ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, ରେସ୍ ରେ ଆଗରେ ନାଁ

ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ରେସ୍ ରେ ଆଗରେ ଅଛି ସୁରେଶ ପୂଜାରୀଙ୍କ ନାଁ । କେବଳ ଔପଚାରିକତା ବାକି ଥିବା କୁହାଯାଉଛି । ବ୍ରଜରାଜ ନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି ସୁରେଶ ପୂଜାରୀ । ୩ ଦିନ ହେଲା ଦିଲ୍ଲୀରେ ରହି ବିଜେପିର ଶୀର୍ଷ ନେତୃତ୍ୱ ଓ ସଂଗଠନର ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରି ଆଜି ଭୁବନେଶ୍ବର ଫେରିଛନ୍ତି ।

ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ ପଦରେ ବସା ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ୨୦୧୯ରେ ବରଗଡ଼ ଲୋକସଭା ଆସନରୁ ସେ ନିର୍ବାଚିତ ହୋଇଥିଲେ । ସେ ଛାତ୍ର ଜୀବନରୁ ରାଜନୀତିରେ ଅଛନ୍ତି । ପଶ୍ଚିମବଙ୍ଗ ସହ ବିଭିନ୍ନ ରାଜ୍ୟର ପ୍ରଭାରୀ ରହିଛନ୍ତି । ସେ ଜଣେ ତୃଣମୂଳ ସ୍ତରର ନେତା । ସେହିପରି ୨ ଜଣ ଉପମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି । ମନମୋହନ ସାମଲ,କେଭି ସିଂହଦେଓ, ମୋହନ ମାଝି, ରବି ନାୟକ ପ୍ରମୁଖଙ୍କ ନାଁ ସାମ୍ନାକୁ ଆସୁଛି । ସେହିପରି ଓଡ଼ିଶାର ନୂଆ ବିଜେପି ସରକାରରେ ୧୨ରୁ ୧୪ ଜଣ କ୍ୟାବିନେଟ ମନ୍ତ୍ରୀ ହୋଇପାରନ୍ତି ।

ଇତିମଧ୍ୟରେ  ଦିଲ୍ଲୀରୁ ଫେରି ଭୁବନେଶ୍ୱରରେ ପହଞ୍ଚିଛନ୍ତି ନିର୍ବାଚିତ ବିଧାୟକ ସୁରେଶ ପୂଜାରୀ। କିଏ ହେବ ମୁଖ୍ୟମନ୍ତ୍ରୀ ତା ଉପରେ ରଖିଛନ୍ତି ପ୍ରତିକ୍ରିୟା। ଦୁଇ କେନ୍ଦ୍ର ନେତା ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କ ଉପରେ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ଵ ରହିଛି। ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ। ବୈଠକରେ ନିଷ୍ପତିକୁ ଅପେକ୍ଷା କରିବାକୁ କହିଛନ୍ତି ସୁରେଶ ପୂଜାରୀ।

Leave A Reply

Your email address will not be published.