେ କାନାଡା ସହ ମ୍ୟାଚ ଖେଳିବ ଭାରତ ।

Leave A Reply

Your email address will not be published.